ରାଜ୍ୟ ଖବରSpecial Report

ନୁଆଁ ବିଧାୟକଙ୍କ ନୁଆଁ କୀର୍ତ୍ତିମାନ, ଅନ୍ଧଙ୍କୁ ଚପଲ ପିନ୍ଧାଇଲେ ପିପିଲିର ନୂଆଁ ବିଧାୟକ

ସମସ୍ତେ ଅପେକ୍ଷା କରି ରହିଥାନ୍ତି ହାତୀ କାହା ମୁଣ୍ଡରେ ସୁନା କଳସୀ ଢାଳିବ । ସବୁବେଳେ ନିର୍ବାଚନ ସମୟରେ ବହୁତ ଲୋକ ନିଜ ପ୍ରିୟ ର ନେତା କୁ ଭୋଟ ଦେଇଥାନ୍ତି । ତେବେ କାହିଁକି କାନ୍ଦି ପକେଇଲେ ରୁଦ୍ର ମହାରଥୀ ଆସନ୍ତୁ ନଜର ପକେଇବା ସେହି ଖବର ।

ପିପିଲି ନିର୍ବାଚନ ରେ ବିପୁଳ ଭୋଟ ପାଇ ବିଜୟୀ ହେଲେ ରୁଦ୍ର ମହାରଥୀ । ଏହି ବିଜୟ ପରେ ପୁରା ପରିବାର ବହୁତ୍ ଖୁସି ହେଇଥିଲେ । ତେବେ ରୁଦ୍ର ଲୋକ ଙ୍କ ସେବା କରିବାର ସୁଯୋଗ ମିଳିଲା ବୋଲି କହିଥିଲେ ।

ତେବେ ରୁଦ୍ର ଙ୍କ ବାପା ସ୍ବର୍ଗତ ପ୍ରଦୀପ ମହାରଥୀ ଙ୍କୁ କିଏ ବା ନ ଜାଣେ । ସମସ୍ତେ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି । ତେବେ ତାଙ୍କୁ ଭଲ ପାଉଥିବା ଜଣେ ଦୃଷ୍ଟି ହୀନ ବ୍ୟକ୍ତି ରୁଦ୍ର ଙ୍କୁ ଦେଖା କରିବାକୁ ସାଲେପୁର ରୁ ପୁରୀ ଆସିଥିଲେ । ତାଙ୍କ ସହ ଦେଖା ମଧ୍ୟ କଲେ । ରୁଦ୍ର ସେହି ବ୍ୟକ୍ତି ଙ୍କୁ ନିଜ ହାତରେ ଚପଲ ପିନ୍ଧେଇଦେଲେ ।ଓ ତାଙ୍କର ସୁରକ୍ଷିତ ଭାବରେ ଘରକୁ ଯିବାର ବ୍ୟବସ୍ଥା ମଧ୍ୟ କରିଲେ ।

ରୁଦ୍ର ତାଙ୍କ ବାପା ଙ୍କ ପ୍ରତି ଥିବା ଲୋକ ଙ୍କ ଭଲ ପାଇବା ଦେଖି କାନ୍ଦି ପକେଇ ଥିଲେ । ତେବେ ରୁଦ୍ର ତାଙ୍କ ବାପା ଙ୍କ କେଉଁ କାମ ସବୁ ପୂରଣ କରିବେ ଓ ଲୋକ ଙ୍କ କାମ ଭଲ ରେ କରିବେ ବୋଲି ସମସ୍ତେ ଆଶା କରିଛନ୍ତି । ତେବେ ପିତା ଙ୍କ ପରି ପୁତ୍ର ସମସ୍ତ ଙ୍କ ପ୍ରିୟ ହେଇପାରୁଛନ୍ତି କି ନାହିଁ ତାହା ଆଗକୁ ଜଣା ଯିବ ।

Leave a Reply

Your email address will not be published. Required fields are marked *