Special Report

ମାଓବାଦୀ ଙ୍କ କବଳରୁ ମରଣ ମୁଁହରୁ ସ୍ୱାମୀଙ୍କୁ ଫେରାଇ ଆଣିଲେ ସ୍ତ୍ରୀ ଦେଖନ୍ତୁ କେମିତି ଥିଲା ସଂଘର୍ଷ Special reporte

ଡାକ ଶୁଣିଦେଲେ ଭଗବାନ। ଶେଷରେ ନିଜ ସିନ୍ଦୁରକୁ ଫେରାଇ ଆଣିଲେ ମହିଳା। ଦୀର୍ଘ ସାତ ଦିନ ମାଓବାଦୀଙ୍କ କବଜାରେ ଥିବା ସ୍ୱାମୀଙ୍କୁ ଦେଖି ନିଜ କୋହ ସମ୍ଭାଳି ପାରୁନଥିଲେ ସ୍ତ୍ରୀ।

ସ୍ବାମୀଙ୍କୁ ଜାବୁଡ଼ି ଧରି ଢେର୍ କାନ୍ଦିଲେ ଅପହୃତ ଇଞ୍ଜିନିୟର ଙ୍କ ସ୍ତ୍ରୀ। ଭାବି ପାରୁ ନାହାନ୍ତି ୟେ ସ୍ଵପ୍ନ ନା ସତ। କିଛି ଦିନ ତଳେ ମାଓବାଦୀମାନେ ଅପହରଣ କରି ନେଇଥିଲେ ଇଞ୍ଜିନିୟର ଅଜୟ ରୋଷନଙ୍କୁ।

ଆଉ ସ୍ୱାମୀଙ୍କୁ ଖୋଜିବା ପାଇଁ କୋଳ ରେ ତିନି ବର୍ଷ ର ପୁଅ କୁ ଧରି ଜଙ୍ଗଲ ବୁଲୁଥିଲେ ସ୍ତ୍ରୀ।ନିଜ ଜୀବନକୁ ଭୟ ନଥିଲା,ନଥିଲା ଅନ୍ଧାର ରାତି ,କି ଜୀବ ଜନ୍ତୁଙ୍କ ଡର।ସ୍ୱାମୀଙ୍କୁ ମାଓବାଦୀଙ୍କ ପାଖରୁ ମୁକୁଳେଇବା ପାଇଁ ପଣ କରି ଆସିଥିଲେ।

ସେମାନଙ୍କ ପାଖକୁ ପହଞ୍ଚିବାକୁ ସବୁ ଉଦ୍ୟମ କରିଥିଲେ ଇଞ୍ଜିନିୟରଙ୍କ ସ୍ତ୍ରୀ। ଆଉ ନିଜ ସିନ୍ଦୂରକୁ ବଞ୍ଚାଇବା ପାଇଁ ନକ୍ସଲ ମାନଙ୍କୁ ନେହୁରା ହୋଇଥିଲେ।

ଛତିଶଗଡ଼ ବିଜାପୁର ଜିଲ୍ଲାର ମନକିଲ୍ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା କାମ ଚାଲିଚି।ଏହାକୁ ବିରୋଧ କରୁଥିଲେ ମାଓବାଦୀ ।

କିନ୍ତୁ ଲାଲବାହିନିର ଧମକକୁ ଖାତିର ନ କରି କାମ ଚାଲିଥିଲା।ଏହି କାମ ରେ ନିୟୋଜିତ ଥିଲେ ଇଞ୍ଜିନିୟର ଅଜୟ ରୋଷନ୍।ରାସ୍ତା କାମ ଚାଲୁଥିବା ଖବର ପାଇ ଗତ ୧୨ ତାରିଖ ରେ ହଠାତ୍ ଘଟଣା ସ୍ଥଳରେ ସଶସ୍ତ୍ର ମାଓବାଦୀ ପହଞ୍ଚି ଯାଇଥିଲେ।ଅଜୟ ଓ ତାଙ୍କର ଜଣେ ସହଯୋଗୀ କର୍ମଚାରୀ ଲକ୍ଷ୍ମଣ ପତାଗିରି ଙ୍କୁ ଅପହରଣ କରି ନେଇଗଲେ।

ଏହି ଖବର ପାଇବା ପରେ ଧର୍ଯ୍ୟ ହରା ହୋଇଯାଇଥିଲେ ଅଜୟ ଙ୍କ ସ୍ତ୍ରୀ।ପ୍ରଥମେ ସମସ୍ତଙ୍କ ଆଗରେ ନେହୁରା ହେଲେ।ତାପରେ,ନିଜେ ବାହାରିଲେ ସ୍ୱାମୀଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ।ଏକା ବାହାରିଲେନି ସାଥିରେ ଛୋଟ ପୁଅ କୁ ଧରି ଘଞ୍ଚଜଙ୍ଗଲ କୁ ଚାଲିଲେ ସ୍ବାମୀଙ୍କ ସନ୍ଧାନ ରେ।

ପୁର୍ବରୁ ମାଓବାଦୀମାନେ ସହୋଜୋଗି କର୍ମଚାରୀ ଲକ୍ଷ୍ମଣଙ୍କୁ ଛାଡିଦେଇଥିଲେ।କିନ୍ତୁ ଇଞ୍ଜିନିୟର ଅଜୟ ଙ୍କୁ ବନ୍ଧକ ରଖିଥିଲେ।ଆଉ ତାଙ୍କ ପତ୍ନୀ ଙ୍କ ଦୃଦ୍ଧପଣ ଓ କୋଳରେ ଛୋଟ ପିଲାକୁ ଦେଖି ନରମି ଗଲା ମାଓବାଦୀଙ୍କ ଶକ୍ତ ମନ ।

ପ୍ରଜା କୋର୍ଟରେ ପଡ଼ିଲା ଅଜୟଙ୍କ କଥା ଶତାଧିକ ମାଓବାଦୀ ଏବଂମାଓ ସମର୍ଥକଙ୍କ ଆଗରେ ବିଚାର ପରେ ଆଜି ମୁକ୍ତ ହୋଇଛନ୍ତି ଇଞ୍ଜିନିୟର ଅଜୟ ରୋଶନ୍।ପତି ଏବଂ ଗଣମାଧ୍ୟମ ପ୍ରତିନିଧି ସାମନାରେ ତାଙ୍କୁ ମୁକ୍ତ କରିଛନ୍ତି ମାଓବାଦୀ ।

ଫେରିବା ପରେ ଭୟଙ୍କର ଅନୁଭୂତି ବଖାନିଛନ୍ତି ଅଜୟ। ପ୍ରତିମୁହୁର୍ତରେ ଥିଲା ମୃ-ତ୍ୟୁର ଭୟ। ଏମିତିକି ମୁକ୍ତି ପାଇବା ପରେ ବି ବିଶ୍ୱାସ ହେଉନଥିଲା ତାଙ୍କର।

ଭାବୁଥିଲେ କେତେବେଳେ ବି ମାଓବାଦୀଙ୍କ ଗୁଳି ଆସି ତାଙ୍କ ଦେହ ରେ ବାଜିବ ଓ ସେ ଟଲି ପଡିବେ। ଏବେ କିନ୍ତୁ ଲାଗୁଛି ଯେମିତି ନୂଆ ଜୀବନ ପାଇଛନ୍ତି।ସାବିତ୍ରୀ ଭଳି ତାଙ୍କ ପତ୍ନୀ ଅର୍ପିତା ତାଙ୍କୁ ମୃତ୍ୟୁ ମୁହଁରୁ ଫେରାଇ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *