ଏମିତି Sadhu ଙ୍କୁ କେବେ ଭେଟି ନଥିବେ ସାଙ୍ଗେ ସାଙ୍ଗେ ହେଇଯାଆନ୍ତି ଅଦୃଶ୍ୟ ରହିଛି ସାକ୍ଷାତ ଭଗବାନ ଙ୍କ ଆଶ୍ରିବାଦ

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ବିସେଖ ଗ୍ରାମର ବାସିନ୍ଦା ମାଳିକା ଭକ୍ତ ଶ୍ରୀ ବୈଦ୍ୟନାଥ କର। ଯାହାଙ୍କ ପାଖରେ ରହିଥିଲା ମାଳିକା ପୋଥି। ନେମାଳରେ ଥିବା ତାଙ୍କ ଗୁରୁଦେବ ନଟବର ଦାସ ବା ନଟ ବାବା ଏହି ପୋଥି ତାଙ୍କୁ ଦେଇଥିଲେ।

ନଟ ବାବା ଓଡ଼ିଶାରେ କାହାକୁ ପରିଚୟ ଦେଇନଥିଲେ। କେବଳ ନେମାଳ ଓ କେନ୍ଦ୍ରାପଡ଼ାରେ ସେ କିଛି ଲୋକଙ୍କୁ ନିଜର ପରିଚୟ ଦେଇଥିଲେ।

ନଟ ବାବା ୨୦୧୫ ମସିହାରେ ଦେହ ତ୍ୟାଗ କରିବା ପରେ ସେହି ପୋଥିଟି ମଧ୍ୟ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ସେହି ପୋଥିରେ ପ୍ରତ୍ୟେକ ଭକ୍ତଙ୍କ ନାମ, ଜନ୍ମ, ଚଳନି, ଜୀବିକା ଆଦି ଲେଖା ଥିଲା।

ଚାରିଯୁଗର ଭକ୍ତଙ୍କ ତଥ୍ୟ ସେଥିରେ ଲେଖାଥିଲା। କଳିଯୁଗ ପରେ ଆସିବାକୁ ଥିବା ଅନନ୍ତ ଯୁଗ ବିଷୟରେ ମଧ୍ୟ ସେହି ପୋଥିରେ ଲେଖାଥିଲା। ନେମାଳ, ବରପଡ଼ା ରେ ଏକ ଘଡିଆ ରହିଛି। ସେଠାରେ ଏକ ଠାକୁରାଣୀ ରହିଛନ୍ତି ଓ ତାଙ୍କ ପାଖରେ ଏକ ଝର ରହିଛି। ସେହି ଝର କେବେ ବନ୍ଦ ହୁଏନାହିଁ।

ଯେବେ ଠାକୁରାଣୀ ସେହି ବନ୍ଧକୁ ଛାଡ଼ିଦେବେ ଚିତ୍ରୋତ୍ପଳା ନଦୀରେ ଥିବା ସେହି ଘାଇ ଟି ଭବିଷ୍ୟତରେ ଭାଙ୍ଗିବ ଏବଂ ମଧୁ ସାଗର ଖୋଲିଯିବ। ସେହି ସମୟରେ ପୃଥିବୀରେ ତୃତୀୟ ମହାଯୁଦ୍ଧ ହେବ ଓ ପ୍ରଥମେ ଚୀନ୍ ଲଢେଇ ପାଇଁ ବାହାରିବ।

ମାଳିକା ଶ୍ଳୋକ ଅନୁଯାୟୀ ମହାଭାରତର ଭୂରିଶ୍ରବା ବର୍ତ୍ତମାନର ଚୀନ ରେ ଜନ୍ମ ନେବେ ଓ ସେ ଯୁଦ୍ଧର ବର୍ଷେ ପୂର୍ବରୁ ଲଢେଇ ବାନ୍ଧିବେ। ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଆଦି କପଟରେ ମରିଛନ୍ତି, ସେମାନେ ପୁଣିଥରେ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବେ।

ଅଶ୍ଵତ୍ଥାମାଙ୍କ ଅମର ଆତ୍ମା ଜର୍ମାନୀରେ ନର ରୂପରେ ଜନ୍ମ ନେବେ। ଧିରେ ଧିରେ ପୃଥିବୀର ବିଭିନ୍ନ ଦେଶରେ ସମସ୍ତ ଦେବତା, ୠଷି, ଗନ୍ଧର୍ବ, ରଥି, ମହାରଥୀ ମାନେ ନର ରୂପରେ ଜନ୍ମ ନେବେ। ଅନେକ ଭକ୍ତ ପୃଥିବୀରେ ଜନ୍ମ ନେଇ ସାରିଲେଣି।

https://youtu.be/t40Rt8zGpIE

ଏତେ ଅନ୍ୟାୟ ଭିତରେ ମଧ୍ୟ କିଛି ସତ୍ୟ ପୁରୁଷ ରହିଛନ୍ତି। ଭକ୍ତଙ୍କ ପରେ ପ୍ରଭୁ ଜନ୍ମ ନେବେ। ତେବେ ଯିଏ ସତ୍ୟ ରୂପୀ ତପସ୍ୟା କରୁଛନ୍ତି ସେହିମାନେ ବଞ୍ଚିବେ।

Leave a Comment

Your email address will not be published. Required fields are marked *

Scroll to Top