କଳାହାଣ୍ଡି ରେ ଗତକାଲି ମନ୍ତ୍ରୀ ଦିବ୍ୟସଙ୍କର୍ ବିଜେଡ଼ି ସଭା ରେ ରଣ ହୁଙ୍କାର ଦେଇ କହିଛନ୍ତି କି ଯଦି ମୋ ବିରୁଦ୍ଧ ରେ କିଛି ପ୍ରମାଣ ଅଛି ତାହାଲେ ଦେଖାଇ ମତେ ଜେଲ୍ ରେ ପୁରାଅ
ନହେଲେ ଫାଶୀ ଦିଅ, ମୋର ବି ଝିଅ ଅଛି ମା ଅଛି ସ୍ତ୍ରୀ ଅଛି, ମୋ ପରିବାର ଆଗରେ ମୋତେ ଏମିତି ବଦନାମ୍ କରିବାକୁ ଅଧିକାର ଦେଲା କିଏ, ମୋ ସହ ହେଇଥିବା ଏଇ ଭଳି ବ୍ୟବହାର ର ଜବାବ୍ ଜନସାଧାରଣ ନିଶ୍ଚୟ ଦେବେ
ଦିବ୍ୟ ଶଙ୍କର ଙ୍କ ଏହି କଥା ଶୁଣି ଉପସ୍ଥିତ ଜନତା ମଧ୍ୟ ତାଳି ମାଡ଼ କରିଥିଲେ, ତେବେ ଏଇ ସଭା ରେ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦାନ ଦେଇଥିଲେ
ଏଇ କଥା କୁ ନେଇ କଂଗ୍ରେସ ଆଉ ବିଜେପି କଟାକ୍ଷ କରିଛନ୍ତି, ଜଣେ ବିବାଦୀୟ ମନ୍ତ୍ରୀ ଙ୍କ ସହ ଗୋଟେ ମଞ୍ଚ ରେ କିଭଳି ଭାବେ ମୁଖ୍ୟମନ୍ତ୍ରୀ ବସିପାରିବେ,
ଯାହା ଙ୍କ ନା ରେ ଏତେ ସଙ୍ଗୀନ ଅଭିଯୋଗ ଆସୁଛି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳ ରେ କିଭଳି ମଞ୍ଚ ରେ ଲୋକ ଙ୍କୁ ସମ୍ଭର୍ଦ୍ଧନା ଦିଅ ଯାଉଛି ତାହା ନେଇ ବିରୋଧୀ ଦଳ ପ୍ରତିବାଦ କରିଛି
ଏହା ଭିତରେ ମାସେ ବିତିବାକୁ ଲାଗିଲାଣି ମମିତା ମେହେର ଙ୍କ ଘଟଣା, କୁଆଡେ ଗଲା ମୋବାଇଲ, କୁଆଡେ ଗଲା କଲ୍ ରେକର୍ଡ, ଗୋବିନ୍ଦ ସହ କିଏ ସବୁ ଥିଲେ ସାମିଲ୍ , ମନ୍ତ୍ରୀ କଣ୍ ସତରେ ଜଡ଼ିତ ନାହାନ୍ତି, ଏମିତି ବହୁତ୍ ପ୍ରଶ୍ନ ର ଉତ୍ତର ଆଜି ଯାଏଁ ବି ମିଳିନି ହୁଏତ ଆଗକୁ ବି ମିଳିବନି, ଦେଖା ଯାଉ କଣ୍ ହେଉଛି