ମନିସ ଙ୍କ ମୃତ୍ୟୁ ରେ ଯଦି ପ୍ରମାଣ ନଷ୍ଟ ଅଭିଯୋଗ ରେ ସାଙ୍ଗ ଗିରଫ ହେଲେ ତାହାଲେ ସୌମ୍ୟ ମୃତ୍ୟୁ ରେ ବିଦ୍ୟା ଆଉ ଅନ୍ୟମାନେ ଗିରଫ ହେବେନି କଣ ପାଇଁ??

ଇତିହାସ ସାକ୍ଷୀ ଅଛି ଓଡ଼ିଶା ରେ ଯେତେ ଯେତେ ବେଳେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଭାର ଉଠେଇଚି ସବୁ ବେଳେ ଫଳାଫଳ ଶୂନ୍ୟ ମିଳିଛି, ସେ ବେବିନା ହେଉ, ଆଦିତ୍ୟ ହେଉ, ସୌମ୍ୟ ହେଉ ଏମିତି ବହୁତ୍ କିଛି, ସବୁ କେସ ରେ ନିଜର ଅଧା ପନ୍ତରିଆ ଫଇସଲା କରି ମାମଲା ରଫା ଦଫା କରିଦେଉଛି କ୍ରାଇମବ୍ରାଞ୍ଚ

ସୌମ୍ୟ ଙ୍କ ଆଗରୁ ଆଦିତ୍ୟ ଙ୍କ କେସ ରେ ୩ ମାସ ତଦନ୍ତ ଉପରେ ତଦନ୍ତ କରିବା ପରେ ବି ସେଟା ହତ୍ୟା କି ଆତ୍ମହତ୍ୟା ଜଣାପଡ଼ିଲା ନାହିଁ, ବିଦ୍ୟା ଙ୍କ ଉପରେ ସାରା ଓଡ଼ିଶା ଲୋକ ସନ୍ଦେହ କଲେ ହେଲେ କ୍ରାଇମ୍ ବ୍ରାଞ୍ଚ ଆଗରେ ସବୁ ନିର୍ଦ୍ଦୋଷ ଥିଲେ

ଏବେ ସୌମ୍ୟ ଙ୍କ କେସ ରେ ବି ଫଇସଲା କରିଦେଲା କ୍ରାଇମ୍ ବ୍ରାଞ୍ଚ, ଯଦି ଏତେ ତଦନ୍ତ କରୁଚ ତାହାଲେ କଣ ପାଇଁ ରାତ୍ର ଜଗୁଆଳ ମିଡ଼ିଆ ରେ ଦେଇଥିବା କଥା ତଦନ୍ତ ପରିସର ଭୁକ୍ତ କରିଲାନି କ୍ରାଇମ୍ ବ୍ରାଞ୍ଚ? ଯଦି ବିଦ୍ୟା ର ଆଉ DFO ର ସମ୍ପର୍କ ନଥିଲା ତାହାଲେ ସେ ରାତ୍ର ଜଗୁଆଳ କଣ ପାଗଳ ଥିଲା କି କହୁଥିଲା ନିଜ ଆଖିରେ ଦେଖିଚି ବିଦ୍ୟା ଘରକୁ DFO ରାତି ଅଧ୍ ରେ ଯିବାର?

ହଉ ଛାଡ଼ ସେସବୁ, ବହୁ ଚର୍ଚ୍ଚିତ ସାମ୍ବାଦିକ ଙ୍କ ପୁଅ ମନିସ ଙ୍କ ମୃତ୍ୟୁ ରେ ଏତେ ତତ୍ପର ହେଇ ସାଙ୍ଗ ମାନଙ୍କୁ ଗୋଡେଇ ଗୋଡେଇ ଧରିଲା ଓଡ଼ିଶା ପୋଲିସ, ହତ୍ୟା ଷଡଯନ୍ତ୍ର, ପ୍ରମାଣ ନଷ୍ଟ ଅଭିଯୋଗ ରେ ସବୁ ଙ୍କୁ ଧରିଲା ହେଲେ ବିଦ୍ୟାଙ୍କୁ ଗିରଫ କଣ ପାଇଁ କର ହେଲାନି?

ସୌମ୍ୟ ମରିବାର ୧୦ ଦିନ ଭିତରେ ସ୍ତ୍ରୀ ଉପରେ ଧାରା ୩୦୨ ମାନେ ହତ୍ୟା ମାମଲା ଲାଗୁଚି ହେଲେ ଗିରଫ ଦାରି ତ ଦୂର ରେ ଥାଉ ପୋଲିସ ଓଲଟା ରାମ ଭକ୍ତ ହନୁମାନ ଙ୍କ ପରି ତାଙ୍କ ଘରକୁ ଯାଇ ତଦନ୍ତ କରୁଛି

ଏଯାବତ୍ କ୍ରାଇମ୍ ବ୍ରାଞ୍ଚ ନିଜ ଆଡୁ ମାମଲା ରୁଜୁ ପରେ ବି ବିଦ୍ୟା ଗିରଫ ହେଲେନି, ବଡ଼ ବଡ଼ିଆ ଖସିଗଲେ ଆଉ କେସ ବି ବାଟବଣା ହେଇଗଲା

ପ୍ରକୃତ ରେ DFO ଙ୍କ ନାମ ରେ ଚନ୍ଦନ କାଠ ତସ୍କରି ଆଉ ଚୋରା କାଠ ମାଫିଆ ଙ୍କ ସହ ସାଲିସ ଆଉ ତା ସହ ଏସବୁ ଜଙ୍ଗଲ ମନ୍ତ୍ରୀ ଙ୍କ ତତ୍ତ୍ଵାବଧାନ ରେ ହେଉଛି ବୋଲି ଅଭିଯୋଗ ଆସୁଥିଲା, ହୁଏତ ସୌମ୍ୟ ଏସବୁ ବିରୋଧ କରିଥିବେ ସେଥିପାଇଁ ରାଜନୈତିକ ଚାଲ ଖେଳି ତାଙ୍କୁ ରାସ୍ତା ରୁ ଉଡେଇ ଦିଆ ଗଲା

ନହେଲେ ସୁନ୍ଦରୀ ପତ୍ନୀ ଙ୍କ ପାଇଁ ହୁଏତ ସୌମ୍ୟ ଙ୍କ ହତ୍ୟା ହେଇଥାଏ ପରେ, ହେଲେ ଏବେ ଆଉ କିଛି ବି ହେଇପାରିବ ନାହିଁ, କଳି ଯୁଗ ରେ ବଞ୍ଚିଥିବା ବେବିନା କୁ ନ୍ୟାୟ ମିଳିଲାନି ବିଚାରି ଆତ୍ମହତ୍ୟା କରିଦେଲା ଆଉ ଏଠି ମୃତ ସୌମ୍ୟ ଙ୍କୁ ବା ନ୍ୟାୟ ମିଳିବ କୁଆଡୁ

ଏଇ ପୋଷ୍ଟ ବିପୁଳ ମାତ୍ରା ରେ ସେୟାର କରନ୍ତୁ, ଆମେ ଏହି ପ୍ରସଙ୍ଗ ଉପରେ ଆଲୋଚନା ଜାରି ରଖିଥିବୁ, ଜୟ ଜଗନ୍ନାଥ

Leave a Comment

Your email address will not be published. Required fields are marked *

Scroll to Top