ରାଜ୍ୟ ଖବରଭାଇରାଲ ଭିଡିଓମନୋରଞ୍ଜନ

କଣ ପାଇଁ ଶେଷ ହୋଇଗଲା ଅମିତାଭ ବଚନ ଓ ରେଖାଙ୍କ ଲଭ ଷ୍ଟୋରୀ

ସବୁ ହିରୋ ହିରୋଇନ ମାନଙ୍କୁ ଆପଣ ମାନେ ବହୁତ ପସନ୍ଦ କରୁଥିବେ । ବିଶେଷ କରି ବହୁତ ସୁନ୍ଦର ଯୋଡି ମାନଙ୍କୁ ଆପଣ ମାନେ ବାସ୍ତବ ଜୀବନ ରେ ମଧ୍ୟ ଜୀବନ ସାଥି ଯୋଡି ଭାବରେ ଦେଖିବାକୁ ପସନ୍ଦ କରନ୍ତି । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କିତ କିଛି ଖବର ।

ବିଗ ବି ଏହି ନାଁ ହି ଯଥେଷ୍ଟ ତାଙ୍କ ପରିଚୟ ଦବାକୁ । ଓଲିଉଡ ଠୁ ନେଇକି ହଲିଉଡ଼ ପର୍ଯ୍ୟନ୍ତ ସବୁ ଆଡେ ତାଙ୍କର ଚର୍ଚ୍ଚା ଓ ପ୍ରଶଂସକ ରହିଥାନ୍ତି । ବଲିଉଡ ର ସୁପର ଷ୍ଟାର ହେଉଛନ୍ତି ଅମିତାଭ ବଚନ । ଛୋଟ ରୁ ବଡ଼ ସମସ୍ତେ ତାଙ୍କୁ ଜାଣନ୍ତି । ସମସ୍ତେ ତାଙ୍କ ଚଳଚ୍ଚିତ୍ର ଓ ତାଙ୍କ ଅଭିନୟ କୁ ବହୁତ ଭଲ ପାଇବା ଦେଇଥାନ୍ତି । ତେବେ ଅମିତାଭ ଙ୍କ ପ୍ରେମ ସମ୍ପର୍କ ବିଷୟରେ ସମସ୍ତେ କିଛି ନ କିଛି ଜାଣିଛନ୍ତି ।

ତେବେ ସମସ୍ତେ ଅତୀତ ରେ ଅମିତାଭ ବଚନ ଓ ରେଖା ଙ୍କ ଯୋଡି କୁ ବହୁତ ପସନ୍ଦ କରୁଥିଲେ । ଏମତି କି ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ବୋଲି ବି ସମସ୍ତେ ଜାଣନ୍ତି । ରେଖା ବିବାହ ନ କରି ମଧ୍ୟ ସିନ୍ଦୁର ଲଗାଉଥିଲେ । ରେଖା ଅମିତାଭ ଙ୍କୁ ନିଜର କରିବାକୁ ଚାହୁଁଥିଲେ । ଦର୍ଶକ ମାନେ ମଧ୍ୟ ତାଙ୍କ ଯୋଡି କୁ ଶୀର୍ଷ ରେ ରଖୁଥିଲେ ।

ହେଲେ ଅମିତାଭ ଙ୍କ ବିବାହ ଜୟା ଙ୍କ ସହ ହେଇଗଲା । ବିବାହ ପରେ ମଧ୍ୟ ରେଖା ଙ୍କ ସହ ତାଙ୍କ ର ସମ୍ପର୍କ ଥିଲା ବୋଲି ଶୁଣା ଯାଉଥିଲା । ତେବେ ରେଖା ଓ ଜୟା , ଅମିତାଭ ଙ୍କ ଅନୁପସ୍ଥିତି ରେ ଫୋନ ରେ କଥା ହୋଇଥିଲେ ଏବଂ ଜୟା ମଧ୍ୟ ରେଖା ଙ୍କୁ ତାଙ୍କ ଘରକୁ ଡ଼ିନର ପାଇଁ ନିମନ୍ତ୍ରଣ କରିଥିଲେ । ତେବେ ସେହି ରାତ୍ରି ଭୋଜନ ରେ ଏମିତି କଣ ହେଲା ଯେ ସେହି ଦିନ ଠାରୁ ରେଖା ଅମିତାଭ ଙ୍କ ଜୀବନ ରୁ ସମ୍ପୂର୍ଣ୍ଣ ରୂପେ ଦୁରେଇଗଲେ । ତେବେ ସେହି ଘଟଣା ସମ୍ପର୍କରେ କାହାକୁ ମଧ୍ୟ ସଠିକ ତଥ୍ୟ ଜଣା ନାହିଁ ।

Leave a Reply

Your email address will not be published. Required fields are marked *