ସବୁ ପ୍ରାଣୀ ଙ୍କ ପାଇଁ ଖାଦ୍ୟ ପ୍ରଥମ ଦରକାରୀ ହୋଇଥାଏ । ସବୁ ମଣିଷ ପାଇଁ ଖାଦ୍ୟ ବହୁତ ଆବଶ୍ୟକତା ହୋଇଥାଏ । ତେବେ ବହୁତ ଜଣ ଅଧିକା ଖାଦ୍ୟ ପ୍ରେମୀ ହୋଇଥାନ୍ତି । ତେବେ ଆସନ୍ତୁ ଆଜି ସେମିତି କିଛି ଖାସ କଥା ଜାଣିବା
ଛୋଟ ରୁ ବଡ ଯାଏଁ ସମସ୍ତେ ଖାଦ୍ୟ ରେ ରୁଚି ରଖିଥାନ୍ତି । ସମସ୍ତେ ଭଲ ଓ ସୁସ୍ୱାଦୁ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ଆଜି ର ସମୟରେ ବିଭିନ୍ନ ନୂଆ ନୂଆ ଖାଦ୍ୟ ମିଳୁଛି ଓ ବହୁତ ଜଣ ଖାଦ୍ୟ କୁ ବିଭିନ୍ନ ଶୈଳି ରେ ପରସି ଥାନ୍ତି ଯାହାକି ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲିଟି ଥାଏ
ସେମିତି ଖାଦ୍ୟ ର କିଛି ନିଆରା ଚାଲେଞ୍ଜ ଦେଖିବାକୁ ମିଳିଛି । ଦିଲ୍ଲୀ ର ଗୋଟେ ଫାଷ୍ଟ ଫୂଡ଼ ଦୋକାନ ରେ ଦୋକାନି ତିଆରି କରୁଛନ୍ତି ଅଣ୍ଡା ରୋଲ । ତେବେ ଆପଣ ମାନେ ଭାବୁ ଥିବେ ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ? ତେବେ ଦୋକାନି ଜଣକ ଚାଲେଞ୍ଜ କରିଛନ୍ତି ଯେ ଯଦି କିଏ ଏହି ଅଣ୍ଡା ରୋଲ କୁ ୨୦ ମିନିଟ ଭିତରେ ଖାଇ ଶେଷ କରିଦେବ ତେବେ ସେ ତାକୁ ଇନାମ ସ୍ୱରୁପ ୨୦ ହଜାର ଟଙ୍କା ଦେବେ ।
ତେବେ ସେ ପ୍ରସ୍ତୁତ କରିଥିବା ଅଣ୍ଡା ରୋଲ ଟି ର ଓଜନ ୨୦ କିଲୋ । ୩୦ ଟି ଅଣ୍ଡା ଓ ପନିର ଓ ବିଭିନ୍ନ ଜିନିଷ ରହିଛି ଏହି ରୋଲ ରେ । ଏମିତି ବିଭିନ୍ନ ଖାଦ୍ୟ ର ଚାଲେଞ୍ଜ ଆପଣ ମାନେ ଦେଖିଥିବେ । ତେବେ ଏହି ଚାଲେଞ୍ଜ କିଏ ପୂରଣ କରି ପାରିବେ କି ନାହିଁ ଜଣା ନାହିଁ ।