ରାଜ୍ୟ ଖବରଭାଇରାଲ ଭିଡିଓ

ପାକସ୍ଥଳୀରେ ପଶୁଛି ଓ ବାହାରୁଛି ଲମ୍ବା କପଡା, ଦେଖନ୍ତୁ ଭିଡିଓ

ଆଜି କା ସମୟରେ ସମସ୍ତେ ସୁସ୍ଥ ରହିବାକୁ ଚେଷ୍ଟା କରୁଛନ୍ତି । ସେଥିପାଇଁ କିଛି ସମୟ ସମସ୍ତେ ନିଜ ଶରୀର କୁ ଫିଟ ରଖିବାକୁ କାର୍ଯ୍ୟ କରୁଛନ୍ତି । ଏବେ ଛୋଟ ରୁ ବଡ଼ ଯାଏ ସମସ୍ତେ ଜିମ କୁ ବହୁତ ପସନ୍ଦ କରୁଛନ୍ତି । ତେବେ ଆସନ୍ତୁ ଆଜି ଜାଣିବା ସେମିତି ଜଣେ ଯୋଗ ସାଧକ ଓ ତାଙ୍କ ଯୋଗ ସମ୍ପର୍କରେ ।

ଦିନ କୁ ଦିନ ରୋଗବ୍ୟାଧି ବଢିବାରେ ଲାଗିଛି । ତେଣୁ ସମସ୍ତେ ନିଜକୁ ସୁସ୍ଥ ଓ ନିରାମୟ ଜୀବନ ବଞ୍ଚିବା ଦରକାର । ଯୋଗ ସବୁଠୁ ଶ୍ରେଷ୍ଠ ଅଟେ । ଯୋଗ ଦ୍ୱାରା ଶରୀର ଓ ମନ ସୁସ୍ଥ ଓ ପବିତ୍ର ହୋଇଥାଏ । ଏବେ ବହୁତ ଜଣ ଯୋଗ ବ୍ୟାୟାମ କରୁଛନ୍ତି । ତେବେ ଯୋଗ ର ମଧ୍ୟ ବହୁତ ପ୍ରକାର ରହିଛି । ଯିଏ ଯେତେ ଯୋଗ ଅଭ୍ୟାସ କରିବ ତାଙ୍କ ପାଇଁ ସେତେ ଅଧିକ ସରଳ ହୋଇପାରିବ ।

ତେବେ ପୁରୀ ଜଗନ୍ନାଥ ମନ୍ଦିର ଆଗରେ ଥିବା ମଠ ରେ ଜଣେ ଯୋଗ ସାଧକ ବିଭିନ୍ନ ଯୋଗ ଦେଖାଉଥିଲେ । ସେ ଦେଖାଉଥିବା ଯୋଗ ସାଧାରଣ ଯୋଗ ଠୁ ବହୁତ ଅଲଗା ଥିଲା । ତେବେ ସେହି ଯୋଗ ସାଧକ ଙ୍କ ବୟସ ୮୦ ବର୍ଷ । ସେ ରାୟଗଡା ରୁ ଆସିଥିଲେ ତାଙ୍କ ନାମ ହେଉଛି ଭକ୍ତ ଚରଣ ଦାସ । ତେବେ ଏତେ ବୟସ ରେ ମଧ୍ୟ ସେ ବହୁତ ସୁସ୍ଥ ଓ ଫିଟ ରହିଛନ୍ତି । ତାଙ୍କ ମନ ସ୍ଥିର ଓ ନିର୍ମଳ ରହିଛି । ଏହି ସବୁ ସମ୍ଭବ ହେଇଛି ଯୋଗ ପାଇଁ । ସେ ସେହି ଠାରେ ବହୁତ କିଛି ଯୋଗ ଦେଖେଇଥିଲେ । ବସ୍ତ୍ରଧୌତ , ଜଳନ୍ଧର ,ଉଦିଆନ ବନ୍ଧ ଇତ୍ୟାଦି । ୧୨ ଫୁଟ ଓ ତାଠୁ ଅଧିକା ଵସ୍ତ୍ର କୁ ଧୀରେ ଧୀରେ ପାଟି ବାଟେ ପାକସ୍ଥଳୀ କୁ ପୁରାଇ ପୁଣି ବାହାର କରିବା ଦ୍ୱାରା ପେଟ ଭିତରେ ରୋଗ ନ ହେବା ସହ ପରିଷ୍କାର ହେଇଥାଏ ।

ଏହି ଯୋଗ ମଧ୍ୟ ସେ ଦେଖେଇଥିଲେ । ଏହି ପରି ବହୁତ କଷ୍ଟ ଜଣା ଯାଉଥିଲେ ବି ବିଭିନ୍ନ ପ୍ରକାର ଯୋଗ କୁ ସେ ସହଜ ଭାବରେ କରିଦେଖେଇ ପାରୁଥିଲେ । ତେବେ ଏହି ସବୁ ଯୋଗ କରିବା ଦ୍ୱାରା ବିଭିନ୍ନ ରୋଗ ରୁ ରକ୍ଷା ପାଇହେବ ବୋଲି ସେ କହିଛନ୍ତି । ଯୋଗ ଅଭ୍ୟାସ କରିବା ଦ୍ୱାରା ହିଁ ସମ୍ଭବ ହୋଇପାରିଥାଏ । ଏତେ ବୟସ ରେ ମଧ୍ୟ ସେ ସୁସ୍ଥ ଓ ବହୁତ ସୁନ୍ଦର ଭାବରେ ନିଜ ଶରୀର ଫିଟ ରଖିଛନ୍ତି । ଆଜି ର ସମୟରେ ନିଜ ମନ ଓ ଶରୀର କୁ ଠିକ ଭାବରେ ରଖିବାର ଆବଶ୍ୟକତା ସମସ୍ତ ଙ୍କ ରହିଛି ।

Leave a Reply

Your email address will not be published. Required fields are marked *