ରାଜ୍ୟ ଖବର

ଏଇଠି ମୁଁ ରୋଷେଇ କରିଦେବି ଆମେ ଖାଇବା ଆଉ ରହିବା ବୋଲି କହିଲେ Pramila ମାଉସୀ, Tapaswini ପୁଣି ବସିଲେ ଧାରଣା ରେ

ତପସ୍ଵିନୀ ଆଉ ସୁମିତ ଘଟଣା ରେ ଯବନିକା ପଡ଼ିବାର ନାଆଁ ଆସୁନି, ଗତକାଲି ମାନ୍ୟବର କୋର୍ଟ  ତରଫରୁ  ତପସ୍ଵିନୀ ଙ୍କୁ ଗେଷ୍ଟ ହାଉସ ଛାଡ଼ିବାକୁ ନୋଟିସ ଦିଆ ଯିବା ପରେ ତପସ୍ଵିନୀ ନିଜ ସମସ୍ତ ଜିନିଷ ନେଇ ଘରକୁ ମାନେ ବରହମପୁର କୁ ପଲେଇଥିଲେ ହେଲେ ଠିକ୍ ୪ଟା ବେଳକୁ ଆସି କୋର୍ଟ ସମ୍ମୁଖ ରେ ଧାରଣା ଦେଇଥିଲେ ଆଉ ଏହା ର ପ୍ରସାରଣ ଗଣମାଧ୍ୟମ ବି କରିଥିଲା

ଏହାପରେ ସେ ଅଚାନକ କୋର୍ଟ ପରିସର ଛାଡି ନିଜ ସ୍ବାମୀ ଙ୍କ ଘର ମାନେ ସୁମିତ ଙ୍କ ଘର ବାରଣ୍ଡା ରେ ଜବରଦସ୍ତି ବସି ରହି ଆମରଣ ଅନଶନ କରିବେ ବୋଲି ଧମକ ଦେଇଛନ୍ତି

ଏଇଟା ମୋ ଘର, ମୋ ସ୍ବାମୀ ଙ୍କ ଘର ଏଠି ରହିବାର ସମ୍ପୁର୍ଣ୍ଣ ଅଧିକାର ମୋର୍ ରହିଛି ଆଉ ମୁଁ ଏଠି ରହିକି ଦେଖେଇବି ବୋଲି କହିଛନ୍ତି ତପସ୍ଵିନୀ,

ଏହା ଛଡ଼ା ସମାଜସେବୀ ପ୍ରମିଳା ମଧ୍ୟ ତାଳ ରେ ତାଳ ମିଶେଇ କହିଛନ୍ତି କି ଏଇଠି ଚୁଲି ପଡ଼ିବ, ଏଇଠି ରୋଷେଇ ହେବ ଆମେ ଭାତ ଡାଲି କରି ଖାଇବୁ ଆଉ ଯେବେ ଯାଏ କୋର୍ଟ ଆଉ ମୋ ସ୍ବାମୀ ଏହାର ଫଇସଲା କରି ନାହାନ୍ତି ସେତେ ଦିନ ପଯ୍ୟନ୍ତ ମୁଁ ଏଠୁ ଉଠିବି ନାହିଁ

ଏପଟେ ସୁମିତ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ, ତେବେ ଜଣେ ନିଜ ଶାଶୁ ଘର ଉପରେ କେସ ରୁଜୁ କରି ପୁଣି ସେଇ ଶାଶୁଘର କୁ ଯିବାକୁ ଏମିତି ଜିଦି କାଈ କରୁଛ ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି, ଏପଟେ ଏଇ ନେଇ ତପସ୍ଵିନୀ ଙ୍କ ଓକିଲ କହିଚନ୍ତି କି ସୁମିତ ଙ୍କ ବିରୋଧ ରେ ଆମେ ଆଇନଗତ କାର୍ଯାନୁଷ୍ଠାନ ନେବୁ ଆଉ ଏହା ସହ ତପସ୍ଵିନୀ କୁ ସବୁ ଖର୍ଚ୍ଚ ତାଙ୍କୁ ଦେବାକୁ ହେବ

Leave a Reply

Your email address will not be published. Required fields are marked *