ସହିଦ ସୀତାରାମ ମୁର୍ମୁ କଣ ସହାୟତା ପାଇବା ଯୋଗ୍ୟ ନୁହଁନ୍ତି କି?? କଣ ପାଇଁ ସରକାର ଚୁପ୍, କଣ ମୁଁହ ଖୋଲି ମାଗିଲେ ହିଁ ଦେବେ ସହାୟତା??? ଧନ୍ୟ ରେ ସରକାର…

ଜୀବନରେ ସମସ୍ତେ ଅନ୍ୟ କୁ ସାହାଯ୍ୟ କରିବା ଉଚିତ୍ । ପରୋପକାର ଜୀବନ ର ଶ୍ରେଷ୍ଠ ଗୁଣ ହୋଇଥାଏ । ଜୀବନ ରେ ସମସ୍ତେ ୨ ଦିନ ର କୁଣିଆ ହୋଇ ଆସିଛନ୍ତି ।ତେବେ ଏହି କିଛି ଦିନ ର ଜୀବନ ରେ ସମସ୍ତଙ୍କ ପାଇଁ ସାହାଯ୍ୟ ମନୋଭାବ ରଖିବା ଉଚିତ୍ । ତେବେ ଆସନ୍ତୁ ସେମିତି କିଛି ଖବର ଜାଣିବା ।

୫୦୦ ରୁ ଉର୍ଦ୍ଧ ଜୀବନ ବଞ୍ଚେଇବାରେ ତାଙ୍କ ସହଯୋଗ ରହିଛି । ହେଲେ ଗତ ଶୁକ୍ରବାର ଦିନ ହାତୀ କୁ ଉଦ୍ଧାର କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ ଏହି ବୀର ଯବାନ ସୀତାରାମ ମୁର୍ମୁ । ହାତୀ କୁ ରକ୍ଷା କରିବାକୁ ଯାଇ ମୁଣ୍ଡୁଳି ରେ ସେ ନିଖୋଜ ହେବା ସହ ୨୪ ଘଣ୍ଟା ପରେ ଆଠଗଡ଼ କଖଡ଼ି ରେ ତାଙ୍କ ମର ଶରୀର ମିଳି ଥିଲା ।

୨୦ ବର୍ଷ ଧରି ସିତାରାମ ଓଡ୍ରାଫ ଟିମ ରେ ବହୁତ କାର୍ଯ୍ୟ କରିଛନ୍ତି । ୫୦୦ ରୁ ଅଧିକ ଜୀବନ ବଞ୍ଚେଇଛନ୍ତି ସୀତାରାମ, ତାଙ୍କ ର ଗୋଟେ ୧୨ ବର୍ଷ ର ପୁଅ ଆଉ ୪ ବର୍ଷ ର ଝିଅ ଅଛି, ମୁ ଡ୍ୟୁଟି ରୁ ଆସିଲେ ଝିଅ କୁ ମେଡ଼ିକାଲ ନେବି କହି ଘରୁ ବାହାରିଗଲେ ସିନା ଆଉ ଫେରିଲେନି

ତେବେ ସୀତାରାମ କୁ ଷଷ୍ଠ ବାଟା ଲିଅନ ପରିସର ରେ ଗାର୍ଡଅଫ ଅନର ଦିଆଯାଇଛି । ପରେ ତାଙ୍କ ମର ଶରୀରକୁ ତାଙ୍କ ପୈତୃକ ଗାଁ ଅଭିମୁଖେ ବାହାରି ଯାଇଥିଲା । ସମସ୍ତଙ୍କ ମନରେ ଏହି ଓଡ୍ରାଫ ଜବାନ ଙ୍କ ପାଇଁ ବହୁତ ସମ୍ମାନ ରହିଛି ଓ ରହିବ ମଧ୍ୟ ।ହେଲେ କଣ ପାଇଁ ଏଯାବତ୍ ତାଙ୍କୁ ସରକାରୀ ସହାୟତା ମିଳିନି ତାହା ପ୍ରଶ୍ନ ବାଚୀ ସୃଷ୍ଟି କରୁଚି, କଣ ସାମ୍ବାଦିକ ନୁହନ୍ତି ବୋଲି ମିଳିଲାନି କି ସହାୟତା ଏମିତି କଥା ଉଠୁଚି

ସତରେ ଏହି ଖବର ରେ ସମସ୍ତେ ବହୁତ୍ ଦୁଃଖ ପ୍ରକାଶ କରିଛନ୍ତି । ସମସ୍ତଙ୍କୁ ସାହାଯ୍ୟ କରୁଥିବା ,ସମସ୍ତଙ୍କୁ ଜୀବନ ଦେଉଥିବା ଓଡ୍ରାଫ୍ ରେ ଏହି ଯବାନ ଯେ ଏମିତି ଚାଲିଯିବେ ଏହା କେହି ଆଶା କରି ନଥିଲେ ।

Leave a Comment

Your email address will not be published. Required fields are marked *

Scroll to Top