ରାଜ୍ୟ ଖବର

ସ୍ବର୍ଗତ ଅରିନ୍ଦମ ଙ୍କୁ ନେଇ ମଜାକ କରିବା ପଡ଼ିଲା ମହଙ୍ଗା, ଏବେ ଖୁବ୍ ଶୀଘ୍ର ଯିବ ଜେଲ

ସବୁବେଳେ ଲୋକ ମାନଙ୍କୁ ହସେଇବା ଭଲ କଥା ହୋଇଥାଏ । ହେଲେ ଜଣଙ୍କ ମୁର୍ତ୍ୟୁ ଖବର କୁ ନେଇ ମଜାକ ଉଡେଇବା କେତେ ଦୂର ଠିକ ତାହା ଆପଣ ମାନେ ବିଚାର କରନ୍ତୁ

ଆଜି କା ସମୟ ରେ ସୋସିଆଲ ମିଡ଼ିଆ ବ୍ୟବହାର କରିବାର ସମସ୍ତେ ବେସ୍ତ । ସୋସିଆଲ ମିଡିଆ ରେ ବିଭିନ୍ନ ପେଜ ଖୋଲି ପିଲା ମାନେ ବିଭିନ୍ନ ପୋଷ୍ଟ କରିଥାନ୍ତି । ତେବେ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ମୁର୍ତ୍ୟୁ ଖବର କୁ ନେଇ ମଜାକ ଉଡା ଯାଇଛି । ହସିବ ଓଡିଶା ମିମ ମାଧ୍ୟମରେ ଏହି ଦୁଃଖ ଖବର କୁ ଅଭଦ୍ର ଟିପ୍ପଣୀ ଓ ମଜାକ କରା ଯାଇଛି ।

ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ମୁର୍ତ୍ୟୁ ଚାରିଆଡେ଼ ଦୁଃଖ ଖେଳେଇଦେଇଥିଲା ବେଳେ ଏହି ଭଳି ମିମି ପେଜ ରେ ମଜାକ ଉଡେଇବା ନିହାତି ଖରାପ ଵିଷୟ । ଅରିନ୍ଦମ ଦାସ ଙ୍କ ପତଳା ଶରୀର କୁ ନେଇ ମଜାକ ଉଡା ଯାଇଛି , ଖରାପ ଟିପ୍ପଣୀ ର ପ୍ରୟୋଗ ମଧ୍ୟ କରା ଯାଇଛି ,ତାଙ୍କ ବେଶ ପୋଷାକ କୁ ନେଇ ମଧ୍ୟ ହାସ୍ୟରସ କରା ଯାଇଛି । ତେବେ ଏହି କମେଣ୍ଟ କୁ ଜବାବ ଦେଇଛନ୍ତି ଓଲିଉଡର ଅଭିନେତା ସ୍ଵରାଜ ।

ସମସ୍ତଙ୍କୁ ଆକ୍ଷେପ କରୁଥିବା ଏହି ମିମ ଏମିତି ଅରନ୍ଦମ ଦାସ ଙ୍କ ମୁର୍ତ୍ୟୁ କୁ ନେଇ ମଜାକ ଉଡେଇବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସ୍ଵରାଜ । ଆମ ଦେଶ ରେ ସମସ୍ତ ଙ୍କ କଥା କହିବା ର ମନ୍ତବ୍ୟ ଦେବାର ଅଧିକାର ରହିଛି । ତେବେ ଜଣଙ୍କ ଶରୀର ର ଗଠନ , ବେଶ ପୋଷାକ କୁ ନେଇ ମଜାକ ଉଡେଇବା କେତେଦୂର ଯତାର୍ଥ ଆପଣ ମାନେ ବିଚାର କରନ୍ତୁ ।

Leave a Reply

Your email address will not be published. Required fields are marked *