ଦେଶ ଦୁନିଆ

ରେଳବାଇରେ ୧୦ମ ଶ୍ରେଣୀ ପାସ କରିଥିବା ପ୍ରାର୍ଥୀମାନଙ୍କ ପାଇଁ ୩ ହଜାରରୁ ଅଧିକ ଚାକିରିର ସୁଯୋଗ, ବିନା କୌଣସି ପରୀକ୍ଷା ଭର୍ତ୍ତି ହୋଇପାରିବେ  

ନୂଆଦିଲ୍ଲୀ:- ରେଳବାଇରେ ଚାକିରି କରିବାକୁ ଇଚ୍ଛା ରଖୁଥିବା ପ୍ରାର୍ଥୀମାନଙ୍କ ପାଇଁ ୩ ହଜାରରୁ ଅଧିକ ପଦବୀର ଏକ ବିଜ୍ଞାପନ ପ୍ରକାଶ ପାଇଛି। ରେଲୱେର ରେଲୱେ ରିକୃଟମେଣ୍ଟ ସେଲ ପାଖାପାଖି ୩୦୯୩ଟି ଅପ୍ରେଣ୍ଟିସ ଭର୍ତ୍ତି ପାଇଁ ଏକ ନୋଟିଫିକେସନ ଜାରି କରିଛି।

ଏହି ପଦବୀ ପାଇଁ ଇଚ୍ଛା କରୁଥିବା ପ୍ରାର୍ଥୀମାନଙ୍କର ଅଧିକାରିକ ୱେବସାଇଟ rrcnr.orgରେ ଯାଇ ଜାରି ହୋଇଥିବା ନୋଟିଫିକେସନ ଡାଉନଲୋଡ କରି ଅଧିକ ସୂଚନା ପାଇପାରିବେ। ଏଥିସହିତ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ଶ୍ରେଣୀ ପାସ କରିଥିବା ଆବଶ୍ୟକ। ଏଥିସହ ଆଇଟିଆଇ ସାର୍ଟିଫିକେଟ ରହିଥିବା ମଧ୍ୟ ବାଧ୍ୟତାମୂଳକ। ରହିଛି।

ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କର ବୟସ ୧୫ ବର୍ଷରୁ ୨୪ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ। ଆବେଦନ କରିବା ପାଇଁ ପ୍ରଥମେ ୧୦୦ଟଙ୍କା ଜମା କରିବାକୁ ପଡ଼ିବ। ଅନଲାଇନରେ ଏପ୍ଲିକେସନ ପ୍ରକ୍ରିୟା ସେପ୍ଟେମ୍ବର ୨୦ ତାରିଖରୁ ଜାରି ହେବ। ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଏହା ରହିବ। ଆବେଦନକାରୀଙ୍କ ଚୟନ ମେରିଟ ଆଧାରରେ ହେବ। କୌଣସି ଲଖିତ ପରୀକ୍ଷା କିମ୍ବା ଇଣ୍ଟରଭ୍ୟୁ ମଧ୍ୟ ହେବ ନାହିଁ।

 

(http://rrcnr.org/rrcnr_pdf/Apprentice2021/Act_ApprenticeNotification2021_22.pdf) ଆବେଦନକାରୀ ଏହି ଲିଙ୍କରେ ଯାଇ ସବିଶେଷ ସୂଚନା ପାଇପାରିବେ।

Leave a Reply

Your email address will not be published. Required fields are marked *