ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ… ଝିଅର ତଣ୍ଟି ଚିପି ମା-ରିଦେଲା ଜ୍ୱାଇଁ

ନବବିବାହିତା ମହିଳାଙ୍କ ମୃ-ତ-ଦେହ ଏବେ ଉଦ୍ଧାର ହୋଇଛି। ଝିଅକୁ ଜ୍ବାଇଁ ତଣ୍ଟି ଚିପି ହ-ତ୍ୟା କରିଥିବା ନେଇ ବାପା ଅଭିଯୋଗ କରିଛନ୍ତି। ରାମପୁର ବସ୍ତିରେ ଘଟି ଯାଇଛି ଏଭଳି କିଛି ଘଟଣା। ଉକ୍ତ ମହିଳା ଜଣକ ହେଲେ ସ୍ଵର୍ଣ୍ଣଲତା ମହାନନ୍ଦିଆ। ସ୍ବାମୀ ବାପୁନି ନାୟକ ଙ୍କ ସହ ସ୍ତ୍ରୀ ସ୍ଵର୍ଣ୍ଣଲତା ଭଡ଼ା ଘରେ ରହି ଆସୁଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ଖୁବ ଝଗଡ଼ା ହୋଇଥିଲା। ଆଉ ଏହାପରେ ସକାଳେ ଦେଖିଲା ବେଳକୁ ,ସ୍ଵର୍ଣ୍ଣଲତା ବେକରେ ଗାମୁଛା ଲଗାଇ ଜୀବନ ହାରି ଥିବା ନେଇ ଏବେ ସ୍ବାମୀ ବାପୁନି କହିଥିଲା। ଏନେଇ ପଡୋଶୀ ଘର ଜାଣିବା ପରେ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ପୋଲିସ ଆଉ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ଆରମ୍ଭ କରି ଦେଇଥିଲା। ଝିଅର ଏଭଳି ହଠାତ୍ ମୃ-ତ୍ୟୁ ପରେ ହିଁ ଝିଅର ଘର ଲୋକେ ତାଙ୍କ ଝିଅକୁ ହ-ତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି।ଉଭୟ ପ୍ରେମ ବିବାହ କରିଥିଲେ। ତାହା ପରଠାରୁ ତାଙ୍କର ଝିଅକୁ ମାଡ଼ ମାରିବା ସହ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଇ ଆସୁଥିଲେ। ଏହାକୁ ନେଇ ବାପା ଓଲଟା ଅଭିଯୋଗ କରିଛନ୍ତି। ବାପୁନି ସ୍ଵର୍ଣ୍ଣଲତା ଙ୍କୁ ହ-ତ୍ୟା କରିଥିବା ନେଇ ବାପା ଦାବି କରି ଆସୁଛନ୍ତି।

ଯାହାକୁ ନେଇ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ପୋଲିସ ମଧ୍ୟ ସ୍ବାମୀଙ୍କୁ ଅଟକ ରଖି ଆଧିକା ପଚରା ଉଚରା କରିଛି। ଆଉ ଘଟଣାର ତଦନ୍ତ କରୁଛି।ଏହି ଘଟଣାର ସଠିକ୍ ଭାବରେ ତଦନ୍ତ ପରେ ହିଁ ଘଟଣା ପଛରେ ପ୍ରକୃତ ଅଭିଯୁକ୍ତ କିଏ ତାହା ଜଣା ପଡ଼ିବ ବୋଲି କୁହା ଯାଇଛି। ଏହି ଘଟଣା ସମ୍ପର୍କରେ ସେଠାକାର ସ୍ଥାନୀୟ ଲୋକମାନେ ମଧ୍ୟ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ତେବେ ଏହି ଘଟଣା ସଂପର୍କରେ ଜାଣି ସାରିବା ପରେ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Leave a Comment