ନମସ୍କାର ପାଠକ ବନ୍ଧୁ।ଆସିଲା ଏକ ବଡ ଖବର।ଚାଇନା ଝିଅ ର ପ୍ରେମ ରେ ପାଗଳ ହୋଇ ଭାରତ ରୁ ଚାଲି ଗଲେ ଯୁବକ।ସେଠାରେ ଶେଷ ରେ ତାଙ୍କର ମୃତ୍ୟୁ ହୋଇଚି।ଏଭଳି କିଛି ଅଭିଯୋଗ ନେଇ ଥାନା ର ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକେ।
ଏହି ଘଟଣା ଟି ଦେଖିବାକୁ ମିଳିଚି ମଧ୍ୟପ୍ରଦେଶ ର ଗୋଟିଏ ପରିବାର ରେ।ନିଜ ପୁଅ କୁ ହରାଇ ଦୁଃଖ ରେ ଭାଙ୍ଗି ପଡିଛନ୍ତି ଜଣେ ବାପା।ଏହା ପରେ ସେମାନେ ନିଜ ପୁଅ କୁ ଖୋଜି ଆଣିବା ପାଇଁ ଥାନା କୁ ଯାଇ ଅଭିଯୋଗ କରିଛନ୍ତି।କେନ୍ଦ୍ର ସରକାର ଙ୍କ ନିକଟ ରେ ନିଜ ପୁଅ କୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି ସେ।
ସୂଚନା ଅନୁସାରେ ପ୍ରବଳ ହେଉଛନ୍ତି ସେହି ଅଞ୍ଚଳ ର ଜଣେ ଯୋଗ ଗୁରୁ।ସେ ଅନେକ ଲୋକ ଙ୍କୁ ଯୋଗ ଶିଖାଇ ଅର୍ଥ ରୋଜଗାର କରନ୍ତି।ହେଲେ କିଏ ଜାଣି ଥିଲା ତାଙ୍କ ସହ କିଛି ଏଭଳି ଘଟଣା ଘଟିବ।ସେ ତାଙ୍କର ଯୋଗ କରିବାର ଦୃଶ୍ୟ ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ।
ଏହାକୁ ଦେଖିଥିଲେ ଜଣେ ଚାଇନା ଝିଅ।ସେ ଉଭୟ ଙ୍କ ଭିତରେ ସମ୍ପର୍କ ବଢ଼ିବାକୁ ଲାଗିଲା।ସେ ପରସ୍ପର କୁ ପ୍ରେମ କରିବାକୁ ଆରମ୍ଭ କଲେ।ପ୍ରବଳ ଙ୍କ ପରିବାର ଲୋକେ ଏ କଥା ଜାଣିବା ପରେ ତାଙ୍କୁ ଏସବୁ କରିବାକୁ ମନା କରିଥିଲେ।
ହେଲେ ସେ ଶୁଣି ନ ଥିଲେ।ଚାଇନା ଝିଅ ତାଙ୍କୁ ସେଠାକୁ ଯାଇ ଚାକିରି କରିବା ପାଇଁ କହି ଥିଲେ।ପ୍ରବଳ ତାଙ୍କ ପରିବାର ର କଥା ନ ଶୁଣି ସେଠାକୁ ଚାଲି ଯାଇଥିଲେ।ଗୋଟେ ମାସ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଥିଲା।ହେଲେ ଏହା ପର ଠାରୁ ପ୍ରବଳ ଆଉ ନିଜ ପରିବାର ସହିତ କଥା ହେଉ ନାହାନ୍ତି।
ଗତ ତିନି ମାସ ହେବ ପ୍ରବଳ ନିଜ ପରିବାର ସହିତ କଥା ହୋଇ ନାହାଁନ୍ତି।ସେହି ଚାଇନା ଝିଅ ମଧ୍ୟ ଫୋନ୍ ଉଠାଉ ନାହିଁ।ପ୍ରବଳ ଙ୍କ ଫୋନ୍ ସୁଇଚ ଅଫ୍ ଅଛି।ଯେଉଁଥିପାଇଁ ପରିବାର ଲୋକେ ଭୟବିତ ହୋଇ ଯାଇଛନ୍ତି।
ସେମାନେ ପରେ ଥାନା ରେ ଯାଇ ଏ ବିଷୟ ରେ ଅଭିଯୋଗ କରିଥିଲେ।ଏବେ ପ୍ରବଳ ଙ୍କ ପରିବାର ଲୋକେ ଅଧିକ ରୁ ଅଧିକ ଭୟବୀତ ଅଛନ୍ତି।ତାଙ୍କ ବାପା କେନ୍ଦ୍ର ସରକାର ଙ୍କ ନିକଟ ରେ ଗୁହାରି କରି କହିଛନ୍ତି କି ଆପଣ ମୋ ପୁଅ କୁ ଫେରାଇ ଆଣନ୍ତୁ।
ସେହି ଚାଇନା ଝିଅ ମୋ ପୁଅ କୁ ନେଇ ଯାଇଚି।ମୋ ପୁଅ ଏଠାରେ ଭଲ ରେ ଥିଲା।ତାହାରି କଥା ରେ ପଡ଼ି ସେ କୁଆଡେ ଚାଲି ଯାଇଚି।ଏବେ କୁହା ଯାଉଚି କି ପ୍ରବଳ ଙ୍କ ର ସେଠାରେ ମୃ-ତ୍ୟୁ ହୋଇ ସାରିଛି।ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।