ଗୋଟିଏ ଆଇରନ ବୋଝେଇ ଟ୍ରକ୍ ଧକ୍କା ରେ ଘଟଣା ସ୍ଥଳରେ ହିଁ ଜଣେ ବାଇକ୍ ବାଲା ର ମୃ-ତ୍ୟୁ ହୋଇଛି। ଏହାପରେ ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବୀ ରେ ରାସ୍ତା ରୋକ ମଧ୍ୟ କରିଥିଲେ। ଢେଙ୍କାନାଳ ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଦୁଃଖଦ ଘଟଣା ଘଟି ଯାଇଛି। ଖୁବ୍ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ମୃ-ତ ଯୁବକ ଜଣକ ହେଉଛନ୍ତି ଖାଲପଡା ଗ୍ରାମର ଭୋଳେଶ୍ୱର ନାୟକ ବୋଲି ଜଣା ପଡିଛି।ସେ ନିଜର ବାଇକ ଯୋଗେ ପିପିଲି ଛକ ପଟକୁ ଯାଉଥିବା ସମୟରେ ଗୋଟିଏ ଆଇରନ ବୋଝେଇ ଟ୍ରକ୍ ତାଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିଲା।
ତେଣୁ ଘଟଣା ସ୍ଥଳରେ ହିଁ ଭୋଳେଶ୍ୱର ଙ୍କ ମୃ-ତ୍ୟୁ ହେବା ପରେ ସ୍ଥାନୀୟ ଲୋକମାନେ ଉତ୍ୟକ୍ତ ହୋଇ କ୍ଷତି ପୂରଣ ଦାବୀ ରେ ରାସ୍ତା ରୋକ କରିଛନ୍ତି। ଫଳରେ ପିପିଲି ଡୁବୁରୀ ଯାତାୟାତ ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇ ଯାଇ ଥିବାର ଖବର ପାଇ,ପୋଲିସ ଆସି ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲା। ଏହାପରେ ସେଠାରେ ଉପସ୍ଥିତ ଥିବା ଉତ୍ୟକ୍ତ ଲୋକ ମାନଙ୍କୁ ଖୁବ ବୁଝା ଶୁଝା ମଧ୍ୟ କରିଥିଲା। ଯାହା ଫଳରେ କି ଲୋକମାନେ ଟିକେ ଶାନ୍ତ ପଡିଥିଲେ।
ଏବେ ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରି ଦେଇଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି। ମାତ୍ର ଏବେ ପର୍ଯ୍ୟନ୍ତ ମଧ୍ୟ ସେହି ଡ଼୍ରାଇଭର ଯିଏ ଆଇରନ ବୋଝେଇ ଟ୍ରକ୍ ଚଳାଉ ଥିଲା,ତାହାର ସନ୍ଧାନ ମିଳି ପାରି ନାହିଁ। ଖୁବ୍ ଶୀଘ୍ର ସେହି ଟ୍ରକ୍ ଡ଼୍ରାଇଭର ର ସନ୍ଧାନ ମିଳିବ ବୋଲି ତାହା ଆଶା କରା ଯାଉଛି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ରେ ଏହି ଘଟଣା ସମ୍ପର୍କରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।