କାହିଁକି ହେଲା ଧୱନ-ଆୟେସାଙ୍କ ଛାଡ଼ପତ୍ର? ଗୋଡ ଧରି କାନ୍ଦିଲେ ହେଲେ ମୁହଁ ମୋଡିଦେଲେ ସ୍ତ୍ରୀ

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶିଖର ଧାୱନ ଆୟେଶା ମୁଖାର୍ଜୀଙ୍କୁ ୨୦୧୨ରେ ବିବାହ କରିଥିଲେ। ଧୱନଙ୍କ ଠାରୁ ୧୦ ବର୍ଷ ବଡ଼ ଆୟେଶା, ଉଭୟଙ୍କ ସମ୍ପର୍କ ଫେସବୁକ୍ ବନ୍ଧୁତାରୁ ଆରମ୍ଭ ହୋଇଥିଲା।

ଫେସବୁକରୁ ପ୍ରେମ ପରେ ବିବାହ କରିଥିଲେ। ତେବେ ଅୟେଶାଙ୍କ ଏହା ୨ୟ ବିବାହ ଥିଲା କାରଣ ଶିଖରଙ୍କ ପୂର୍ବରୁ ଆୟେଶା ଅଷ୍ଟ୍ରେଲିଆର ଜଣେ ବିଜନେସ୍ ମ୍ୟାନଙ୍କୁ ବିବାହ କରିଥିଲେ। ତାଙ୍କର ପୂର୍ବ ସ୍ୱାମୀଙ୍କ ସହ ୨ ଝିଅ ଅଛନ୍ତି।

ଅନ୍ୟପଟେ ଇଣ୍ଡିଆ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶିଖର ଧୱନ ଦୀର୍ଘ ସମୟରୁ ଦଳରୁ ବାହାରେ ଅଛନ୍ତି। ତାଙ୍କ ବିଶ୍ୱକପ୍ ଟିମରେ ବି ସ୍ଥାନ ମିଳିନାହିଁ। ବନ୍ଧୁଗଣ ଟିମ୍‌ ଇଣ୍ଡିଆର ଓପନର୍‌ ଶିଖର ଧୱନ ସୋସିଆଲ୍‌ ମିଡିଆରେ ବେଶ୍‌ ଆକ୍ଟିଭ।

କ୍ରିକେଟକୁ ହେଉ କି ପରିବାର ସଦସ୍ୟ କିମ୍ବା ସାଙ୍ଗସାଥୀଙ୍କ ସହ ମସ୍ତିର ଭିଡିଓ ବା ଫଟୋ ସେ ଶେଆର କରିଥାନ୍ତି। ତେବେ ବନ୍ଧୁଗଣ ଭାରତୀୟ ଦଳର ଷ୍ଟାର କ୍ରିକେଟର ଶିଖି ଧାୱନଙ୍କୁ ସାମ୍ନାକୁ ଆସିଲା ବଡ ଖବର।

ଦୀର୍ଘ ଦିନ ଧରି କୋର୍ଟରେ ଚାଲୁଥିବା ଛାଡପତ୍ର ମାମଲାର ଶେଷରେ ଶୁଣାନି ହୋଇଛି। ଶିଖର ଧୱନ ପତ୍ନୀଙ୍କ ବିରୋଧରେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ରେ କରିଥିବା ଛାଡପତ୍ର ମାମଲାରେ ଶୁଣାନି ହୋଇଛି।

ଫ୍ୟାମିଲି କୋର୍ଟ ଶିଖରଙ୍କ ଛାଡପତ୍ରକୁ ମଞ୍ଜୁର ଦେଇଛି। ପରିବାର ଅଦାଲତର ବିଚାରପତି ଜଷ୍ଟିସ୍ ହରିଶ କୁମାର ଛାଡ଼ପତ୍ର ଆବେଦନକୁ ଗ୍ରହଣ କରିଛନ୍ତି। ଶୁଣାଣି ବେଳେ ଧୱନ ଆଣିଥିବା ଅଭିଯୋଗକୁ ପତ୍ନୀ ଆୟେଶା ବିରୋଧ କରି ନଥିଲେ।

ଏପରିକି ନିଜକୁ ବଞ୍ଚାଇବାରେ ବିଫଳ ହୋଇଥିଲେ। କୋର୍ଟଙ୍କ ଅନୁସାରେ, ଧୱନଙ୍କୁ ଏକମାତ୍ର ପୁଅ ଠାରୁ ଅଲଗା ରହିବା ଲାଗି ବାଧ୍ୟ କରି ମାନସିକ ପୀଡ଼ା ଦେଉଥିଲେ ଆୟେଶା।

କିନ୍ତୁ ବର୍ତ୍ତମାନ କୋର୍ଟର ରାୟ ଅନୁଯାୟୀ ଶିଖର ଭାରତ ଓ ଅଷ୍ଟ୍ରେଲିଆରେ ନିର୍ଦ୍ଦିଷ୍ଟ ଅବଧିରେ କଲରେ ପୁଅକୁ ଭେଟିବା ସହ କଥା ହୋଇ ପାରିବେ। ଏହା ଛଡା ପୁଅର ସ୍କୁଲ ଛୁଟି ସମୟରେ ଶିଖର ତାଙ୍କ ସହ ସମୟ ବିତାଇବା ସହ ରହିପାରିବେ।

Leave a Comment

Your email address will not be published. Required fields are marked *

Scroll to Top