କେଦାରନାଥ ଯାତ୍ରାରେ ଏମିତି କଣ ହେଲା ଯେ ସ୍ଵୟଂ ଭଗବାନ ଶିବ ନିଜ ଭକ୍ତ ମାନଙ୍କୁ ବଞ୍ଚାଇବା ପାଇଁ ଆସିଥିଲେ। ଭଗବାନ ଶିବଙ୍କ ଚମତ୍କାର ଶୁଣିଲେ ଆପଣ ମାନେ ଅଶ୍ଚଜ୍ୟ ହୋଇଯିବେ ।ଏବଂ ଭଗବାନ ଶିବଙ୍କ ପ୍ରତି କେତେ ଗୁଣ ଶ୍ରଦ୍ଧା ବଢିଯିବ ।
ଏହି ଘଟଣାଟି ୨୦୦୪ ରେ ବଳବୀର ନାମକ ଜଣେ ବ୍ୟକ୍ତି ତାଙ୍କ ସାଙ୍ଗ ମାନଙ୍କ ସହିତ କେଦାରନାଥ ଯିବା ପାଇଁ ଯୋଜନା କରିଥିଲେ।ତାପରେ ଗୋଟେ ଛୋଟ ବସ୍ ଟେ ନେଲେ ଯୋଉଥିରେ ୧୦-୧୨ ଜଣ ଲୋକ ଯାଇପାରିବେ।
ସେହି ବସ୍ ରେ କେଦାରନାଥ ସମସ୍ତେ ମିଶିକି ଗଲେ। ବଳବିର୍ ଙ୍କୁ ତାଙ୍କ ଘର ଠୁ କେଦାରନାଥ ଯିବା ପାଇଁ ୩ ଦିନର ସମୟ ଲାଗିଥାଏ।ଗୋଟେ ଦିନ ଆରାମରେ ପଲେଇଥିଲେ।କିନ୍ତୁ ଦ୍ଵିତୀୟ ଦିନ ରାତି ରେ ଯିବା ପାଇଁ ନିଷ୍ପତି ନେଇଥିଲେ।ସେତେବେଳକୁ ରାତି ୨ ଟା ହୋଇଥିଲା।
ସେହି ଜଙ୍ଗଲରେ କେବଳ ଗୋଟେ ବସ୍ ହିଁ ଯାଉଥିଲା ଦୁର ଦୁର ରୁ କିଛି ଦେଖା ଯାଇନଥିଲା।ଶୁଣିବାକୁ ମିଳେ ଯେ ସେଠି ଡକାୟତ ମାନେ ରହିଥାନ୍ତି।ବସ୍ କୁ ଅଟକ ରଖି ଲୁଟନ୍ତି।କିଛି କାରଣ ବଶତଃ ଗୋଟେ ପଥର ରେ ବସ୍ ର ଚକା ପମ୍ପଚର୍ ହୋଇଗଲା।
ଏବଂ ତାଙ୍କ ପାଖରେ ଏକ୍ସଟ୍ରା ଟାୟାର ବି ପାଖରେ ନଥିଲା। ବଳବିର ଜାଣିପାରିଲେ କି ଏହି କାମ ସେମାନଙ୍କର ହିଁ ହୋଇଥିବା।ସମସ୍ତେ ଡରିଯାଇଥିଲେ ଏବେ କଣ ହେବ। ବଳବିର୍ ଭୋଲାନଥାଙ୍କୁ ସ୍ମରଣ କରି କହୁଥିଲେ ଆମେ ତ ଆପଣଙ୍କର ଦର୍ଶନ କରିବାକୁ ଆସିଛୁ ଅସୁବିଧାରେ ପଡ଼ିଯାଇଛୁ।ରକ୍ଷା କରନ୍ତୁ।
ଭଗବାନ ଶିବ ତାଙ୍କ ଡାକ ଶୁଣିଲେ ଏବଂ ଡକାୟତ ଆସିବା ପୂର୍ବରୁ ସେଠିକି ଗୋଟେ ବ୍ୟକ୍ତି ଆସିଲେ। ଏବଂ ତାଙ୍କୁ ଦେଖି ଡରିଯାଇଥିଲେ।ସେ ବ୍ୟକ୍ତି ଜଣଙ୍କ କହିଲେ ଡର ନାହିଁ ନିଜ ସିଟ୍ ରେ ଯାଇ ବସି ଝରକା ସବୁ ବନ୍ଦ୍ କରିଦିଅ। କିଛି ସମୟ ଶୋଇପଡ଼।ମୁଁ କାହାକୁ ସାହାଯ୍ୟ ପାଇଁ ଡାକୁଚି।
କିନ୍ତୁ ବଲବିର କହିଥିଲେ ଆପଣ ଏତେ ରାତିରେ ଏକା କଣ କରୁଛନ୍ତି?ଏଥି ଲୁଟନ୍ତି ବହୁତ୍।ବ୍ୟକ୍ତି ଜଣଙ୍କ କହିଲେ ଠିକ କହିଛନ୍ତି।କିନ୍ତୁ ସମସ୍ତେ ଜାଣିଛନ୍ତି ଆପଣ କେଦାରନାଥ ଯାତ୍ରା ରେ ଯାଉଛନ୍ତି।କିଛି ବି ଅସୁବିଧା ହେବ ନାହିଁ। ବଳବୀର୍ ବୁଝିପାରିଲେ ନାହିଁ ଏଥି ତ କେହି ବି ନାହାନ୍ତି ସେ କାହାକୁ ସାହାଯ୍ୟ ପାଇଁ କହିବେ।
ଏବଂ ବସ୍ ଭିତରେ ବସିଲେ।୨୦ ମିନିଟ୍ ପରେ ବାହାରେ ଆଶିକି ଦେଖିଲେ ସେ ଲୋକଟି ସେଠି ନାହିଁ।ବସ୍ ର ଟାୟାର ମଧ୍ୟ ଠିକ ହୋଇଯାଇଥିଲା।ସବୁ ଲୋକ ଦେଖି କହିଲେ ଏହି ଚମତ୍କାର କେମିତି ହେଲା ?ବଲ୍ ବୀର୍ ର ସାଙ୍ଗ ଜଣେ କହିଲା ଡରିବାର କିଛି ନାହିଁ।
ଯେତେବେଳେ ବି ଭଗବାନ ଶିବ ଙ୍କୁ ଦର୍ଶନ କରିବା ପାଇଁ ଯାଆନ୍ତି କିଛି ବି ଅସୁବିଧା ହେଲେ ସ୍ଵୟଂ ମହାଦେବ ହିଁ ରକ୍ଷା କରିବା ପାଇଁ ଆସିଥାନ୍ତି। ବଳବୀର ଖୁସି ହୋଇ ଭଗବାନ ଶିବଙ୍କୁ ସ୍ମରଣ କରିଲେ। ଏବଂ ସମସ୍ତେ ସୁରକ୍ଷିତ ଭାବରେ ଦର୍ଶନ କରି ନିଜ ଘରେ ପହଞ୍ଚିଥିଲେ।