ରାଜ୍ୟ ଖବର

Shubhasis Sarangi ଙ୍କ ପାଇଁ ଦାବି ଜୋର୍ ଧରିଲା, ସମାଜ ସେବୀ ମାନେ କଲେଣି ବିଦ୍ରୋହ, କଣ୍ ମୁକୁଳିବେ କି..?

ଗତ କିଛି ଦିନ ହେଲା ଶୁଭାଶିଷ ଷଡ଼ଙ୍ଗୀ ଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ତୁମ୍ବି ତୋଫାନ ଲାଗିରହିଛି, କିଛି ଦିନ ଆଗରୁ ଶୁଭାଶିଷ ଧରିଥିବା ଗୋରୁ ଗାଡ଼ି ଜବତ ନ ହେଇ ଆଳି ପୋଲିସ ଦ୍ବାରା ଛଡା ଯିବା ଆଉ ବିରୋଧ କଲା ରୁ ମିଛ ମାମଲା କରି ଶୁଭାଶିଷ ଙ୍କୁ ଫସେଇ ଦେଇଛନ୍ତି ବୋଲି ବିଭିନ୍ନ ସମାଜ ସେବୀ ମାନେ ଅଭିଯୋଗ କରିଛନ୍ତି

ତେବେ ଘଟଣା ଦିନ ରାତି ରେ ଶୁଭାଶିଷ ନିଜର ଗୋଟେ ସାମ୍ବାଦିକ ବନ୍ଧୁ ତଥା ପୋଲିସ ଗାର୍ଡ ଜଣଙ୍କୁ ଧରି ଗୋଟେ ଗୋରୁ ଚାଲାଣ ହେଉଥିବା ଗାଡ଼ି କୁ ଅଟକେଇ ଥିଲେ, ଏହା ସହ ସେ ଏହାର ଭିଡିଓ ସୁଟିଂ କରି ପୋଲିସ କୁ ଫୋନ୍ କରିଥିଲେ ତେବେ ଷ୍ଟେସନ ରେ କେହି ଫୋନ୍ ନ ଉଠେଇବାରୁ ବାଧ୍ୟ ରେ

ସେ ଗାଡ଼ି କୁ ଅଧା ରାସ୍ତା ରେ ଛାଡି ଷ୍ଟେସନ କୁ ଆସିଥିଲେ ପୋଲିସ ଙ୍କୁ ଡାକି ତାଙ୍କ ହାତରେ ଗାଡ଼ି ଦେବାକୁ ହେଲେ ଓଲଟା ପୋଲିସ ଶୁଭାଶିଷ ଙ୍କୁ ମାଡ଼ ମାରିବା ସହ ମିଛ ଦଫା ଲଗେଇ ତାଙ୍କୁ ଜେଲ୍ ରେ ପୁରେଇ ଦେଇଥିବା ଅଭିଯୋଗ ହେଇଚି

ତେବେ ଆଇଆଇସି ତାଙ୍କୁ ହାତ ଉଠାଉଥିବା ଭିଡିଓ ରେ ସ୍ପଷ୍ଟ ଦେଖାଯାଉଥିଲେ ମଧ୍ୟ ଏହା କୁ ନେଇ ବିଶେଷ ଆଲୋଚନା ହେଉନାହିଁ କିମ୍ବା ଗଣମାଧ୍ୟମ ରେ ଏହା କୁ ନେଇ ବିଶେଷ ଚର୍ଚ୍ଚା ହେଉନଥିବା ଜଣାପଡିଛି, କେଉଁ ପରିସ୍ଥିତି ରେ ସୁଭାସିସ ଆରେଷ୍ଟ୍ ହେଲା ପରେ ତାଙ୍କ ନାଁ ରେ ଅଭିଯୋଗ ଲେଖା ହେଇଛି ତାହା ସନ୍ଦେହ ଜନକ,

ସୁଭାସିସ ଙ୍କ ସପକ୍ଷ ରେ ବିଭିନ୍ନ ସମାଜସେବୀ ମାନେ ଦାବି ଉଠାଇଥିଲେ ହେଲେ ତାହା ଏବେ କୌଣସି ଫରକ୍ ପକାଇଥିବା ଏତେ ଖାସ୍ ଜଣା ପଡୁନାହିଁ, ତେବେ ଦେଖା ଯାଉ ଆଳୀ ପୋଲିସ ର ଏଇ ନ୍ୟାୟ କେତେ ଦିନ ଚାଲିବ

Leave a Reply

Your email address will not be published. Required fields are marked *