ରାଜ୍ୟ ଖବରଜ୍ୟୋତିଷ ଶାସ୍ତ୍ର

ଶ୍ରାବଣ ମାସରେ ରଖନ୍ତୁ ଏହି ୩ଟି ବ୍ରତ, ଆପଣଙ୍କୁ ମିଳିବ ଇଚ୍ଛା ଅନୁଯାୟୀ ଫଳ

ହିନ୍ଦୁ ପରମ୍ପରାରେ ଶ୍ରାବଣ ମାସକୁ ସବୁଠାରୁ ପବିତ୍ର ବୋଲି କୁହାଯାଏ | ଏହି ମାସରେ ଭଗବାନ ଶିବଙ୍କର ଉପାସନା କରାଯାଏ | ବିଶ୍ୱାସ କରାଯାଏ ଯେ ଏହି ମାସକୁ ଭଗବାନ ଶିବ ବହୁତ ଭଲ ପାଆନ୍ତି, ତେଣୁ ଏହି ମାସରେ ବ୍ରତ କରି ଯାହା ମାଗିଲେ ଭଗବାନ ଶିବ ତାକୁ ପୂରଣ କରିଥାନ୍ତି | ତେବେ ଶ୍ରାବଣ ମାସରେ ୩ଟି ବିଶେଷ ବ୍ରତ କରିବାଦ୍ୱାରା ଶିବ ପ୍ରସନ୍ନ ହୋଇଥାନ୍ତି | ଆପଣ ମଧ୍ୟ ଜାଣନ୍ତୁ ଏହି ୩ଟି ବ୍ରତ କଣ କଣ ଅଟେ ଏବଂ କଣ ରହିଛି ଏହାର ପୂଜା ବିଧି |

୧. ଶ୍ରାବଣ ସୋମବାର ବ୍ରତ :-

ଶ୍ରାବଣ ମାସରେ ସୋମବାର ଦିନ ବ୍ରତ ରଖାଯାଏ, ଏହାର ବିଶେଷ ମହତ୍ୱ ରହିଥାଏ | କୁହାଯାଏ ଯେ ଏହି ବ୍ରତ କରିବାଦ୍ୱାରା ଭଗବାନ ଶିବ ନିଜର ଭକ୍ତମାନଙ୍କର ସବୁ ଇଚ୍ଛାକୁ ପୂରଣ କରନ୍ତି | ଶ୍ରାବଣ ସୋମବାର ବ୍ରତରେ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କର ପୂଜା କରାଯାଇଥାଏ |

ଶ୍ରାବଣ ସୋମବାର ବ୍ରତର ପୂଜା-ବିଧି :-

– ଶ୍ରାବଣ ସୋମବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ଶୋଇକି ଉଠନ୍ତୁ |

– ପୁରା ଘରକୁ ସଫା କରି ସ୍ନାନ କରନ୍ତୁ |

– ଗଙ୍ଗା ଜଳ କିମ୍ବା ପବିତ୍ର ଜଳ ଆଣି ପୁରା ଘରେ ଛିଞ୍ଚନ୍ତୁ |

– ଘରେ କୌଣସି ପବିତ୍ର ସ୍ଥାନ ଉପରେ ଭଗବାନ ଶିବଙ୍କ ମୂର୍ତ୍ତି କିମ୍ବା ଚିତ୍ର ସ୍ଥାପନ କରନ୍ତୁ |

– ଏହାପରେ କ୍ଷୀର କିମ୍ବା ଗଙ୍ଗାଜଳ ଦ୍ୱାରା ଶିବଲିଙ୍ଗ କିମ୍ବା ମୂର୍ତ୍ତିକୁ ଅଭିଷେକ କରନ୍ତୁ

– ବେଲପତ୍ର ଏବଂ ଭାଙ୍ଗ, ଦୁଦୁରା ଚଢାଇ ଫଳର ଭୋଗ ଲଗାନ୍ତୁ |

– ଘିଅର ଦୀପ ଜଳାନ୍ତୁ |

– ଶ୍ରାବଣ ସୋମବାର ବ୍ରତ ସୂର୍ଯ୍ୟୋଦୟ ଠାରୁ ଆରମ୍ଭ କରି ତୃତୀୟ ପ୍ରହାର ପର୍ଯ୍ୟନ୍ତ କରାଯାଇଥାଏ |

– ଶିବ ପୂଜା ପରେ ସୋମବାର ବ୍ରତର କଥା ଶୁଣିବା ଆବଶ୍ୟକ ଅଟେ |

– ବ୍ରତ କରୁଥିବା ବ୍ୟକ୍ତିଙ୍କୁ ଦିନରେ ଥରେ ଭୋଜନ କରିବା ଉଚିତ

୨. ୧୬ ସୋମବାର ବ୍ରତ :-

୧୬ ସୋମବାର ବ୍ରତ କଲେ ଭଗବାନ ଶିବ ଏବଂ ଦେବୀ ପାର୍ବତୀ ବହୁତ ପ୍ରସନ୍ନ ହୋଇଥାନ୍ତି | କୁହାଯାଏ ଯେ ଶ୍ରାବଣ ମାସରେ ୧୬ ସୋମବାର ବ୍ରତ ଆରମ୍ଭ କଲେ ଶୁଭ ଏବଂ ଇଚ୍ଛା ଅନୁଯାୟୀ ଫଳ ମିଳିଥାଏ |

– ସୋମବାର ଦିନ ସକାଳୁ ଉଠି ନିତ୍ୟ କର୍ମ ସାରି ସ୍ନାନ କରନ୍ତୁ |

– ସଫା ପୋଷାକ ପିନ୍ଧନ୍ତୁ | ପୂଜା ଘରକୁ ସଫା କରି ଶୁଦ୍ଧ କରନ୍ତୁ |

– ସବୁ ଜିନିଷ ଏକାଠି କରି ଶିବ ଭଗବାନ ପ୍ରତିମା ଆଗରେ ଆସନରେ ବସନ୍ତୁ |

– ସର୍ବପ୍ରଥମେ ଭଗବାନ ଶିବଙ୍କ ଉପରେ ଜଳ ଅର୍ପଣ କରନ୍ତୁ |- ଜଳ ପରେ ଧଳା ବସ୍ତ୍ର ଅର୍ପଣ କରନ୍ତୁ |
– ଧଳା ଚନ୍ଦନ ଦ୍ୱାରା ଭଗବାନଙ୍କୁ ତିଳକ ଲଗାନ୍ତୁ |

– ଧଳା ଫୁଲ, ଦୁଦୁରା, ବେଲପତ୍ର, ଭାଙ୍ଗ ଏବଂ ଫୁଲମାଳ ଅର୍ପଣ କରନ୍ତୁ

– ଧୁପ, ଦୀପ ଅର୍ପଣ କରନ୍ତୁ |

– ଭଗବାନଙ୍କୁ ଭୋଗ ଆକାରରେ ଋତୁ ଫଳ କିମ୍ବା ବେଲ ଏବଂ ନୈବେଦ୍ୟ ଅର୍ପଣ କରନ୍ତୁ |

୩. ପ୍ରଦୋଷ ବ୍ରତ :-

ଶ୍ରାବଣ ମାସରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଆଶୀର୍ବାଦ ପାଇବାପାଇଁ ପ୍ରଦୋଷ ବ୍ରତ ପ୍ରଦୋଷକାଳ ପର୍ଯ୍ୟନ୍ତ ରଖାଯାଇଥାଏ | ତେବେ ଆପଣ ପ୍ରତ୍ୟେକ ମାସରେ ୨ଥର ଆଗାମୀ ପ୍ରଦୋଷ ବ୍ରତକୁ ରଖିପାରିବେ | କିନ୍ତୁ ଶ୍ରାବଣ ମାସରେ ରଖାଯାଇଥିବା ପ୍ରଦୋଷ ବ୍ରତର ମହତ୍ୱ କିଛି ଅଲଗା ହୋଇଥାଏ |

ପ୍ରଦୋଷ ବ୍ରତର ବିଧି :-

– ପ୍ରଦୋଷ ବ୍ରତ କରିବାପାଇଁ ତ୍ରୟୋଦଶୀ ଦିନ ସୂର୍ଯ୍ୟଦୋୟ ପୂର୍ବରୁ ଉଠିବା ଉଚିତ |

– ନିତ୍ୟକର୍ମ ସାରି ଭଗବାନ ଶିବଙ୍କୁ ସ୍ମରଣ କରନ୍ତୁ |

– ଏହି ବ୍ରତରେ କିଛି ବି ଖାଇବା ଉଚିତ ନୁହେଁ |

– ପୁରାଦିନ ଉପବାସ ରଖିବାପରେ ସୂର୍ଯ୍ୟାସ୍ତର ଏକ ଘଣ୍ଟା ପୂର୍ବରୁ ସ୍ନାନ କରି ଧଳା ପୋଷାକ ପିନ୍ଧନ୍ତୁ |

– ପୂଜା ସ୍ଥାନକୁ ଗଙ୍ଗାଜଳ କିମ୍ବା ପରିଷ୍କାର ଜଳରେ ଶୁଦ୍ଧ କରିବାପରେ ଗାଈର ଗୋବରରେ ଲିପି ମଣ୍ଡପ ପ୍ରସ୍ତୁତ କରାଯାଏ |

– ବର୍ତ୍ତମାନ ଏହି ମଣ୍ଡପରେ ପଞ୍ଚବର୍ଣ୍ଣି ଆଣି ରଙ୍ଗୋଲି କରାଯାଏ |

– ଏହି ପ୍ରକାରର ପୂଜାର ପ୍ରସ୍ତୁତି କରି ଉତ୍ତର-ପୂର୍ବ ଦିଗ ଆଡକୁ ମୁହଁ କରି ବସନ୍ତୁ ଏବଂ ଭଗବାନ ଶଙ୍କରଙ୍କ ପୂଜା କରନ୍ତୁ

– ପୂଜାରେ ଭଗବାନ ଶିବଙ୍କ ମନ୍ତ୍ର ‘ ଓଁ ନମଃ ଶିବାୟ’କୁ ଜପ କରି ଶିବଙ୍କୁ ଜଳ ଚଢାନ୍ତୁ |

Leave a Reply

Your email address will not be published. Required fields are marked *