ଜ୍ୟୋତିଷ ଶାସ୍ତ୍ର

ଶ୍ରାବଣ ମାସରେ ଲଗାନ୍ତୁ ଏହି ଗଛ, ଖୋଲିଯିବ ଆପଣଙ୍କ ଭାଗ୍ୟ

ଶାସ୍ତ୍ର କଥା ଜାଣନ୍ତୁ ଧର୍ମ ସହିତ :-

ଯଦି ଗଛ ବିଷୟରେ କଥା ହେବା, ତେବେ ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛକୁ ଶ୍ରାବଣ ମାସରେ କିମ୍ବା କାର୍ତ୍ତିକ ମାସରେ ଲଗାଇଲେ ବହୁତ ଶୁଭ ହୋଇଥାଏ | ତୁଳସୀ ଗଛ ଘରର ମଝାମଝି ଲଗାଇବା ଉଚିତ | ବୈବାହିକ ଜୀବନକୁ ଭଲରେ କାଟିବା, ସୁଖ-ସମୃଦ୍ଧି ଏବଂ ଭଲ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ଏହା ତଳେ ଘିଅର ଦୀପ ଜଳାନ୍ତୁ ଏବଂ ଏହାକୁ ପରିକ୍ରମା କରନ୍ତୁ | ଏମିତିରେ ବି ହିନ୍ଦୁ ଧର୍ମରେ ତୁଳସୀ ଗଛର ବହୁତ ବିଶେଷ ମହତ୍ୱ ରହିଥାଏ |

ତୁଳସୀ ଗଛକୁ ଗୋଟେ ପ୍ରକାରରେ ମା ଲକ୍ଷ୍ମୀଙ୍କ ରୂପ କୁହାଯାଏ | ଯଦି ଆପଣଙ୍କ ଘରେ କୌଣସି ପ୍ରକାରର ନକାରାତ୍ମକ ଶକ୍ତି ରହିଛି, ତେବେ ଏହି ଗଛ ତାକୁ ନଷ୍ଟ କରିବାକୁ ମଧ୍ୟ ଶକ୍ତି ରଖିଥାଏ | କିନ୍ତୁ ଧ୍ୟାନ ଦେବେ ଯେ ତୁଳସୀ ଗଛକୁ କେବେ ବି ଘରର ଦକ୍ଷିଣ ଦିଗରେ ଲଗାଇବେ ନାହିଁ , କାରଣ ଏହା କରିବାଦ୍ୱାରା ଆପଣଙ୍କୁ ଫାଇଦା ପରିବର୍ତ୍ତେ କ୍ଷତି ପହଞ୍ଚାଇଥାଏ | ତୁଳସୀ ଗଛ ଘରେ ଉତ୍ତର, ଉତ୍ତର ପୂର୍ବ କିମ୍ବା ପୂର୍ବ ଦିଗରେ ଲଗାଯିବା ଉଚିତ | ଏହି ଦିଗଗୁଡିକରେ ତୁଳସୀ ଗଛକୁ ଲଗାଇଲେ ସବୁବେଳେ ଶୁଭ ହିଁ ଶୁଭ ହୋଇଥାଏ |

ଶ୍ରାବଣ ମାସ ଏକାଦଶୀ ଦିନ କିମ୍ବା ବୁଧବାର ଦିନ କଦଳୀ ଗଛ ଲଗାଇପାରିବେ | କଦଳୀ ଗଛ ଘରର ପଛ ପଟେ ହିଁ ଲଗାଯିବା ଉଚିତ, ସାମ୍ନାରେ ନୁହେଁ |

ହଳଦୀ ଗଛ ଲଗାଇବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ, ତେଣୁ ଏହି ଗଛକୁ ଘରେ ନିଶ୍ଚିତ ଭାବେ ଲଗାଇବା ଉଚିତ |

ନଡ଼ିଆ ଗଛକୁ ମଧ୍ୟ ବହୁତ ଶୁଭ ବୋଲି କୁହାଯାଏ | ଯେଉଁ ଲୋକ ଘରେ ନଡ଼ିଆ ଗଛ ଲାଗିଥିବ, ତାଙ୍କ ମାନ-ସମ୍ମାନରେ ବୃଦ୍ଧି ଘଟିଥାଏ |

କ୍ରାଉନ ଫୁଲ ଗଛକୁ ଗଣପତିଙ୍କ ଗଛ ମଧ୍ୟ କୁହାଯାଏ | ଏହା ଲଗାଇବା ଦ୍ୱାରା ସୁଖ ସମୃଦ୍ଧିରେ ବୃଦ୍ଧି ଘଟିଥାଏ |

ଯଦି ଘରର ପିଲାମାନଙ୍କ ବୁଦ୍ଧି ଦ୍ରୁତ ହେଉନାହିଁ କିମ୍ବା ଟଙ୍କା ରହୁନାହିଁ, ତେବେ ଅଶୋକ ଗଛ ଲଗାନ୍ତୁ | ଏହାଦ୍ୱାରା ଧନ ବୃଦ୍ଧି ହେବ ଏବଂ ପିଲାମାନେ ମଧ୍ୟ ବୁଦ୍ଧିମାନ ହେବେ |

ଘରେ ଆମ୍ବ ଗଛ ଲଗାଇବା ଦ୍ୱାରା ଘରକୁ ରୋଗ ପ୍ରବେଶ କରେ ନାହିଁ |

ବରଗଛ ଏବଂ ଅଶ୍ୱସ୍ଥ ଗଛକୁ ହିନ୍ଦୁ ଧର୍ମରେ ପବିତ୍ର ବୋଲି କୁହାଯାଇଥାଏ | ବରଗଛକୁ ଘରେ ନୁହେଁ ବରଂ ମନ୍ଦିରରେ ଲଗାଇବା ଉଚିତ | ବରଗଛ ନିଜର ଚାରିପାଖରେ ଥିବା ପରିବେଶକୁ ଶୁଦ୍ଧ ରଖିଥାଏ |

Leave a Reply

Your email address will not be published. Required fields are marked *