ରାଜ୍ୟ ଖବରଜ୍ୟୋତିଷ ଶାସ୍ତ୍ର

ଘରେ ଏହିପରି ଝାଡୁ ରଖିବା ଦ୍ୱାରା ମଧ୍ୟ ଆପଣ ହୋଇପାରନ୍ତି କାଙ୍ଗାଳ

ଘର ସଫା କରିବାକୁ ହେଉ କିମ୍ବା ଦୋକାନ କିମ୍ବା ଅଫିସ, ସବୁଥିରେ ବଡ ଅସ୍ତ୍ର ଝାଡୁ ହୋଇଥାଏ | ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ଝାଡୁ ରଖିବାର ସଠିକ ଦିଗ ପଶ୍ଚିମ ବୋଲି କୁହାଯାଏ | ଏହାସହିତ ଦକ୍ଷିଣ-ପଶ୍ଚିମ ଦିଗ ମଧ୍ୟ ଏଥିପାଇଁ ଠିକ ହୋଇଥାଏ | ବିଶ୍ୱାସ କରାଯାଏ ଯେ ଏହି ଦିଗରେ ଝାଡୁ ରଖିବାଦ୍ୱାରା ନକାରାତ୍ମକ ଶକ୍ତି ଦୁର୍ବଳ ହୋଇଯାଏ | ଆମେ ଆପଣଙ୍କୁ କହିବୁ ଯେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଝାଡୁ ରଖିବାର ସଠିକ ନିୟମ |

୧. ବାସ୍ତୁ ଶାସ୍ତ୍ର ଅନୁଯାୟୀ ଝାଡୁକୁ ସବୁବେଳେ ଲୁଚାଇ ରଖିବା ଉଚିତ | ଝାଡୁକୁ ସବୁବେଳେ ଏମିତି ସ୍ଥାନରେ ରଖନ୍ତୁ, ସେଠାକୁ ଯେମିତି ଲୋକଙ୍କ ନଜର ନ ପଡିବ | ଏହାବ୍ୟତୀତ ଝାଡୁକୁ କେବେ ବି ବେଡ଼ରୁମରେ ରଖିବା ଉଚିତ ନୁହେଁ |

୨. ବିଶ୍ୱାସ କରାଯାଏ ଯେ ସ୍ୱପ୍ନରେ ଝାଡୁ ଦେଖିବା ଶୁଭ ଅଟେ | ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଝାଡୁ ସୁଖ-ସମୃଦ୍ଧି ଆଣିଥାଏ | ସ୍ୱପ୍ନରେ ଝାଡୁ ଦେଖିଲେ ଧନ ଲାଭ ହେବାର ଯୋଗ ରହିଥାଏ | ଏଥିପାଇଁ ଆପଣ ଯେବେ ନିଜ ସ୍ୱପ୍ନରେ ଝାଡୁ ଦେଖିବେ, ନିଜକୁ ଭାଗ୍ୟଶାଳୀ ବୋଲି ଭାବନ୍ତୁ |

୩. ବାସ୍ତୁ ଶାସ୍ତ୍ରକୁ ବିଶ୍ୱାସ କରୁଥିବା ଲୋକମାନେ କହିଥାନ୍ତି ଯେ ଝାଡୁକୁ କେବେହେଲେ ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ ନୁହେଁ | କାରଣ ଏହି ଦିଗରେ ଝାଡୁ ରଖିଲେ ଘରକୁ ଧନ ଆସିନଥାଏ | ଏଥିପାଇଁ ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ଝାଡୁ ରଖିବା ଭଲ ହୋଇଥାଏ |

୪. ବିଶ୍ୱାସ କରାଯାଏ ଯେ ଯଦି ଝାଡୁ ବଦଳାଇବାର ଅଛି, ତେବେ ଶନିବାର ଦିନ ବଦଳାନ୍ତୁ | ପୁରୁଣା ଝାଡୁ ବାହାର କରି ନୂତନ ଝାଡୁ ଶନିବାର ଦିନ ନେବା ଉଚିତ |

୫. ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଝାଡୁ କେବେହେଲେ ପାଦ ତଳେ ରଖିବା ଉଚିତ ନୁହେଁ | ଏପରି କରିବାଦ୍ୱାରା ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇପାରନ୍ତି | ଏହାଦ୍ୱାରା ଦେବୀ ଘରେ ବାସ କରନ୍ତି ନାହିଁ |

୬. ରୋଷେଇ ଘରେ ମଧ୍ୟ ଝାଡୁ ରଖିବା ଉଚିତ ନୁହେଁ | ସୂର୍ଯ୍ୟଦୋୟ ସହିତ ଝାଡୁ କଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି | ଏହାବ୍ୟତୀତ, ସୂର୍ଯ୍ୟାସ୍ତ ପରେ ଝାଡୁ କରିବା ଅଶୁଭ ବୋଲି କୁହାଯାଏ |

Leave a Reply

Your email address will not be published. Required fields are marked *