ଜ୍ୟୋତିଷ ଶାସ୍ତ୍ର

ଜୁଲାଇ ମାସର ଏହି ତାରିଖରେ ପଡିବ ଶ୍ରାବଣ ମାସର ପ୍ରଥମ ସୋମବାର, ଏହି ବିଧି ବିଧାନ ସହିତ କରନ୍ତୁ ପୂଜା, ପୂରଣ ହେବ ସବୁ ମନସ୍କାମନା

ଶ୍ରାବଣ ମାସଟି ଭଗବାନ ଶିବଙ୍କର ହୋଇଥାଏ | ଶିବଭକ୍ତମାନେ ଏହି ମାସକୁ ଅପେକ୍ଷା କରି ରହିଥାନ୍ତି | ଶ୍ରାବଣ ମାସସାରା ଲୋକମାନେ ଶିବଙ୍କୁ ଆରାଧନା କରିବାରେ ଲୀନ ଥାନ୍ତି | ଏହି ବର୍ଷ ଶ୍ରାବଣ ମାସ ଜୁଲାଇ ୨୫ ତାରିଖ ୨୦୨୧ ରୁ ଆରମ୍ଭ ହେବ ଏବଂ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ | ଶ୍ରାବଣ ମାସରେ ପଡୁଥିବା ପ୍ରତ୍ୟେକ ସୋମବାର ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ | କିଛି ବର୍ଷ ୪ଟି ସୋମବାର ପଡିଥାଏ ତ ଆଉ କିଛି ବର୍ଷ ଏହି ମାସରେ ୫ଟି ସୋମବାର ପଡିଥାଏ | ବହୁତ ଲୋକ ଏହି ଦିନ ଉପବାସ ରୁହନ୍ତି | ଭଗବାନ ଶିବଙ୍କୁ ସବୁ ବିଧି ବିଧାନ ଅନୁଯାୟୀ ପୂଜା କରନ୍ତି | ଏହି ବର୍ଷ ଶ୍ରାବଣର ୪ଟି ସୋମବାର ପଡୁଛି | ଏହି ମାସରେ ଭକ୍ତ ଉପରେ ଭଗବାନ ଶିବଙ୍କ କୃପା ବରଷିଥାଏ |

ଶ୍ରାବଣ ମାସର ପ୍ରଥମ ସୋମବାର ଜୁଲାଇ ୨୬ ତାରିଖରେ ପଡୁଛି :-

ହିନ୍ଦୁ କ୍ୟାଲେଣ୍ଡରରେ ଶ୍ରାବଣର ୫ ଟି ମାସ ହୋଇଥାଏ, ଯାହା ଆଷାଢ଼ ପରେ ଆସିଥାଏ | ଆଷାଢ଼ ମାସ ପଞ୍ଚାଙ୍ଗ ଅନୁଯାୟୀ ଜୁଲାଇ ୨୪ ତାରିଖ ଶନିବାର ଦିନ ଶେଷ ହେବାକୁ ଯାଉଛି | ପୁର୍ଣିମା ତିଥିରେ ଆଷାଢ଼ ମାସର ଶେଷ ହେବ | ଏହି ଦିନ ଗୁରୁ ପୂର୍ଣ୍ଣିମା ପର୍ବ ମଧ୍ୟ ପାଳନ କରାଯାଇଥାଏ | ହିନ୍ଦୁ ଧର୍ମରେ ଆଷାଢ଼ ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଥାଏ ବୋଲି କୁହାଯାଏ | ଏହି ଦିନ ଗୁରୁଜନମାନଙ୍କୁ ପୂଜା କରାଯାଇଥାଏ | ଆସନ୍ତା ଦିନ ଅର୍ଥାତ ଜୁଲାଇ ୨୫ ତାରିଖ ରବିବାର ଦିନ ଶ୍ରାବଣ ମାସ ଆରମ୍ଭ ହେବ | ପରବର୍ତ୍ତୀ ଦିନ ସୋମବାର ଦିନ ଶ୍ରାବଣର ପ୍ରଥମ ସୋମବାର ହେବ | ଅଗଷ୍ଟ ୧୬ ତାରିଖ ଶ୍ରାବଣ ମାସର ଶେଷ ସୋମବାର ହେବ |

ଶ୍ରାବଣ ମାସର ସୋମବାରର ତାରିଖ :-

ଶ୍ରାବଣର ପ୍ରଥମ ସୋମବାର – ଜୁଲାଇ ୨୬ ତାରିଖ ୨୦୨୧

ଶ୍ରାବଣର ଦ୍ୱିତୀୟ ସୋମବାର – ଅଗଷ୍ଟ ୨ ତାରିଖ ୨୦୨୧

ଶ୍ରାବଣର ତୃତୀୟ ସୋମବାର – ଅଗଷ୍ଟ ୯ ତାରିଖ ୨୦୨୧

ଶ୍ରାବଣର ଚତୁର୍ଥ ସୋମବାର – ଅଗଷ୍ଟ ୧୬ ତାରିଖ ୨୦୨୧

ଶ୍ରାବଣ ମାସ ସୋମବାରର ବିଶେଷତା :-

ଶ୍ରାବଣ ମାସରେ ଭଗବାନ ଶିବଙ୍କର ବିଶେଷ ଭାବରେ ପୂଜା ଅର୍ଚ୍ଚନା କରାଯାଇଥାଏ | ଏହି ମାସରେ ଶାସ୍ତ୍ରଗୁଡିକର ଅଧ୍ୟୟନ କରିବା, ପବିତ୍ର ଗ୍ରନ୍ଥକୁ ଶୁଣିବା ଅତ୍ୟନ୍ତ ଶୁଭ ଏବଂ ଲାଭକାରୀ କୁହାଯାଇଛି | ଏହି ମାସରେ ଧାର୍ମିକ କାର୍ଯ୍ୟ କରିବାଦ୍ୱାରା ସକାରାତ୍ମକ ଶକ୍ତିରେ ବୃଦ୍ଧି ଘଟିଥାଏ | ଆପଣଙ୍କ ମନ ମଧ୍ୟ ବହୁତ ଶାନ୍ତ ରହିଥାଏ | ଭଗବାନ ଶିବଙ୍କର ନିଜ ଭକ୍ତମାନଙ୍କ ଉପରେ ବିଶେଷ କୃପା ରହିଥାଏ, ଏହାସହିତ ସବୁ ଦୁଃଖ ଦୂର ହୋଇଯାଏ | ଭକ୍ତମାନଙ୍କର ସବୁ ମନସ୍କାମନା ମଧ୍ୟ ପୁରା ହୋଇଥାଏ |

ଶ୍ରାବଣ ସୋମବାର ବ୍ରତ-ବିଧି ବିଧାନ

ଯେଉଁ ଲୋକମାନେ ଶ୍ରାବଣ ମାସର ସୋମବାର ଦିନରେ ବ୍ରତ ରଖୁଛନ୍ତି, ସେମାନେ ସକାଳୁ ଶୀଘ୍ର ଉଠି ସ୍ନାନ କରନ୍ତୁ | ଏହାପରେ ଭଗବାନ ଶିବଙ୍କ ଉପରେ ପାଣି ଢାଳନ୍ତୁ | ଏହାସହିତ ମାତା ପାର୍ବତୀ ଏବଂ ନନ୍ଦୀଙ୍କୁ ମଧ୍ୟ ଗଙ୍ଗାଜଳ କିମ୍ବା କ୍ଷୀର ଚଢାନ୍ତୁ | ପଞ୍ଚାମୃତ ଦ୍ୱାରା ରୁଦ୍ରାଭିଷେକ କରନ୍ତୁ ଏବଂ ବେଲପତ୍ର ଅର୍ପଣ କରନ୍ତୁ | ଶିବଲିଙ୍ଗ ଉପରେ ଦୁଦୁରା ଫୁଲ, ଅରଖ ଏବଂ ଚନ୍ଦନ, ଚାଉଳ ଚଢାନ୍ତୁ ଏବଂ ସମସ୍ତଙ୍କୁ ତିଳକ ଲଗାନ୍ତୁ | ପ୍ରସାଦ ଭାବରେ ଭଗବାନ ଶିବଙ୍କୁ ଘିଅ ଏବଂ ମହୁ ଭୋଗ ଲଗାନ୍ତୁ | ଧୂପ, ଦୀପ ଦ୍ୱାରା ଗଣେଶଙ୍କୁ ଆରତୀ କରନ୍ତୁ | ଶେଷରେ ଭଗବାନ ଶିବଙ୍କୁ ଆରତୀ କରନ୍ତୁ ଏବଂ ପ୍ରସାଦ ବାଣ୍ଟନ୍ତୁ |

Leave a Reply

Your email address will not be published. Required fields are marked *