ଭାଇରାଲ ଭିଡିଓ

ମା ସହ ଛାତ ରେ ବୁଲିଲା ବେଳେ ଦୁଇ କାନ୍ଥ ସନ୍ଧି ରେ ଖସିଗଲା କୁନି ଝିଅ, ତାପରେ ଭଗବାନ୍ ହେଲେ ଭରସା

ସବୁବେଳେ ନିଜକୁ ସାବଧାନ ରେ ରଖିବା ଦରକାର । ବିଶେଷ କରି ଘରେ ଛୋଟ ଛୁଆ ଥିଲେ ବେସି ନଜର ଦେବାକୁ ହୁଏ । ଯେତେ କାମ ଥାଉ ନା କାହିଁକି ଛୋଟ ପିଲା ଙ୍କୁ ନଜର ନ ରଖିଲେ ବହୁତ ବିପଡ଼ ଆସିଥାଏ । ସାମାନ୍ୟ ଅସାବଧାନତା ପାଇଁ ଜୀବନ ବାଜି ରେ ଲାଗିଥାଏ ।

ଛୋଟ ଛୁଆ ଟି ଟିକେ ଅସାବଧାନତା ପାଇଁ ୨ ଛାତ ମଝି ରେ ଥିବା ଫାଙ୍କା ରେ ୧୫ ଫୁଟ ତଳକୁ ଖସି ଯାଇଥିଲା । ଆଜ୍ଞା ହଁ ଘଟଣା ଟି ହେଉଛି ଚୌଦ୍ୱାର ର । ଘର ୨ ଛାତ କାନ୍ଥ ମଝିରେ ଫାଙ୍କା ଥିଲା। ତେବେ କୌଣସି ଅସବାଧନତା ପାଇଁ ଛୋଟ ଝିଅ ଟି ସନ୍ଧ୍ୟା ସମୟରେ ସେହି କାନ୍ଥ ମଝିରେ ଗଳିପଡିଥିଲା । ତେବେ ପରିବାର ଲୋକ ବହୁତ ବେସ୍ତ ହେଇପଡିଥିଲେ ମଧ୍ୟ ଝିଅ କୁ ସେହି ୨ କାନ୍ଥ ରୁ କାଢ଼ିବା ବହୁତ କଷ୍ଟ ହୋଇଥିଲା । ପରିବାର ଲୋକ ରେସ୍କୁ ଟିମ କୁ ଫୋନ କରି ଜଣେଇଥିଲେ ।

 

ପରେ ଝିଅ ଟି କୁ ବହୁତ କଷ୍ଟ ରେ କାନ୍ଥ କୁ କାଟିକି ଉଦ୍ଧାର କରାଯାଇଥିଲା ଓ ଝିଅ କୁ ମେଡିକାଲ କୁ ନିଆଯାଇଥିଲା । ତେବେ ଝିଅ ଟି ସୁସ୍ଥ ଥିବା ଜଣା ପଡ଼ିଛି । ଭଗବାନ ଙ୍କ ଦୟା ରୁ ଛୋଟ ଝିଅ ଟି ବହୁତ ବଡ଼ ବିପଦରୁ ରକ୍ଷା ପାଇଗଲା । ଛୋଟ ପିଲା ମାନେ ଠିକ ଭୁଲ ଜାଣି ପାରନ୍ତି ନାହିଁ ,ତେବେ ପରିବାର ର ବଡ଼ ମାନଙ୍କୁ ହିଁ ଛୋଟ ପିଲା ଙ୍କ ଉପରେ ଅଧିକା ନଜର ରଖିବା ର ଆବଶ୍ୟକତା ହୋଇଥାଏ ।

ଆପଣ ମାନେ ବି ବହୁତ ସମୟ ରେ ଆପଣ ଙ୍କ ଆଖ ପାଖରେ ଏମିତି ଅସବାଧନତା ପାଇଁ ହେଉଥିବା ବିପଡ଼ ଦେଖୁଥିବେ । ତେବେ ଟିକେ ସତର୍କ ହୋଇପାରିଲେ ବଡ଼ ବିପଦରୁ ରକ୍ଷା ପାଇହେବ ।

Leave a Reply

Your email address will not be published. Required fields are marked *