Special Report

ଲକ୍ଷପତି ହେବା ପାଇଁ ସୁବର୍ଣ୍ଣ ସୁଯୋଗ,ଆମଲେଟ ଖାଆନ୍ତୁ ଆଉ ଜିତନ୍ତୁ ଏକ ଲକ୍ଷ ଟଙ୍କା

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅଣ୍ଡା ବହୁତ ପୌଷ୍ଟିକ। ଏହାକୁ ପ୍ରତିଦିନ ସେବନ କରାଯାଇ ପାରିବ। ଆମ୍‌ଲେଟ କି ଫ୍ରାଏ ବଦଳରେ ସିଝା ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଅଧିକ ଫାଇଦା ପହଞ୍ଚାଇଥାଏ। ଏକ ଦେଶୀ ସିଝା ଅଣ୍ଡାରେ ୬ ଗ୍ରାମ ପ୍ରୋଟିନ୍‌ ରହିଥାଏ।

ବନ୍ଧୁଗଣ ଅଣ୍ଡା ବନାଇବାକୁ ସହଜ ହୋଇଥିବା ବେଳେ ଖାଇବାକୁ ମଧ୍ୟ ଟେଷ୍ଟି ଲାଗେ। ଏଣୁ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ଅଣ୍ଡାରେ ପ୍ରଚୁର ପୌଷ୍ଟିକ ତତ୍ତ୍ୱ ଥିବାରୁ ନିୟମିତ ଅଣ୍ଡା ଖାଇବାକୁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି।

ତେବେ ଆମେ ସାଧାରଣତଃ ଅଣ୍ଡାକୁ ଆମଲେଟ୍‌ କରି, ସିଝାଇ କିମ୍ବା ହାଫ୍‌ ଫ୍ରାଏ କରି ଖାଇଥାଉ। ତେବେ ବନ୍ଧୁଗଣ ଦିଲ୍ଲୀର ଜଣେ ଷ୍ଟ୍ରିଟ ବିକ୍ରେତା ଗ୍ରାହକଙ୍କୁ ଏକ ଆକର୍ଷଣୀୟ ଚ୍ୟାଲେଞ୍ଜ ଦେଇଛନ୍ତି।

ତାଙ୍କ ଆମଲେଟ ଚ୍ୟାଲେଞ୍ଜରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଗ୍ରାହକଙ୍କୁ ଏକ ବିରାଟ ନଗଦ ପୁରସ୍କାର ଜିତିବାର ସୁଯୋଗ ଦେଇଛନ୍ତି। ୩୧ ଅଣ୍ଡାରେ ପ୍ରସ୍ତୁତ ଆମ୍‌ଲେଟ୍‌କୁ ଯିଏ ମାତ୍ର ୩୦ ମିନିଟରେ ଖାଇଦେବ।

ତାହାକୁ ୧ ଲକ୍ଷ ଟଙ୍କା ନଗଦ ପୁରସ୍କାର ମିଳିବ ବୋଲି ଦୋକାନୀ ଘୋଷଣା କରିଛନ୍ତି। ରାଜୀବ ଭାଇ ନାମରେ ଜଣାଶୁଣା ଷ୍ଟ୍ରିଟ ବିକ୍ରେତା ନିଜେ ଏହି ଆମଲେଟ ତିଆରି କରନ୍ତି।

ଏହି ବିଶାଳ ଆମ୍‌ଲେଟ ଅନେକ ଉପାଦାନ ମିଶ୍ରଣ ଦ୍ୱାରା ପ୍ରସ୍ତୁତ, ଯେଉଁଥିରେ ବହୁ ପରିମାଣର ବଟର୍‌, ୩୧ରୁ ଅଧିକ ଅଣ୍ଡା, କବାବ ଏବଂ ମିକ୍ସ ଭେଜ୍‌ ମଧ୍ୟ ସାମିଲ ଅଛି। ଫିଟନେସ ପ୍ରେମୀ ଚିରାଗ ବଡ଼ଜାତ୍ୟ ଏହି ବିଶାଳ ଆମଲେଟର ଭିଡିଓକୁ ଏକ୍ସରେ ଶେୟାର କରିଛନ୍ତି।

ଯାହାକୁ ଇନଷ୍ଟାଗ୍ରାମରେ ଶେୟାର କରାଯାଇଥିଲା। ଭିଡିଓରେ ରାଜୀବ ଏକ ଗରମ ପ୍ୟାନରେ ବଟର୍‌ ସହିତ ଆମଲେଟ ପ୍ରସ୍ତୁତ କରିବା ଆରମ୍ଭ କରନ୍ତି, ତା’ପରେ କଟା ପିଆଜ, ଲଙ୍କା ଏବଂ ଟମାଟୋ ପକାନ୍ତି।

ତା’ପରେ ସେ ୩୧ଟି ଅଣ୍ଡା ପକାନ୍ତି। ଶେଷରେ କବାବ, ପିଆଜ, ଅତିରିକ୍ତ ପନିପରିବା, ଗ୍ରେଡ ପନିର ପକାନ୍ତି। ଏହାର ମୋଟ ମୂଲ୍ୟ ୧୩୨୦ ଟଙ୍କା। ତେବେ ବନ୍ଧୁଗଣ ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *