Special Report

ଆମେ ସବୁ ମିଳି ମିଶି ମନୋଜ କୁ ବଢିଆ ସେ ଦଣ୍ଡ ଦେଇଛୁ

ଓଡ଼ିଆ ଚଳଚ୍ଚିତ୍ର ‘ରାମ୍‌’କୁ ନେଇ ବିବାଦ ଘେରକୁ ଆସିଛନ୍ତି ଅଭିନେତା ମନୋଜ ମିଶ୍ର । ସେ ସମ୍ବଲପୁରରେ ଏହି ଚଳଚ୍ଚିତ୍ରକୁ ଚଲାଇ ଦେଇ ନଥିବା ଅଭିଯୋଗ ଆଣି ପ୍ରଯୋଜକ ସଂଘ ମନୋଜଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଦେଇଛନ୍ତି । ଆଉ ବର୍ତ୍ତମାନ୍ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଟୁଟୁ ନାୟକ ।

ସେ କହିଛନ୍ତି ସେମାନେ ମନୋଜ ମିଶ୍ରଙ୍କୁ ଦଣ୍ଡ ଦେଇଛନ୍ତି ସେ ସୁଧୁରିବା ପାଇଁ । କିନ୍ତୁ ମନୋଜଙ୍କ କଥାରେ ପଡ଼ି ଏବେ ବହୁତ୍ ସମର୍ଥକ ଓଡ଼ିଆ ଫିଲ୍ମର ପୋଷ୍ଟର ଚିରୁଛନ୍ତି । ବିରୁଦ୍ଧ କରୁଛନ୍ତି । ଏମିତି କଲେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଭବିଷ୍ୟତ କଣ ହେବ । ସେଥିପାଇଁ ଜଣେ ମଣିଷର କଥାରେ ପଡ଼ି ପୂରା ପଶ୍ଚିମ ଓଡ଼ିଶାକୁ ବଦନାମ୍ କରନାହିଁ । ଆହୁରି ମଧ୍ୟ ଟୁଟୁ ନାୟକ କହିଛନ୍ତି କୁଆଡ଼େ “ଆଇ ଲଭ୍ ୟୁ” ଫିଲ୍ମ ପଶ୍ଚିମ ଓଡ଼ିଶାରେ ଅଧିକ ବ୍ୟବସାୟ କରିଥିଲା ।

ଆଉ ସେ ଖୁସି ମଧ୍ୟ ଥିଲେ । ଆହୁରି ସେ କହିଛନ୍ତି ପୂରା ଓଡ଼ିଶାରେ ଓଡିଆ ଫିଲ୍ମକୁ ଭଲ ପାଇବା ସମସ୍ତେ ଜରୁରୀ । ଆହୁରି ମଧ୍ୟ ଭାଷା ଗୋଟାଏ ହେବା ଜରୁରୀ । ଏମିତି କୌଣସି ଘଟଣା ନ ଘଟୁ ଯେଉଁଥିରେ ଓଡ଼ିଶା ୨ଭାଗ ହୋଇଯିବ । ଅନ୍ୟପଟେ ନରସିଂହ ମିଶ୍ର ମନୋଜ ମିଶ୍ରଙ୍କୁ ସପୋର୍ଟ କରି କହିଛନ୍ତି ଯଦି ଆଗକୁ ଶୀଘ୍ର ବ୍ୟାନ ନ ଘଟାଯିବ ତାହେଲେ ଓଡ଼ିଶା ଦୁଇ ଫାଳ ହୋଇ ଯାଇପାରେ ।

ଆଉ ଏପଟେ ପୁଣି ଟୁଟୁ ନାୟକ କହିଛନ୍ତି ଜଣଙ୍କ କଥାରେ ପଡ଼ି ଏହାକୁ ରାଜନୀତି ନ କରାଯାଉ । ପଶ୍ଚିମ ଓଡିଶାକୁ ଆଉ ବଦନାମ୍ ନ କରାଯାଉ । ଘର କଳି ଘରେ ରଖାଯାଉ ଏହାକୁ ରାଜନୈତିକ କରା ନଯାଉ । ତେବେ ମନୋଜ ମିଶ୍ରଙ୍କୁ ନେଇ ଯେଉଁ ବିବାଦ ଉଠିଛି ଏହି ଘଟଣା ଦିନକୁ ଦିନ ସମୟକୁ ସମୟ ତାର ଭିନ୍ନ ମୋଡ଼ ନେଇ ଚାଲିଛି ।

 

ସୂଚନାଯୋଗ୍ୟ ଏହି ଦୁର୍ଗା ପୂଜାରେ ରିଲିଜ୍‌ ହୋଇଛି ଅରିନ୍ଦମ ରାୟ ଓ ଅନୁଭବ ମହାନ୍ତି ଅଭିନିତ ଫିଲ୍ମ ‘ରାମ’ । ସେହିପରି ବାବୁଶାନ୍‌ ମହାନ୍ତି ଓ ଅମ୍ଲାନ ଦାସଙ୍କ ଅଭିନିତ ଫିଲ୍ମ ‘ମାଲ୍ୟଗିରୀ’ ଏବଂ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନିତ ‘କଟକ… ଶେଷରୁ ଆରମ୍ଭ’ ଫିଲ୍ମ । କିନ୍ତୁ ସମ୍ୱଲପୁରରେ ଅରିନ୍ଦମଙ୍କ ଫିଲ୍ମ ‘ରାମ’ ଫିଲ୍ମକୁ ହଲ୍‌ରେ ରିଲିଜ୍‌ କରିବାକୁ ଦିଆଗଲା ନାହିଁ ।

ଅଭିନେତା ଜିତୁ ମଙ୍ଗରାଜଙ୍କ ସହିତ ଶତ୍ରୁତା କାରଣରୁ ମନୋଜ ମିଶ୍ରଙ୍କ ସମର୍ଥକମାନେ ସମ୍ବଲପୁରରେ ଏହି ଫିଲ୍ମକୁ ହଲରେ ରିଲିଜ୍‌ କରାଇଦେଲେ ନାହିଁ । ଆଉ ଯାହାକୁ ନେଇ ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଦେଲା ଉତ୍କଳ ସିନେ ଚାମ୍ବର ଅଫ୍‌ କମର୍ସ । ଫଳରେ ବିବାଦ ସୃଷ୍ଟି ହୋଇଥିଲା ।

 

Leave a Reply

Your email address will not be published. Required fields are marked *