ଦେଶ ଦୁନିଆ

ମାଉସୀ ଘରେ ରୋଷେଇ କରି ୟୁଟ୍ୟୁବ ରେ ଭିଡିଓ ଦେଇ ଦେଇ ହେଲେ କୋଟିପତି, ଆସନ୍ତୁ ଜାଣିବା କେମିତି

ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଥାଏ । ପ୍ରତିଭା ପାଖରେ ଥିଲେ ବୟସ କେବେ ବି ବାଧକ ସଜେ ନାହିଁ । ଆଜି କା ସମୟ ରେ ୟୁ ଟୁବ ରେ ନିଜ ଚାନେଲ ଖୋଲିକି ଭିଡିଓ କରିବାରେ ସମସ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି ତେବେ ଆସନ୍ତୁ ସେମିତି ଜଣେ ୟୁଟୁବର ଙ୍କ ବିଷୟରେ ଜାଣିବା ।

ୟୁ ଟୁବରେ ଆପଣ ମନେ ବହୁତ ଜଣଙ୍କ ଭିଡିଓ ଦେଖୁଥିବେ । ଆପଣ ମାନକୁ ଯେଉଁ ଭିଡିଓ ସବୁ ଭଲ ଲାଗେ ଆପଣ ମାନେ ଲାଇକ କରିଥାନ୍ତି । ଆଜି ଆସନ୍ତୁ ଜାଣିବା ୭୦ ବର୍ଷ ବୟସ ରେ ମଧ୍ୟ ନିଜ ରୋଷେଇ କରିବାର ପ୍ରତିଭା ରେ ଭଲ ୟୁ ଟୁବର ହୋଇଥିବା ମହିଳା ଙ୍କ ବିଷୟରେ । ଯିଏ ଏହି ବୟସ ରେ ମଧ୍ୟ ନାତି ଠାରୁ ଇଣ୍ଟରନେଟ ଚଲେଇବା , ଭିଡ଼ିଓ କରିବା ଶିଖି ଏବେ ନିଜେ ସବୁ କିଛି କରୁଛନ୍ତି ।

ମହାରାଷ୍ଟ୍ର ର ସୁମନ ଧାମନୀ ବୟସ ୭୦ ହେଲାଣି । ହେଲେ ଏହି ବୟସ ରେ ମଧ୍ୟ କାହା ଉପରେ ନିର୍ଭର ନ କରି ନିଜ ୟୁଟୁବ ଭିଡିଓ ରୁ ରୋଜଗାର କରୁଛନ୍ତି ସୁମନ । ତାଙ୍କ ୟୁ ଟୁବ ଚାନେଲଲ ର ନାମ ହେଉଛି ଆପଲି ଆଜି । ଓଡିଆ ରେ ଏହାର ଅର୍ଥ ହେଉଛି ଆପଣ ମାନଙ୍କ ଜେଜେ ମା । ଏହି ଚାନେଲଲ ରେ ସୁମନ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରିବା ର ଭିଡ଼ିଓ କରିଥାନ୍ତି। ସତରେ ଆଜିକା ଯୁବପିଢ଼ି କୁ କିଛି କରି ଦେଖେଇବା ପାଇଁ ନିଶ୍ଚୟ ଏହା ପ୍ରେରଣା ଦେବ ।

ସୁମନ ଙ୍କ ଏହି ଭିଡ଼ିଓ ସବୁ କୁ ୧୧ ଲକ୍ଷ ରୁ ଅଧିକ ଲୋକ ଦେଖିବା ସହ ପସନ୍ଦ ମଧ୍ୟ କରିଛନ୍ତି । ସୁମନ ଙ୍କ ନାତି ପ୍ରଥମେ ଜେଜେମା ଙ୍କ ଗୋଟେ ଖାଇବା ପ୍ରସ୍ତୁତ କରିବାର ଶୈଳୀ ର ଭିଡିଓ କରିଥିଲେ ଓ ୟୁ ଟୁବ ରେ ଛାଡି ଥିଲେ । ଭିଡ଼ିଓ କୁ ବହୁତ ଲୋକ ପସନ୍ଦ କରିଥିଲେ ସେବେଠୁ ଆଉ ପଛକୁ ଫେରି ନାହାନ୍ତି ସୁମନ ।ଗୋଟେ ପରେ ଗୋଟେ ଭିଡ଼ିଓ କରି ବହୁତ ଲୋକ ପ୍ରିୟ ହେଇପାରିଛନ୍ତି ସେ । କେବଳ ପାରମ୍ପରିକ ଖାଦ୍ୟ ନୁହେଁ ବହୁତ ନୂଆ ନୂଆ ଖାଦ୍ୟ ଶିଖେଇ ଥାନ୍ତି ସୁମନ । ଆଜି କ ସମୟ ରେ ଭଲ ୟୁ ଟୁବ ଚାନେଲ ମଧ୍ୟ ରେ ସୁମନ ଙ୍କ ଆପଲି ଆଜି ର ନାମ ଆସୁଛି ସତରେ ଏହା ବହୁତ ଖୁସି ର କଥା ନିଶ୍ଚୟ ।

Leave a Reply

Your email address will not be published. Required fields are marked *