ଜ୍ୟୋତିଷ ଶାସ୍ତ୍ର

ଆର ଜନ୍ମରେ ଆପଣ କଣ ହେବେ? କଣ କହୁଛନ୍ତି ଶ୍ରୀ କୃଷ୍ଣ

ମହାଭାରତ ଯୁଦ୍ଧ ସମୟରେ ଯେତେବେଳେ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ ଗୀତାର ଉପଦେଶ ପ୍ରଦାନ କରୁଥିଲେ, ସେତେବେଳେ ଅର୍ଜୁନ ପଚାରିଥିଲେ ହେ ମାଧବ, ମୃତ୍ୟୁ ସମୟରେ ବହୁତ କଷ୍ଟ ସହିବାକୁ ପଡିଥାଏ, କଣ ଏହି ମୃତ୍ୟୁକୁ ସହଜ କରିବା ପାଇଁ କୌଣସି ଉପାୟ ନାହିଁ? ଏହା ଶୁଣି ଶ୍ରୀ କୃଷ୍ଣ ଯାହାସବୁ କହିଥିଲେ ସେହି ବିଷୟରେ ଆମେ କହିବାକୁ ଯାଉଛୁ, ତେବେ ଆସନ୍ତୁ ଜାଣିବା…

ଯେତେବେଳେ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ ଗୀତାର ଉପଦେଶ ଦେଉଥିଲେ, ସେତେବେଳ ଅର୍ଜୁନ ପଚାରିଲେ, ହେ ମାଧବ ଏବେ ଆପଣ କୁହନ୍ତୁକି ମନୁଷ୍ୟ ନିଜର ପୂଣ୍ୟକୁ କେଉଁଠି ଭୋଗ କରିଥାଏ? ଏକଥା ଶୁଣି ଶ୍ରୀ କୃଷ୍ଣ କହିଲେକି ହେ ଅର୍ଜୁନ ମନୁଷ୍ୟ ନିଜର ପୂଣ୍ୟ ବଳରେ କିନ୍ନର, ଗନ୍ଧର୍ବ ଏବଂ ଦେବତାମାନଙ୍କର ଯୋ-ନିକୁ ଧାରଣ କରିଥାଏ, ସଦା ଲୋକରେ ସେ ସେତେ ପର୍ଯ୍ଯନ୍ତ ରହିଥାଏ, ଯେତେ ପର୍ଯ୍ଯନ୍ତ ପୂଣ୍ୟ ଶେଷ ହୋଇନଯାଏ।

ଅର୍ଜୁନ ପଚାରିଲେ, ଏହାର ଅର୍ଥ ଏହାର ଅର୍ଥରେ ଶ୍ରୀ କୃଷ୍ଣ କୁହନ୍ତିକି ପ୍ରାଣୀ ଯେତିକି ପୂଣ୍ୟ କର୍ମ କରିଥାଏ, ସେତିକି ଡେରି ପର୍ଯ୍ଯନ୍ତ ତାକୁ ସ୍ଵର୍ଗରେ ରଖାଯାଏ। ଯେତେବେଳେ ତାର ପୂଣ୍ୟ ସରିଯାଏ ତାପରେ ପୁଣିଥରେ ତାକୁ ପୃଥିବୀ ଲୋକକୁ ଫେରି ଆସିବାକୁ ପଡିଥାଏ ଏବଂ ପୁନର୍ଜନ୍ମ ଧାରଣ କରିବାକୁ ପଡିଥାଏ, ଏକଥା ଶୁଣି ଅର୍ଜୁନ କୁହନ୍ତି, ସ୍ଵର୍ଗରେ ମନୁଷ୍ୟର ପୂଣ୍ୟ ସମାପ୍ତ କାହିଁକି ହୋଇଯାଏ। ଯେତେବେଳେ ସେ ସେଠାରେ ଦେବଯୋ-ନିରେ ରହିଥାଏ ସେ ନିଶ୍ଚିତ ଭାବରେ କିଛି ଭଲ କାମ କରିଥିବ, ତେବେ କାହିଁକି ତାକୁ ଏହି ଭଲ କାମର ପୂଣ୍ୟ ପ୍ରାପ୍ତ ହେବନାହିଁ।

ସେତେବେଳେ ଶ୍ରୀ କୃଷ୍ଣ କୁହନ୍ତି,ନା ଅର୍ଜୁନ, ଉଚ୍ଚ ଯୋନିର ଦେବତା ହୋଇ ପ୍ରାଣୀ ଯେଉଁ ଭଲ କର୍ମ କରିଥାଏ କିମ୍ବା ନିଚ୍ଚ ଯୋ-ନିରେ ଯାଇ ପ୍ରାଣୀ ଯେଉଁ ଖରାପ କର୍ମ କରିଥାଏ ସେହିସବୁ କର୍ମର ତାକୁ କୌଣସି ମଧ୍ୟ ଫଳ ମିଳେନାହିଁ। କାରଣ ସେହି ପ୍ରାଣୀ କେବଳ ନିଜର ଭଲ କିମ୍ବା ଖରାପ କର୍ମର ଫଳକୁ ଭୋଗ କରିଥାଏ। ଏହା ସବୁ ଯୋନିରେ କେବଳ ସେହି କର୍ମର ପୂଣ୍ୟ ଅଥବା ପାପ ଶେଷସବୁ କିଛି ଲାଗେ ନାହିଁ। କେବଳ ମନୁଷ୍ୟର ଯୋ-ନିରେ ହିଁ କରାଯାଇଥିବା କର୍ମର ପାପ କିମ୍ବା ପୂଣ୍ୟ ଲାଗିଥାଏ।

ଏହା ଶୁଣି ଅର୍ଜୁନ ପଚାରିଲେ, ଏହାର ଅର୍ଥ ହେଲା ଯଦି କୌଣସି ପଶୁ କାହାର ମଧ୍ୟ ହତ୍ୟା କରିଦିଏ ତେବେ ତାର ପାପ ତାକୁ ଲାଗିବ ନାହିଁ। କିନ୍ତୁ ଯଦି କୌଣସି ମନୁଷ୍ୟ କାହାର ବିନା କାରଣରେ ତାକୁ ହତ୍ୟା କରେ ତାହେଲେ ତାକୁ ପାପ ଲାଗିବ। ଏ ପାର୍ଥକ୍ୟ କାହିଁକି ମାଧବ। ଏହି କଥା ଶୁଣି ଶ୍ରୀ କୃଷ୍ଣ କୁହନ୍ତି, ଏହା ଏଥିପାଇଁ କାରଣ ପୃଥିବୀଲୋକରେ ସମସ୍ତ ପ୍ରାଣୀମାନଙ୍କ ମଧ୍ୟରେ କେବଳ ମନୁଷ୍ୟହିଁ ଏପରି ପ୍ରାଣୀ ଅଟେ ଯିଏ ବିବେକଶୀଳ ଅଟେ। ସେ ଭଲ ଏବଂ ମନ୍ଦର ବିଚାର କରିପାରେ। ଅନ୍ୟ କେହି ମଧ୍ୟ ପ୍ରାଣୀ ଏପରି କରିପାରନ୍ତି ନାହିଁ। ସେଥିପାଇଁ ଯଦି କୌଣସି ସାପ କୌଣସି ମନୁଷ୍ୟକୁ ବିନା କାରଣରେ ଦଂଶନ କରେ ଏବଂ ସେ ଲୋକର ମୃତ୍ୟୁ ହୋଇଯାଏ, ତାହେଲେ ସେହି ସାପକୁ ସେହି ହତ୍ୟାର ପାପ ଲାଗିବ ନାହିଁ।

ସେହିଭଳି ଭାବରେ ଯଦି କୌଣସି ବାଘ କାହାର ମଧ୍ୟ ହତ୍ୟା କରିଦିଏ, ତେବେ ତାକୁ ମଧ୍ୟ ଏହାର ପାପ ଲାଗିବ ନାହିଁ। ବର୍ତ୍ତମାନ ଛେଳିର ଉଦାହରଣ ନେବା। ଛେଳି କାହାର ମଧ୍ୟ ହତ୍ୟା କରେ ନାହିଁ। ସେ ଗଛପତ୍ର ଖାଇଥାଏ କିନ୍ତୁ କେବଳ ଏହି କାରଣରୁ ସେ ପୂଣ୍ୟର ଭାଗୀଦାର ହୋଇପାରେ ନାହିଁ। ପାପ-ପୂଣ୍ୟର ଲେଖା କେବଳ ମନୁଷ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଅଟେ। ସେଥିପାଇଁ ଯେତେବେଳେ କୌଣସି ଅନ୍ୟ ଯୋନିରେ ମନୁଷ୍ୟ ନିଜର ପାପ ଏବଂ ପୂଣ୍ୟକୁ ଭୋଗ କରିନିଏ। ତାହାଲେ ତାକୁ ପୁଣିଥରେ ମନୁଷ୍ୟର ଯୋନିକୁ ପଠାଇ ଦିଆଯାଏ।

ଏକଥା ଶୁଣି ଅର୍ଜୁନ ପଚାରନ୍ତିକି ହେ ମଧୁସୂଦନ, କଣ ଏମିତି କୌଣସି ସ୍ଥାନ ନାହିଁ, ଯେଉଁଠାରୁ ଫେରିକି ଆଉ ଆସିବାକୁ ପଡିବ ନାହିଁ, ଏବଂ ଜନ୍ମ-ମରଣର ଏହି ଚକ୍ର ସମାପ୍ତ ହୋଇଯିବ। ଏହାର ଉତ୍ତରରେ ଶ୍ରୀ କୃଷ୍ଣ କୁହନ୍ତି, ଯେଉଁଠାରେ ପହଞ୍ଚିବା ପରେ କାହାରୀକୁ ଫେରି ଆସିବାକୁ ପଡେ ନାହିଁ। ତାକୁ ମୋକ୍ଷ କୁହାଯାଏ। ହେ ଅର୍ଜୁନ, ମନୁଷ୍ୟ ଜନ୍ମର ମୁଖ୍ୟ ଉଦ୍ଦେଶ୍ୟ କେବଳ ମୋକ୍ଷ ପ୍ରାପ୍ତ କରିବା ଅଟେ। ଆଉ ଏହି ମୋକ୍ଷ କେବଳ ମନୁଷ୍ୟ ଯୋନି ଦ୍ଵାରା ହିଁ ପ୍ରାପ୍ତ ହୋଇଥାଏ। ସେଥିପାଇଁ ମନୁଷ୍ୟର ଶରୀରକୁ ମୋକ୍ଷର ଦ୍ଵାର ବୋଲି କୁହାଯାଏ। ହେ ଅର୍ଜୁନ ମାନବ ଶରୀର ବହୁତ କଷ୍ଟରେ ମିଳିଥାଏ। ଏହାକୁ ଏମିତି ହିଁ ହରାଇଦେବା ଉଚିତ ନୁହେଁ। ଦେବତାମାନେ ମଧ୍ୟ ମାନବ ଶରୀରର ଆକାଂକ୍ଷା ରଖିଥାନ୍ତି।

ପରନ୍ତୁ ମନୁଷ୍ୟ ମାନଙ୍କର ବିଡମ୍ବନା ଏହା ଅଟେକି ସେ ଏହି ଶରୀରକୁ ଅର୍ଥାତ ମୋକ୍ଷର ଅବସରକୁ ଭରି ଦେଇଥାଏ। ସମସ୍ତ ଆୟୁଷ ସେ ଭୋଗ ବିଳାସରେ ଅତିବାହିତ କରିଥାଏ। ଏପରିକି ଯେତେବେଳେ ଶରୀର ଛାଡିବାର ସମୟ ମଧ୍ୟ ଆସିଥାଏ। ସେତେବେଳେ ମଧ୍ୟ ସେ ବାସନା ତାର ପିଛା ଛାଡି ନଥାଏ। ହେ ଅର୍ଜୁନ ମୃତ୍ୟୁ ସମୟରେ ଯେଉଁ ବାସନା ଅର୍ଥାତ ଯେଉଁ କାମନା ମନୁଷ୍ୟର ମନ ମଧ୍ୟରେ ବହୁତ ଦୃଢ ଘର କରି ରହିଥାଏ, ସେହି ବାସନାର ଅନ୍ତର୍ଗତରେ ମନୁଷ୍ୟର ଦ୍ଵିତୀୟ ଜନ୍ମ ହୋଇଥାଏ।

ଆପଣଙ୍କ ଅନେକ ଗୁଡିକର ପ୍ରଶ୍ନର ଉତ୍ତର ଦେଇଛନ୍ତି। ମୁଁ ଏବେ ଏକ ପ୍ରଶ୍ନ ପଚାରିବାକୁ ଯାଉଛି, ତାହା ହେଲା, ମୃତ୍ୟୁ ସମୟରେ ବହୁତ କଷ୍ଟ ସହିବାକୁ ପଡିଥାଏ, କଣ ଏହି ମୃତ୍ୟୁକୁ ସହଜ କରିବା ପାଇଁ କୌଣସି ଉପାୟ ନାହିଁ? ଏହାର ଉତ୍ତରରେ ଶ୍ରୀକୃଷ୍ଣ କୁହନ୍ତି, ହେ ଅର୍ଜୁନ, ପ୍ରଶ୍ନ ମୃତ୍ୟୁକୁ ସହଜ କରିବାକୁ ନୁହଁ ବରଂ ଜନ୍ମ ଏବଂ ମୃତ୍ୟୁର ଚକ୍ରରୁ ବାହାରି ମୋକ୍ଷ ପ୍ରାପ୍ତ କରିବାର ଅଟେ। ଯଦି ମନୁଷ୍ୟ ମୃତ୍ୟୁ ସମୟରେ ଏସବୁ ବିଧିକୁ ଆପଣେଇ ନେବ, ଯାହା ମୁଁ ତୁମକୁ କହୁଛି, ତାହେଲେ ତାକୁ ତୁରନ୍ତ ମୋକ୍ଷ ପ୍ରାପ୍ତ ହେବ। ଏବଂ ସେ ସିଧାସଳଖ ମୋ ଧାମରେ ପହଞ୍ଚିଯିବ। ସେତେବେଳେ ଅର୍ଜୁନ ପଚାରନ୍ତି, ସେ ଗୋପନୀୟ ବିଧି କଣ ଅଟେ।

ଏହା ଉପରେ ଶ୍ରୀ କୃଷ୍ଣ କୁହନ୍ତି, ପ୍ରାଣ ତ୍ୟାଗ କରିବା ସମୟରେ ନିଜର ସମସ୍ତ ଇନ୍ଦ୍ରିୟଙ୍କର ଦ୍ଵାରକୁ ଅଟକାଇ ତଥା ନିଜର ମନକୁ ହୃଦୟ ଭିତରେ ସ୍ଥିର କରି ମସ୍ତିସ୍କରେ ସ୍ଥାପନ କରି ପରମାତ୍ମାକୁ ସ୍ମରଣ କରି ଓମ ମନ୍ତ୍ରର ଉଚ୍ଚାରଣ କରିବ। ତେବେ ଯାଇ ମନୁଷ୍ୟ ସାରା ଯିବ କେତେ ହିଁ ପାପୀ ନ ହେଉ ନା କାହିଁକି ତାକୁ ମୋକ୍ଷ ଅବଶ୍ୟ ପ୍ରାପ୍ତ ହେବ।

Leave a Reply

Your email address will not be published. Required fields are marked *