ମଦୁଆ ର ଉନ୍ମକ୍ତ କାଣ୍ଡ : ପୋଲିସ ଭ୍ୟାନ ଅଟକେଇ ପୋଲିସ କୁ ଆକ୍ରମଣ, ଭିଡିଓ ଭାଇରାଲ

ବରଗଡ ସହର ରେ ପିସିଆର ଭ୍ୟାନ ଆଗରେ ଯୁବକ ର ଉନ୍ମତ୍ତ କାଣ୍ଡ, ପୋଲିସ କୁ ଆଶ୍ରବ୍ୟ ଭାଷା ରେ ଗାଳିଗୁଲଜ କରିବା ସହ ଆକ୍ରମଣ ଘଟଣା ଏବେ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ସୃଷ୍ଟି କରିଛି

ଘଟଣା ରୁ ପ୍ରକାଶ ଯେ ଡ୍ୟୁଟି ଉପରେ ଥିବା ବରଗଡ ପୋଲିସ କୁ ଗୋଟେ ମଦୁଆ ରାସ୍ତା ମଝିରେ ଠିଆ ହେଇ ଗାଡ଼ି ଅଟକେଇବା ସହ ଖରାପ୍ ଭାଷା ରେ ଗାଳି ଗୁଲଜ କରିଥିଲା

ଏହା ଦେଖି ଗାଡ଼ି ରେ ବସିଥିବା ପୋଲିସ କର୍ମୀ ବିରୋଧ କରିଥିଲେ ହେଲେ ମଦୁଆ ଟି ହାତରେ ଧରିଥିବା ମଦ ବୋତଲ ପୋଲିସ ପେଟ ରେ ପୁରେଇବାକୁ ଧମକ ଦେବ ସହ ଜଣେ ପୋଲିସ କର୍ମଚାରୀ ଉପରକୁ ହାତ ଉଠେଇଥିଲା

https://twitter.com/thenewsodisha/status/1455552593912946696?t=r1msy3eFZISgLqnHw0J-_g&s=19

ଏହା ପରେ ନିଜ ରକ୍ଷା ପାଇଁ ପୋଲିସ ତାକୁ ଆକ୍ରମଣ କରିଥିଲା ଆଉ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲା ହେଲେ ଯୁବକ ଜନକ ମାଡ଼ ଖାଇସାରି ପୁଣି ଆକ୍ରମଣ ପାଇ ଉଦ୍ୟତ ହେଉଥିବା ଦେଖି ତାକୁ ତୁରନ୍ତ ଗିରଫ କରି ପୋଲିସ ନିଜ ସାଥିରେ ନେଇଯାଇଥିଲା

ଆଇନ ବ୍ୟବସ୍ଥା ଉପରେ ଏହା ଏକ ବଡ଼ ପ୍ରଶ୍ନ ବାଚି ସୃଷ୍ଟି କରୁଛି, ଯେଉଁଠି ପୋଲିସ ସୁରକ୍ଷିତ ନୁହେଁ ସେଇଠି ଜନତା କିଭଳି ସୁରକ୍ଷିତ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି

 

Leave a Comment