ରାଜ୍ୟ ଖବର

୧ ଲକ୍ଷ ଟଙ୍କା ପାଇଁ ସ୍ତ୍ରୀ କୁ ବିକିଦେଲା ସ୍ବାମୀ… ଗୁଜୁରାଟ ରେ ସ୍ତ୍ରୀ କୁ ନେଇଥିଲା ଦଲାଲ

ସମ୍ପର୍କ ବିଭିନ୍ନ ପ୍ରକାର ହୋଇଥାଏ । ମଣିଷ ବିନା ସମ୍ପର୍କରେ ରହିବା କଷ୍ଟ । ଜୀବନ ର ପ୍ରତିଟି ସ୍ତର ରେ ମଣିଷ କୁ ସମ୍ପର୍କ କରିବାକୁ ହୋଇଥାଏ । ତେବେ ସବୁ ସମ୍ପର୍କ ର ଭିନ୍ନ ଭିନ୍ନ ମହତ୍ବ ରହିଥାଏ । ପତି ପତ୍ନୀ ଙ୍କ ସମ୍ପର୍କ ବହୁତ ଘନିଷ୍ଠ ହୋଇଥାଏ ।ହେଲେ ଯେତେବେକେ ନିଜର ଲୋକ ଟି ଶତ୍ରୁ ପାଲଟି ଯାଏ ସେତେବେଳେ କାହାକୁ ବିଶ୍ୱାସ କରିହେବ ।

ଅଗ୍ନି କୁ ସାକ୍ଷୀ ରଖି ବିବାହ କରିଥାନ୍ତି ପୁଅ ଓ ଝିଅ । ପତି ପତ୍ନୀ ହେଇ ୭ ଜନ୍ମ ଯାଏଁ ସାଥି ହେଇ ରହିବାର ଶପଥ ନେଇଥାନ୍ତି । ହେଲେ ଯେତେବେଳେ କିଛି ଟଙ୍କା ପାଇବା ଆଶାରେ ସ୍ୱାମୀ ତା ସ୍ତ୍ରୀ କୁ ପର ଲୋକ କୁ ବିକ୍ରି କରିଦିଏ ସେତେବେଳେ ଆଉ କାହା ଉପରେ ବିଶ୍ୱାସ କରିବ ।

ଆଜ୍ଞା ହଁ ଏମତି କିଛି ଘଟଣା ଘଟିଛି ବଲାଙ୍ଗିର ର ବେଲ ପଡା ଅଞ୍ଚଳରେ । କିଛି ମାସ ତଳେ ବିବାହ କରିଥିଲେ ଯୁବକ ଯୁବତୀ । ଝିଅ ଟି ବହୁତ ଆଶା ଓ ସ୍ୱପ୍ନ ନେଇ ଶାଶୁଘରକୁ ଯାଇଥାଏ । ତା ସ୍ବାମୀ ସହ ସାରା ଜୀବନ ଖୁସି ରେ ରହିବାର ଆଶା ରହିଥାଏ । ସେହି ପରି ସେହି ଯୁବତୀ ଜଣକ ବିବାହ କରି ଶାଶୁଘରକୁ ଆସିଥିଲେ ।

ହେଲେ ଅଭାବ ଅନଟନ ରେ ରହିବା ପରେ ସ୍ବାମୀ ଜଣକ ଠିକ ଭୁଲ ଭୁଲି ଯାଇ ଲକ୍ଷେ ଟଙ୍କା ରେ ନିଜ ପତ୍ନୀ ଙ୍କୁ ବିକ୍ରି କରିଦେଲେ । ଝିଅ ର ପରିବାର ଲୋକ ଜାଣିବା ପରେ ଝିଅ କୁ ସେହି ବିକ୍ରି କରାଯାଇଥିବା ବ୍ୟକ୍ତି ଙ୍କ ଘରୁ ଉଦ୍ଧାର କରିଥିଲେ ଏବଂ ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି । ଏହି ଘଟଣା ରେ ତାଙ୍କ ସ୍ୱାମୀ ନିଜ ଦେହ ଖରାପ ଥିବାରୁ ୬୦ ହଜାର ଟଙ୍କା ରେ ତାଙ୍କ ପତ୍ନୀ ଙ୍କୁ ବନ୍ଧକ ରଖିଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *