ଭାଇରାଲ ଭିଡିଓ

ହାତ ହାଣିଦେଲେ ଦୁର୍ବୁତ୍ତ ହାତ ର ପାପୁଲିକୁ ପଲଥିନ ରେ ଧରି ମେଡିକାଲ ରେ ପହଁଚିଲେ ବ୍ୟକ୍ତି ଦେଖନ୍ତୁ Exclusive visual

ହାତକୁ ପଲିଥିନ ରେ ଧରି ମେଡିକାଲ ରେ ପହଁଚିଲେ ଯୁବକ l ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ରାଜକିଶୋରପୁର ଗାଁ ଠାରେ l

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣେଶ୍ୱର ପଣ୍ଡା ନାମକ ଯୁବକ ଙ୍କୁ ଘରେ ପଶି କିଛି ଦୁର୍ବୁତ୍ତ ଆକ୍ରମଣ କରିଥିଲେ l ଏବଂ ସେହି ଆକ୍ରମଣ ରେ ଗଣେଶ୍ୱର ପଣ୍ଡାଙ୍କ ହାତର ପାପୁଲି ତାଙ୍କ ଶରୀରଠାରୁ ଅଲଗା ହୋଇଯାଇଥିଲା ଯାହା ଫଳରେ ସେ ଭୟଭିତ ହୋଇ ମେଡିକାଲ ରେ ପହଞ୍ଚିଥିଲେ ଯୁବକ l

ଏବଂ ସାଙ୍ଗରେ ଥିଲା ଏକ ପଲିଥିନ ଏବଂ ପଲିଥିନ ରେ ନିଜର କଟା ହାତର ପାପୁଲି l ଏହାକୁ ଦେଖି ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିବା ସହ ତାଙ୍କୁ ତୁରନ୍ତ କଟକ ବଡମେଡିକାଲ କୁ ରେଫର କରିଥିଲେ l

ଏବଂ କଟକଠାରେ ତାଙ୍କର ସମ୍ପୂର୍ଣ୍ଣ ଅପରେସନ ହୋଇଛି l ଅପରେସନ ସମ୍ପୂର୍ଣ୍ଣ ସଫଳ ହେବାକୁ ଆଶା ଏବଂ ଭରସା ରଖିଛନ୍ତି ଗଣେଶ୍ୱର l

ଏହିପରି ଦୃଶ୍ୟ ଆଗକୁ ଦେଖିବାକୁ ମିଳିଥିଲେ ମଧ୍ୟ ଥରେ ଅଙ୍ଗ କଟିଯିବା ଏବଂ ପୁନଃବାର ତାହାକୁ ଅପରେସନ କରାଇ ଆଗ ଭଳି ସମ୍ପୂର୍ଣ୍ଣ କରିବା ସହଜ ନୁହେଁ l

କିନ୍ତୁ କିପରି ହାତଟି ଭଲଭାବେ ଲଗାଯାଇପାରିବ ଏବଂ ପୂର୍ବପରି ହୋଇପାରିବ ସେହି ନିମନ୍ତେ ମେଡ଼ିକାଲ କର୍ତ୍ତୃପକ୍ଷ ଙ୍କ ତରଫରୁ ସମସ୍ତ ଚେଷ୍ଟା ଜାରି ରହିଛି l

Leave a Reply

Your email address will not be published. Required fields are marked *