ରାଜ୍ୟ ଖବରSpecial Report

୬ ମାସ ଦୌଡିଲା ପରେ ବି ମିଳିଲାନି ମୃତ୍ୟୁ ସାର୍ଟିଫିକେଟ, ୫୦୦ ତାଙ୍କ ଦେବାକୁ ପଡିଲା ସାର୍ଟିଫିକେଟ ପାଇଁ

ପ୍ରତି ସରକାରୀ କାର୍ଯ୍ୟ କ୍ଷେତ୍ର ରେ ବିଭିନ୍ନ ପ୍ରକାର ଲୋକ କାମ କରନ୍ତି । ଆପଣ ମାନେ ପ୍ରାୟ ସମୟ ରେ ଲାଞ୍ଚ ନେଇ କାମ କରୁଥିବା ସରକାରୀ କର୍ମଚାରୀ ମାନଙ୍କ ବିଷୟରେ ଶୁଣି ଥିବେ । ଆସନ୍ତୁ ସେମିତି କିଛି ଖବର ସମ୍ପର୍କ ରେ ନଜର ଦେବା ।

ଡେଥ ପ୍ରମାଣପତ୍ର ପାଇବା ପାଇଁ ନୟାନ୍ତ ହେବାକୁ ପଡୁଛି । ଦିଲ୍ଲୀରୁ ସାଇଡ ବ୍ଲକ ହେଇକି ଅଛି ବୋଲି ମିଛ କଥା କୁହା ଯାଉଛି । ଆଉ ଯଦି ଟଙ୍କା ୫୦୦ ଦେଲେ ତେବେ ୨ ଘଣ୍ଟା ଭିତରେ ମିଳି ଯାଉଛି ସାର୍ଟିଫିକେଟ । ଆଜ୍ଞା ହଁ ଏମିତି କିଛି ଘଟୁଛି ଚାନ୍ଦବାଲି ମେଡିକାଲ ରେ ।

ଭଦ୍ରକ ଜିଲ୍ଲାର ଚାନ୍ଦବାଲି ରେ ରହୁଥିବା ଜଣେ ବ୍ୟକ୍ତି ଏହି ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗକାରୀ ବ୍ୟକ୍ତି ଙ୍କ ବାପା ଙ୍କ ଦେହାନ୍ତ ଗୋଟେ ବର୍ଷ ପୂର୍ବେ ହୋଇଥିଲା । ତାଙ୍କ ମୁର୍ତ୍ୟୁ ର ୩ ମାସ ପରେ ପୁଅ ଚାନ୍ଦବାଲି ସରକାରୀ ମେଡିକାଲ ରେ ପ୍ରମାଣ ପତ୍ର ପାଇଁ ଆବେଦନ କରିଥିଲେ । ହେଲେ ୬ ମାସ ଯାଏ ସାଇଡ଼ ବନ୍ଦ ଅଛି ବୋଲି କହିଥିଲେ ।

ପରେ ଟଙ୍କା ନେବା ପରେ କିଛି ଘଣ୍ଟା ମଧ୍ୟରେ ଦେଇଥିଲେ ପ୍ରମାଣ ପତ୍ର । ଏ କଥା ଚାରିଆଡେ଼ ପ୍ରଚାର ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଯୋଗ କରା ଯାଇଛି । ପ୍ରଥମତ ପଇସା ନେଇଥିବା ବ୍ୟକ୍ତି ଜଣକ ସରକାରୀ ଡାକ୍ତରଖାନାରେ ବେସରକାରୀ ଭାବରେ ରହିଛନ୍ତି । ତାଙ୍କୁ କିଏ ଚାକିରୀ ଦେଇଛି ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆସୁଥିବ ? ତେବେ ଏହି ଭଳି କାର୍ଯ୍ୟ ବହୁତ ଦିନ ଧରି ଚାଲି ଆସୁଥିଲା । ସମସ୍ତଙ୍କ ଅଭିଯୋଗ ପରେ ଏହାର ତଦନ୍ତ କରା ଯାଉଛି ।

Leave a Reply

Your email address will not be published. Required fields are marked *