ଆପଣ ମାନେ ବିଭିନ୍ନ ଜୀବ ଜନ୍ତୁ କୁ ଦେଖୁଥିବେ । ବହୁତ ଜଣକ ଜୀବ ଜନ୍ତୁ ଙ୍କ ପ୍ରତି ବହୁତ ଭଲ ଭାବନା ରହିଥାଏ । ଆଉ କିଛି ଜଣ ବହୁତ ଭୟ କରିଥାନ୍ତି । ତେବେ ସାପ କଥା ଶୁଣିଲେ ବହୁତ ଜଣ ଡରି ଯାଇଥାନ୍ତି।
ବହୁତ ସମୟ ରେ ଆପଣ ମାନେ ସାପ କୁ ଘର ଭିତରେ ପଶି ଯିବାର ଦେଖି ଥିବେ । ବାଟରେ ଯିବା ଆସିବା ସମୟେ ରେ ଆପଣ ମାନେ ବହୁତ ଥର ସାପ ଦେଖିଥିବେ । ଛୋଟ ହୁଅନ୍ତୁ କି ବଡ ସମସ୍ତେ ସାପ କୁ ଦେଖି ଡରି ଯାଇଥାନ୍ତି ।
ତେବେ ସମସ୍ତେ ଡରୁଥିବା ସାପ ମଧ୍ୟ ବହୁତ ଅସୁବିଧା ହୋଇଥାଏ । କେନ୍ଦୁଝର ର ତେଲକୋଇ ର ବାମ ଦେଇ ପାହାଡ ପାଖରେ ଗୋଟେ ବଡ ଅଜଗର ପଡିଥିବାର ଦେଖା ଗଲା । ଅଜଗର ଟି ଯାଇପାରୁନଥିଲା । ବହୁତ କଷ୍ଟ ରେ ଗୋଟେ ଜାଗାରେ ପଡି ରହିଥିଲା । ବହୁତ ଲୋକ ଅଜଗର କୁ ଜଙ୍ଗଲ ଭିତରକୁ ନେବାକୁ ବିଭିନ୍ନ ପ୍ରୟାସ କରିଥିଲେ ମଧ୍ୟ ସେ ଯାଇପାରିନଥିଲା ।
ଏମିତି ଅସୁବିଧା ର କାରଣ ମଧ୍ୟ ସେ ନିଜେ । ଅଜଗର ଟି ଗୋଟେ ଛେଳି କୁ ଗିଳି ଦେଇଥିଲା । ଯାହା ଫଳରେ ଏମିତି ଅସୁବିଧା ହେଲା । ଏତେ ଚେଷ୍ଟା ପରେ ବି ସେ ଜଙ୍ଗଲ ଭିତରକୁ ଯାଇ ନ ପାରି ରାସ୍ତା ରେ ପଡି ରହିଥିଲା । ଆପଣ ମାନେ ମଧ୍ୟ ବହୁତ ସମୟରେ ଯିବା ଆସିବା ସମୟରେ ଏମିତି ଦେଖିଥିବେ ।