ମୋ ମୁଣ୍ଡରେ ବନ୍ଧୁକ ରଖିଲେ…ମୋ ସ୍ତ୍ରୀ ସହିତ ଅସଦାଚରଣ କଲେ

ଏବେ ଜଣେ ବ୍ୟକ୍ତି ଏଭଳି କିଛି ଅଭିଯୋଗ କରିଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ। ବ୍ୟକ୍ତି ଜଣକ ମାଛ ବେପାର କରୁଥିବା ବେଳେ ସେଦିନ ମଧ୍ୟ ମାଛ ଧରିବାକୁ ଯାଇଥିଲେ। ହେଲେ ବାଲିଆପାଳ ର ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ମାଣ୍ଡିଆ ଓ ହେମନ୍ତ ଦାସ ସେ ଦୁଇଜଣ ବ୍ୟକ୍ତି ଚୁଡ଼ାମିଲ ନିକଟରୁ ବ୍ୟକ୍ତି ଜଣକୁ ଉଠାଇ ନେଇ ଯାଇଥିଲେ। ସେ ତାଙ୍କୁ ଏକ କାର ରେ ହିଁ ଉଠାଇ ନେଇ ଯାଇଥିଲେ।ଏହାପରେ ବ୍ୟକ୍ତି ଜଣକ ବେକରେ ଛୁରା ଓ ବନ୍ଧୁକ ରଖି ସେମାନେ ନେଇ ଯାଇଥିଲେ। ଆଉ ତାଙ୍କୁ ରାସ୍ତା ସାରା ଖୁବ୍ ନିର୍ଯାତନା ଦେଇ ଥିଲେ।

ଏହାପରେ ସେ ରାସ୍ତାରେ ଏକ ପୋଲିସ ଫାଣ୍ଡି ଦେଖିଥିଲେ ଆଉ ଚେଷ୍ଟା କରିଥିଲେ କି ସେଠାରୁ ସେ ବାହାରିକି ଚାଲି ଯିବାକୁ ମାତ୍ର ସେଠାରେ ହିଁ ତାଙ୍କୁ ସେମାନେ ଅଟକ ରଖି ଦେଇଥିଲେ। ତାଙ୍କୁ ଛାଡ଼ି ନଥିଲେ। ଏହାପରେ ଏକ ପେଟ୍ରୋଲ ଟ୍ୟାଙ୍କ ନିକଟକୁ ଯାଇ ଗାଡ଼ିରେ ପେଟ୍ରୋଲ ପକାଇ ଥିଲେ।ବ୍ୟକ୍ତି ଜଣକ ଦୌଡ଼ି ପଳାଇବାକୁ ଚେଷ୍ଟା କଲେ । ଆଉ ବଞ୍ଚାଅ ବଞ୍ଚାଅ ବୋଲି ଖୁବ୍ ଚିତ୍କାର କରୁଥିଲେ। ମାତ୍ରା ସେଦିନ ସତେ ଯେମିତି ସମସ୍ତେ ମାନବିକତା ଭୁଲି ଯାଇଥିଲେ। ପୁଣି ତାଙ୍କୁ ଆଉ ଏକ କାର ରେ ଉଠାଇ ନେଇ ଯାଇଥିଲେ।

ସେଠାରେ ପିଲାଙ୍କୁ ସେ ଜାଣି ପାରି ନଥିଲେ। ଏଭଳି କି ତାଙ୍କୁ ବାରମ୍ବାର ଧମକ ଦିଆ ଯାଉଛି କି ତାଙ୍କୁ ଜୀବନରୁ ମାରି ଦେବା ପାଇଁ। ଖୁବ୍ ଗାଳି ଗୁଲଜ କରୁଛନ୍ତି ମଧ୍ୟ।ଏଥି ସହ ବ୍ୟକ୍ତି ଜଣକ ଙ୍କ ସ୍ତ୍ରୀ ଙ୍କୁ ଖୁବ ଅସଦାଚରଣ ମଧ୍ୟ କରିଥିଲେ। ଯାହାକୁ ନେଇ ଏବେ ଏହି ବ୍ୟକ୍ତି ଜଣକ ମୁହଁ ଖୋଲିଛନ୍ତି। ଏବଂ ଏହି ଘଟଣା ସମ୍ପର୍କରେ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏହି ଘଟଣାର ତଦନ୍ତ ପରେ ହିଁ ଘଟଣାର ସତ୍ୟତା ଜଣା ପଡ଼ିବ। ତେବେ ଏହି ଘଟଣାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Leave a Comment