ସେଲଫି ମାଙ୍କଡ ନେଲା, ବର୍ତ୍ତମାନ ତା’ଉପରେ କାହାର ଅଧିକାର ? ଏହି ଅନନ୍ୟ ପ୍ରଶ୍ନର ଉତ୍ତର ସଂଘୀୟ ଅପିଲି ଅଦାଲତ ଦେବା ପୂର୍ବରୁ ଓକିଲ ଘୋଷଣା କରିଦେଲେ ଯେ ସେଲଫି ଚିତ୍ରର କପିରାଇଟ ମାମଲାର ସମାଧାନ ହୋଇଯାଇଛି | ଏହି ଚୁକ୍ତିନାମା ଅନୁଯାୟୀ, ଯେଉଁ ଫଟୋଗ୍ରାଫରଙ୍କ କ୍ୟାମେରାର ବ୍ୟବହାର ଫଟୋ ଉଠାଇବା ପାଇଁ ହୋଇଥିଲା,
ସେ ଭବିଷ୍ୟତରେ ଫଟୋ ରୁ ମିଳୁଥିବା ରାଜସ୍ୱର ୨୫ ପ୍ରତିଶତ ଅଂଶ ଇଣ୍ଡୋନେସିଆରେ ମାଙ୍କଡ଼ମାନଙ୍କର ବିଶେଷ ପ୍ରଜାତିର ସୁରକ୍ଷା ପାଇଁ କାମ କରୁଥିବା ଦାନକାରୀ ସଂସ୍ଥାକୁ ଦେବାକୁ ରାଜି ହୋଇଛନ୍ତି | ପ୍ରାଣୀ ଅଧିକାର ଗୋଷ୍ଠୀର ଓକିଲମାନେ ସୋମବାର ଦିନ ଏହି ସୂଚନା ଦେଇଛନ୍ତି |
ଗୋଷ୍ଠୀର ଓକିଲ ଏବଂ ଫଟୋଗ୍ରାଫର ଡେଭିଡ ସ୍ଲେଟର ସାନ ଫ୍ରାନ୍ସିସକୋରେ ଥିବା ନାଇନଥ ୟୁଏସ ସର୍କିଟ କୋର୍ଟ ଅଫ ଅପିଲରୁ ମାମଲାକୁ ବନ୍ଦ କରିବାକୁ କହିଥିଲେ ଏବଂ ନିମ୍ନ ଅଦାଲତର ସେହି ନିଷ୍ପତ୍ତିକୁ ରଦ୍ଦ କରିବାକୁ କହିଛି, ଯେଉଁଥିରେ କୁହାଯାଇଥିଲା ଯେ କପିରାଇଟର ଅଧିକାର ପଶୁମାନଙ୍କୁ ମିଳିପାରିବ ନାହିଁ | ସ୍ଲେଟରଙ୍କ ଓକିଲ ଆଣ୍ଡ୍ରିୟୁ ଜେ ଧୁୟେ ଏହା କହିବାକୁ ମନା କରି ଦେଇଛନ୍ତି ଯେ ଫଟୋରୁ କେତେ ରୋଜଗାର ହୋଇଛି ଏବଂ କଣ ତାଙ୍କ ଗ୍ରାହକମାନେ ଭବିଷ୍ୟତ ରୋଜଗାରର ସମ୍ପୂର୍ଣ୍ଣ ୭୫ ପ୍ରତିଶତ ଅଂଶ ନିଜ ପାଖରେ ରଖିବେ
ଅପିଲି ଅଦାଲତ ତୁରନ୍ତ କୌଣସି ନିଷ୍ପତ୍ତି ନେଇନାହିଁ | ପିପଲ ଫର ଏଥିକଲ ଟ୍ରିଟମେଣ୍ଟ ଅଫ ଆନିମଲ ୨୦୧୫ ମସିହାରେ ବିଶେଷ ପ୍ରଜାତିର ସେହି ମାଙ୍କଡ଼ ତରଫରୁ ମକୋଦ୍ଦମା ଦାୟର କରିଥିଲେ, ଯିଏ କି ସ୍ଲେଟରଙ୍କ କ୍ୟାମେରାରେ ଫଟୋ ଉଠାଇଥିଲା |
ନାରୁଟୋ ନାମକ ମାଙ୍କଡ଼ଙ୍କ ତରଫରୁ ପେଟା ଫଟୋର ଆର୍ଥିକ ନିୟନ୍ତ୍ରଣ ଦେବାପାଇଁ ଦାବି କରିଥିଲା | ପେଟା ଏବଂ ସ୍ଲେଟର ମିଳିତ ବୟାନରେ କହିଛନ୍ତି ଯେ ସେ ଦୁହେଁ ଏହି କଥାରେ ସହମତ ହୋଇଥିଲେ ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ଅଟେ, ଯାହା ଅଣ-ମାନବଙ୍କ ଆଇନଗତ ଅଧିକାର ଦେବା ସହ ଜଡିତ ପ୍ରସଙ୍ଗ ଅଟେ | ଉଭୟ ଏହି ଲକ୍ଷ୍ୟକୁ ସମର୍ଥନ କରନ୍ତି ଏବଂ ଏହାକୁ ପାଇବାପାଇଁ ସେମାନେ ନିଜର କାମ ଜାରି ରଖିବେ |
ଏହି ଫଟୋଗୁଡ଼ିକ ୨୦୧୧ ମସିହାର ଇଣ୍ଡୋନେସିଆର ସୁଲାୱେସିର ଅଟେ | ସ୍ଲେଟର କ୍ୟାମେରାକୁ ଅଜାଣତରେ ଛାଡି ଦେଇଥିଲେ, ଏହା ମଧ୍ୟରେ ମାଙ୍କଡ଼ ସେଥିରେ ଫଟୋ ଉଠାଇ ଦେଇଥିଲା |