ମନୋରଞ୍ଜନ

ନରେନ୍ଦ୍ର ମୋଦୀ ଙ୍କ ନୂଆ ଯୋଜନା : ମାତ୍ର ୨ ଟଙ୍କା ଡିପୋଜିଟ କରି ନିଅନ୍ତୁ ୩୬,୦୦୦ ଟଙ୍କା ର ପେନସନ

ଆମ ଦେଶ ରେ ଲୋକ ମାନଙ୍କ ସୁବିଧା ପାଇଁ ବିଭିନ୍ନ କାର୍ଯ୍ୟ କରା ଯାଇଥାଏ । ବିଶେଷ କରି ଅଭାବ ଅସୁବିଧା ରେ ରହୁଥିବା ଲୋକ ମାନକ ପାଇଁ ସରକାର ବହୁତ ବ୍ୟବସ୍ଥା କରିଛନ୍ତି । ଆସନ୍ତୁ ସେମିତି କିଛି ଖବର ସମ୍ପର୍କ ରେ ଜାଣିବା ।

ଅସଙ୍ଗଠିତ୍ ଶ୍ରମିକ,ରିକ୍ସା ଚାଳକ , ଠେଲା ଗାଡ଼ିରେ ବିକୁଥିବା ଦୋକାନୀ, ଆଦି ଶ୍ରମିକ ମାନକ ପାଇଁ ପ୍ରଧାନମନ୍ତ୍ରୀ ଏକ ନୂଆ ବ୍ୟବସ୍ଥା କରିଛନ୍ତି । ତେବେ ଆପଣ ମାନେ ଜାଣିଛନ୍ତି ବିଭିନ୍ନ ସରକାରୀ କର୍ମ ଚାରୀମାନଙ୍କୁ ପେନସନ ର ସୁବିଧା ରହିଥାଏ । ଯାହା ଦ୍ଵାରା ଚାକିରି ପରେ ଏହା ବହୁତ୍ ସାହାଯ୍ୟ କରିଥାଏ । ତେବେ ଶ୍ରମିକ ମାନକ ପାଇଁ କୌଣସି ପେନସନ ସୁବିଧା ନଥାଏ । ତେବେ ପ୍ରଧାମନ୍ତ୍ରୀ ଏହି ଶ୍ରମିକ ମାନଙ୍କ ପାଇଁ ପେନସନ ର ସୁବିଧା କରୁଛନ୍ତି ।

ତେବେ ସରକାର ଙ୍କ ଏହି ଯୋଜନା ର ନାମ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା । ଶ୍ରମିକ ମାନଙ୍କୁ ପ୍ରତି ମାସରେ ୫୫ ଟଙ୍କା ଜମା କରିବାକୁ ହେବ । ଯଦି ଜଣେ ଶ୍ରମିକ ୧୮ ବର୍ଷ ରୁ ଏହି ଯୋଜନା ରେ ସାମିଲ ହୁଏ ତେବେ ପ୍ରତିଦିନ ୨ ଟଙ୍କା ଲେଖା ସଞ୍ଚୟ କରିବାକୁ ହେବ । ଯାହା ଦ୍ଵାରା ସେ ବାର୍ଷିକ ୩୬ ହଜାର ଟଙ୍କା ପେନସନ ପାଇ ପାରିବେ । ୪୦ ବର୍ଷ ବୟସରେ ଜଣେ ଏହି ଯୋଜନାରେ ସାମିଲ ହେଲେ ତାଙ୍କୁ ମାସକୁ ୨୦୦ ଟଙ୍କା ଜମା କରିବାକୁ ହେବ ।

ଜଣେ ଶ୍ରମିକ ଏହି ସୁବିଧା ପାଇବା ପାଇଁ ୧୮ ବର୍ଷ ରୁ ଅଧିକ ଓ ୪୦ ବର୍ଷ କମ ହୋଇଥିବା ଦରକାର । ତେବେ ୬୦ ବର୍ଷ ପରେ ପେନସନ ମିଳିବା ଆରମ୍ଭ ହୋଇଯିବ । ଏହି ଯୋଜନା ପଞ୍ଜୀକରଣ ପାଇଁ ଆପଣଙ୍କ ଫୋନ ନମ୍ବର,ଆଧାର କାର୍ଡ , ବ୍ୟାଙ୍କ୍ ଖାତା ର ଆବଶ୍ୟକ ହୋଇଥାଏ । ବ୍ୟାଙ୍କ୍ ଶାଖା ର ଏକ ସହମତି ମଧ୍ୟ ଆବଶ୍ୟକ ହୋଇଥାଏ । କୌଣସି ସରକାର ଯୋଜନା ଫାଇଦା ପାଉ ନଥିବା ବ୍ୟକ୍ତି ହିଁ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ।ତେବେ ସେଥିପାଇଁ ଆପଣ ମାନେ ଅଧିକ ତଥ୍ୟ ଜାଣି ଏହି ଯୋଜନା ରେ ସାମିଲ ହୋଇପାରିବେ ।

Leave a Reply

Your email address will not be published. Required fields are marked *