ରାଜ୍ୟ ଖବରଜ୍ୟୋତିଷ ଶାସ୍ତ୍ର

ମା ଲକ୍ଷ୍ମୀଙ୍କର ବର୍ଷିବ କୃପା, ବାସ ଘରର ମୁଖ୍ୟ ଦ୍ୱାରରେ କରନ୍ତୁ ଏହି ଗୋଟେ କାମ

ବ୍ରତ ଏବଂ ପୂଜା ପଛରେ ବିଶ୍ୱାସ ରହିଛି ଯେ ଏପରି କରିବାଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଧନ ବର୍ଷା କରିଥାନ୍ତି | କିନ୍ତୁ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ଜୀବନସାରା କିଛି ଭୁଲ କରି ଚାଲିଥିବେ, ତେବେ କେବେ ହେଲେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେନାହିଁ | ଆସନ୍ତୁ ଜାଣିବା ବ୍ୟକ୍ତିର କେଉଁ କାମରେ ରାଗିଥାନ୍ତି ମା ଲକ୍ଷ୍ମୀ ଏବଂ ତାଙ୍କୁ ପ୍ରସନ୍ନ କରିବାପାଇଁ କଣ କରିବା ଉଚିତ |

ଏହି ଲୋକଙ୍କୁ ରାଗିଥାନ୍ତି ମା ଲକ୍ଷ୍ମୀ :-

– ସେହି ଲୋକ, ଯେଉଁମାନେ ସକାଳେ ଠିକ ସମୟରେ ଉଠିନଥାନ୍ତି |

– ସେହି ଲୋକ, ଯେଉଁମାନେ ଧନକୁ ଦୁରୁପଯୋଗ କରିଥାନ୍ତି |

– ସେହି ଲୋକ, ଯେଉଁମାନେ କନ୍ୟା, ସ୍ତ୍ରୀ ଏବଂ ଶାସ୍ତ୍ରକୁ ସମ୍ମାନ କରନ୍ତି ନାହିଁ |

– ସେହି ଲୋକ, ଯେଉଁମାନେ ଦିନରେ ଶାରୀରିକ ସମ୍ବନ୍ଧ ସ୍ଥାପନ କରିଥାନ୍ତି |

– ସେହି ଲୋକ, ଯେଉଁମାନେ ନିଜର ଆଖପାଖ ସ୍ଥାନରେ ଅଳିଆ ଆବର୍ଜନା ରଖିଥାନ୍ତି | ସେମାନଙ୍କଠାରେ ମଧ୍ୟ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି |

ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାପାଇଁ ଉପାୟ :-

ମା ଲକ୍ଷ୍ମୀଙ୍କ କୃପା ଯେଉଁ ବ୍ୟକ୍ତି ଉପରେ ଥାଏ, ତାକୁ ଜୀବନସାରା କେବେ ବି ଆର୍ଥିକ ଅସୁବିଧା ଦେଇ ଗତି କରିବାକୁ ପଡେନାହିଁ | ଏପରି ବ୍ୟକ୍ତିଙ୍କ ଜୀବନରେ କେବଳ ସୁଖ ଭରିଯାଏ | ଯେପରିକି ଆମେ କହିଲୁ ଯେ କିଛି ଖରାପ କାମ ପାଇଁ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି | କିନ୍ତୁ ଏହା ବ୍ୟତୀତ କୁଣ୍ଡଳୀ ଦୋଷ ମଧ୍ୟ ଆମ ଆର୍ଥିକ ସମସ୍ୟାର କାରଣ ହୋଇଥାଏ | ଏପରି ପରିସ୍ଥିତିରେ ଆମକୁ କିଛି ଶାସ୍ତ୍ରୀୟ ଉପାୟ କରିବା ଉଚିତ | ଆସନ୍ତୁ ଜାଣିବା ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାପାଇଁ କିଛି ଶାସ୍ତ୍ରୀୟ ଉପାୟ ବିଷୟରେ |

– ଘରେ ସର୍ବଦା ଖୁସି ରହିବାପାଇଁ ଲକ୍ଷ୍ମୀ ପଞ୍ଚମୀ ଦିନ ଘରର ମୁଖ୍ୟ ଦ୍ୱାରରେ ସୁନ୍ଦର ଝୋଟି ବା ରଙ୍ଗୋଲି ତିଆରି କରନ୍ତୁ | ଏହି ଝୋଟି ଘରର ବିବାହିତା ମହିଳା ତିଆରି କଲେ ଆହୁରି ଭଲ |

– ଲକ୍ଷ୍ମୀ ପଞ୍ଚମୀ ଦିନ ଆପଣଙ୍କ ଘର ସଫାସୁତରା ରହିବା ଉଚିତ | ଏମିତିରେ ତ ସବୁଦିନ ଘରକୁ ସଫା କରିବା ଉଚିତ, ଏପରି କରିବାଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ମିଳେ |

– ଘରର ମୁଖ୍ୟ ଦ୍ୱାରରେ ମା ଲକ୍ଷ୍ମୀଙ୍କର ପାଦ ଚିହ୍ନ ତିଆରି କରନ୍ତୁ | ଏହାକୁ ସିନ୍ଦୁରରେ ତିଆରି କରନ୍ତୁ |

– ଘରର ମୁଖ୍ୟ ଦ୍ୱାର ପାଖରେ ଝାଡୁ, ଅଳିଆ, ଚପଲ ଇତ୍ୟାଦି ରଖନ୍ତୁ ନାହିଁ | ଏଗୁଡ଼ିକୁ ଏପରି କୌଣସି ସ୍ଥାନରେ ରଖି ଦିଅନ୍ତୁ ଯେଉଁଠାରେ ସହଜରେ ନଜର ପଡିବ ନାହିଁ |

– ଘରର କୌଣସି କବାଟକୁ ଖୋଲିବା କିମ୍ବା ବନ୍ଦ କରିବା ସମୟରେ ଯଦି ସେଥିରେ ଶବ୍ଦ ହୁଏ, ତେବେ ତାର କବଜାରେ ତେଲ ଦିଅନ୍ତୁ | ଘରେ ଶବ୍ଦ କରୁଥିବା କବାଟ ଘରର ସୁଖ-ଶାନ୍ତି ଛଡାଇ ନେଇଥାନ୍ତି |

Leave a Reply

Your email address will not be published. Required fields are marked *