ହାତୀ ଦୁନିଆର ସବୁଠାରୁ ବଡ଼ ପ୍ରାଣୀ ହୋଇଥାଏ | ସେ ବହୁତ ବୁଦ୍ଧିମାନ ଏବଂ ଦୟାଳୁ ମଧ୍ୟ ହୋଇଥାଏ | କିନ୍ତୁ ତାକୁ ସେତେବେଳେ ବହୁତ ରାଗ ଲାଗିଥାଏ, ଯେତେବେଳେ ତା ଉପରେ କେହି ଆ-କ୍ର-ମ-ଣ କରିବାକୁ ଚେଷ୍ଟା କରିଥାଏ | ତାପରେ ହାତୀ ଉପରେ କାବୁ କରିବା କଷ୍ଟକର ହୋଇପଡେ | ଏପରି ଏକ ଭିଡିଓ ଆମକୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଲା | ଯେତେବେଳେ ଗୋଟିଏ କୁମ୍ଭୀର ହାତୀପଲ ଉପରେ ଆ-କ୍ର-ମ-ଣ କରିଦେଲା | ଏହି ଭିଡିଓକୁ ଲାଇଫ ଆଣ୍ଡ ନେଚର ନାମକ ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଛି | ଏହି ଭିଡିଓକୁ ସେୟାର କରିବା ପରେ ଏହା ଭାଇରଲ ହୋଇଗଲା |
ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨୩୦୦ ରୁ ଅଧିକ ଲୋକ ଦେଖିଲେଣି | ସେହିପରି ୪୧୪ ଲାଇକ ଏବଂ ୨୪ଟି ରିଟ୍ୱିଟ କରାଯାଇଛି | ଏହି ଭିଡିଓରେ ଦେଖାଯାଇପାରେ ଯେ କୌଣସି ଏକ ଜଙ୍ଗଲରେ ଗୋଟିଏ ନଦୀ କୂଳରେ ଏକ ହାତୀପଲ ପାଣି ପିଇବାପାଇଁ ପହଞ୍ଚିଛନ୍ତି | ଏହି ଦୃଶ୍ୟରେ ଗୋଟିଏ କୁମ୍ଭୀର ମଧ୍ୟ ଅଛି, ଯିଏକି ଶି-କା-ର କରିବା ଉଦ୍ଦେଶ୍ୟରେ ନଦୀ କୂଳକୁ ଆସିଯାଇଛି | ହାତୀପଲରେ କିଛି ଛୋଟ ହାତୀ ମଧ୍ୟ ଅଛନ୍ତି | ପିଲାମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ହାତୀମାନେ ପିଲାମାନଙ୍କୁ ମଝିରେ ରଖିଛନ୍ତି |
The alligator is trying to prey on phil again. pic.twitter.com/VlFpbsx9U8
— existing in nature (@afaf66551) June 6, 2021
ଗୋଟିଏ ହାତୀ ପାଣି ପିଇବାପାଇଁ ଆଗକୁ ବଢ଼ିବାମାତ୍ରେ କୁମ୍ଭୀର ତା ଉପରେ ଆ-କ୍ର-ମ-ଣ କରିଦିଏ | ହାତୀ ପଛକୁ ହଟିବା ପୂର୍ବରୁ କୁମ୍ଭୀର ତାର ଶୁଣ୍ଢକୁ ଧରିନିଏ ଏବଂ ତାକୁ ହ୍ରଦ ଆଡକୁ ଟାଣି ନେଇଯିବାକୁ ଚେଷ୍ଟା କରେ | କିନ୍ତୁ ହାତୀ ସବୁ ଶକ୍ତି ଖଟାଇ ତାକୁ ହ୍ରଦ ବାହାରକୁ ଟାଣିବା ଆରମ୍ଭ କରିଦିଏ | ଏହି ସମୟରେ ଅନ୍ୟ ହାତୀ ପଛକୁ ହଟିଯାନ୍ତି |
ହାତୀ କୁମ୍ଭୀର କବଳରୁ ମୁକୁଳିବା ପାଇଁ ନିଜ ଶୁଣ୍ଢକୁ ଜୋରରେ ହଲାଏ, କିନ୍ତୁ କୁମ୍ଭୀର ତାକୁ ଛାଡ଼ିଦେବା ପରିବର୍ତ୍ତେ ତା ଶୁଣ୍ଢ ଧରି ଓଳେଇ ହୁଏ | ଏହି ସମୟରେ ଆଉ କିଛି ଅନ୍ୟ ହାତୀ ମଧ୍ୟ ସେଠାକୁ ଆସିଯାନ୍ତି ଏବଂ ଏହା ଦେଖି କୁମ୍ଭୀର ଡରିଯାଏ ଏବଂ ହାତୀ ଶୁଣ୍ଢକୁ ଛାଡି ଦିଏ | ତାପରେ ହାତୀ ହ୍ରଦରୁ ବାହାରି ଆସେ ଏବଂ କୁମ୍ଭୀର ମଧ୍ୟ ନଦୀ ଭିତରକୁ ଚାଲିଯାଏ |