ଜିଓ ର ମାଲିକ ଅମ୍ବାନୀ ଙ୍କ ପିଲା ସରକାରୀ ବସ ରେ ଯାଉଥିଲେ ସ୍କୁଲ, ଜାଣନ୍ତୁ କେତେ ଟଙ୍କା ଦେଉଥିଲେ ତାଙ୍କୁ ଅମ୍ବାନୀ

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଓ ତାଙ୍କର ପରିବାର ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଆପଣ ଏହା ଜାଣି ଆଶ୍ଚର୍ଯ୍ୟହେବେକି ଏସିୟାର ସବୁଠାରୁ ଧନୀ ଓ ଦୁନିଆର ସମସ୍ତ ଖବରରେ ପ୍ରସିଦ୍ଧ ମୁକେଶ ଅମ୍ବାନୀଙ୍କ ପିଲା କଲେଜ ଯିବା ପାଇଁ ପବ୍ଲିକ ଟ୍ରାନ୍ସପୋର୍ଟର ବ୍ୟବହାର କରୁଥିଲେ। ସ୍କୁଲ ସମୟରେ ତାଙ୍କୁ ବହୁତ କମ ପକେଟ ମନି ମିଳୁଥିଲା।

ନୀତା ଅମ୍ବାନୀ ଆରମ୍ଭ ସମୟରେ ନିଜର ପିଲାଙ୍କର ପଢାକୁ ନେଇ ବହୁତ ଷ୍ଟ୍ରିକ୍ଟ ଥିଲେ। ମୁକେଶ ଅମ୍ବାନୀଙ୍କ ତିନୋଟି ପିଲା ବିଦେଶରେ ପାଠ ପଢିଛନ୍ତି। ଇଶା ଅମ୍ବାନୀ ୟେଲ ବିଶ୍ୱବିଦ୍ୟାଳୟ ଓ ଷ୍ଟେନଫୋର୍ଡ ସ୍କ୍ଲୁ ଅଫ ବିଜନେସରୁ ପଢିଛନ୍ତି। ଆକାଶ ଓ ଅନନ୍ତ ବ୍ରାଉନ ବିଶ୍ଵବିଦ୍ୟାଳୟରୁ। ବିଦେଶରେ ରହିବା ବ୍ଯତୀତ ମୁକେଶ ଅମ୍ବାନୀଙ୍କ ତିନି ପିଲା ନିଜର କଲେଜ ଯିବା ପାଇଁ ବସର ବ୍ୟବହାର କରୁଥିଲେ।

ସ୍କୁଲ ସମୟରେ ମିଳୁଥିଲା କେବଳ ୫ଟଙ୍କା ପକେଟ ମନି:-

ନୀତା ଅମ୍ବାନୀ ସ୍କୁଲ ସମୟରେ ନିଜର ପିଲାଙ୍କର ପଢାକୁ ନେଇ ବହୁତ ଷ୍ଟ୍ରିକ୍ଟ ଥିଲେ। ନୀତା ଗୋଟିଏ ଦିନ ମଧ୍ୟ ପିଲାଙ୍କୁ ସ୍କୁଲ ଛାଡିବାକୁ ଯାଉନଥିଲେ। ଅରବପତି ହେବା ସତ୍ବେ ନିଜର ପିଲାଙ୍କୁ କେବଳ ୫ଟଙ୍କା ପକେଟ ମନି ଦେଉଥିଲେ।

idiva ଦେଇଥିବା ଏକ ଇଣ୍ଟରଭ୍ୟୁରେ ନୀତା ଅମ୍ବାନୀ ନିଜର ପିଲାଙ୍କର ସ୍କୁଲର ଏକ କାହାଣୀ ମନେ ପକାଇ କହିଥିଲେ,”ଯେତେବେଳେ ମୋ ପିଲା ସ୍କୁଲ ଯାଉଥିଲେ ସେତେବେଳେ ମୁଁ ସେମାନଙ୍କୁ ପ୍ରତ୍ଯେକ ଶୁକ୍ରବାର ଦିନ ୫ଟଙ୍କା ଦେଉଥିଲି, ଯେଉଁଥିରୁ ସେମାନେ ସ୍କୁଲ କ୍ଯାଣ୍ଟିନରେ ଖାଉଥିଲେ। ଥରେ ଅନନ୍ତ ମୋ ପାଖକୁ ଦୌଡି ଆସିଲା ଓ କହିଲା ମା ମୋତେ ୧୦ଟଙ୍କା ଦରକାର। ଯେତେବେଳେ ମୁଁ ପଚାରିଲି କାହିଁକି?ସେ କହିଲା-ସ୍କୁଲର ସାଙ୍ଗମାନେ ମୋର ମଜାକ ଉଡାନ୍ତି। କୁହନ୍ତିକି ତୁ ୫ଟଙ୍କା ନେଇ ଆସୁଛୁ, ତୁ ଅମ୍ବାନୀ ନା ଭିକାରୀ।”

mukesh ambani old images

ନୀତା ଅମ୍ବାନୀ କହିଥିଲେକି, ଅନନ୍ତର କଥା ଶୁଣି ମୋତେ ବହୁତ ଖରାପ ଲାଗିଲା। ସେ ଇଣ୍ଟରଭ୍ୟୁରେ କହିଲେକି,”ମୀନ ନିଜର ପିଲାଙ୍କୁ ସାଧାରଣ ପିଲାଙ୍କ ଭଳି ରଖିବାକୁ ଚାହୁଁଥିଲି। ସେଥିପାଇଁ ମୁଁ କେବେ ସେମାନଙ୍କୁ ଧନୀ ହେବାର ଅନୁଭବ କରାଇନଥିଲି।” ନୀତା ଅମ୍ବାନୀ ଓ ମୁକେଶ ଅମ୍ବାନୀ ନିଜର ପିଲାକୁ କେବେ ଧନୀ ହେବାର ଅନୁଭବ ହେବାକୁ ଦେଇନଥିଲେ। ସେଥିପାଇଁ ଆକାଶ, ଅନନ୍ତ ଓ ଇଶାଙ୍କର ଲାଳନପାଳନକୁ ଆଜି ସମସ୍ତେ ପ୍ରଶଂସା କରୁଛନ୍ତି।

Leave a Comment