ପିତା ଯବାନ ଝିଅର ବେକକୁ କାଟିଦେଲେ, ପୁଣି ତାକୁ ନେଇ ଥାନାରେ ପହଞ୍ଚିଗଲେ, ଯାହା କହିଲେ ତାକୁ ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା
ଲକ୍ଷ୍ନୌ:- ସମାଜରେ ନିଜର ସମ୍ମାନକୁ ରକ୍ଷା କରିବା ପାଇଁ ଅନେକ ଥର ଲୋକ ନିଜର ଲୋକଙ୍କର ହତ୍ୟା କରିବାକୁ ମଧ୍ୟ ଡରନ୍ତି ନାହିଁ। ଏମିତି ଏକ ମାମଲା ଉତ୍ତରପ୍ରଦେଶର ହରଦାଇରୁ ସାମ୍ନାକୁ ଆସିଛି, ଯେଉଁଠି ଏକ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ନିଜର ୧୮ବର୍ଷର ଝିଅର ମୁଣ୍ଡ କାଟିଦେଲେ। ଏହାପରେ ସେ ନିଜେ ଝିଅର କଟା ବେକ ନେଇ ଥାନାରେ ପହଞ୍ଚିଗଲେ। ଏହି ସମୟରେ ତାଙ୍କ ଚେହେରାରେ କୌଣସି ଦୟା ନଥିଲା। ସେ ପୋଲିସଙ୍କୁ କହିଲେକି ମୁଁ ଏହାର ବେକ କାଟିଦେଲି।
ଝିଅକୁ ପ୍ରେମୀ ସହିତ ଦେଖିଲେ ଆପତ୍ତିଜନକ ସ୍ଥିତିରେ:- ସୂଚନା ମୁତାବିକ, ଆରୋପୀ ହରଦାଇର ମାଞ୍ଝିଳ ଥାନାରେ ପାଣ୍ଡେତାରା ଗାଁରେ ରୁହନ୍ତି। ତାଙ୍କର ନାମ ସର୍ବେଶ ଅଟେ। ସର୍ବେଶ ୨ଦିନ ପୂର୍ବେ ଝିଅକୁ ଗାଁର ଆଦେଶ ନାମକ ପୁଅ ସହିତ ଆପତ୍ତିଜନକ ସ୍ଥିତିରେ ଦେଖିବାକୁ ପାଇଥିଲେ। ସେହି ସମୟରେ ସେ ଶାନ୍ତ ରହିଲେ, କିନ୍ତୁ ଗୁରୁବାର ଦିନ ଯେତେବେଳେ ତାଙ୍କର ସ୍ତ୍ରୀ ବିଲକୁ ଯାଇଥିଲେ, ସେତେବେଳେ ଝିଅକୁ ଘରେ ଏକଲା ପାଇ ସର୍ବେଶ ଧାରୁଆ ଅସ୍ତ୍ରରେ ତାଙ୍କର ବେକ କଟିଦେଲେ। ଏହାପରେ ସେ ମୁଣ୍ଡକୁ ଧରି ଥାନାରେ ପହଞ୍ଚିଗଲେ।
5
ପୋଲିସ ଘଟଣା ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ:- ସର୍ବେଶ ପୋଲିସଙ୍କୁ କହିଲେ,’ସାହେବ ମୁଁ ମୋ ଝିଅର ବେକ କାଟି ଦେଇଛି।’ ଏହି କଥା ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଥାନାର ପୋଲିସ ଫୋର୍ସ ଆରୋପୀଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚିଗଲେ। ଘଟଣାସ୍ଥଳରେ ଝିଅ ରକ୍ତରେ ଉବୁଟୁବୁ ହେଉଥିଲା।
ପୋଲିସ ଦ୍ଵାରା ହେଲା ମଧ୍ୟ ଭୁଲ:-ଏହି ଘଟଣାରେ ଏକ ପିତାର ଅପରାଧ ଜଙ୍ଘନ୍ୟ ଅଟେ, କିନ୍ତୁ ଯାଞ୍ଚ ସମୟରେ ପୋଲିସର ଅମାନବୀୟ ଚେହେରା ଦେଖିବାକୁ ମିଳିଥିଲା। ଜଣେ ପୋଲିସକର୍ମୀ ମୃତ ଝିଅର କଟା ବେକକୁ ଧରି ଯାଉଥିଲେ। ସେ ତାହାକୁ କପଡାରେ ଢାଙ୍କିବା ମଧ୍ୟ ଠିକ ଭାବିଲେ ନାହିଁ। ଏହି ପୋଲିସକର୍ମୀଙ୍କର ସମ୍ବେଦହୀନ ହରକତର ଫୋଟ ଭାଇରାଲ ହେଉଅଛି।