Devotional

ଯେବେ ନିଜ ପ୍ରିୟ ଭକ୍ତକୁ ବଞ୍ଚାଇବାକୁ ନିଜେ ଆସିଲେ ମହାଦେବ ,ଆଉ ତା ପରେ ଯାହା ହେଲା ଜାଣିଲେ…

 

ବୃନ୍ଦାବନରେ ଜଣେ ବାବା ରହୁଥିଲେ। ଲୋକ ମାନେ ତାଙ୍କୁ ଜଜ୍ ସାହେବ ଜଜ ସାହେବ କହି ଡାକୁଥିଲେ। ପ୍ରକୃତରେ ସେହି ବାବା ଜଣକ ଜଣେ ଜଜ୍ ସାହେବ ଥିଲେ। ସେହି ଜିଲ୍ଲାର ଗୋଟେ ଗାଁରେ ଜଣେ ରୁଦ୍ର ନାମରେ ଗୋଟେ ପିଲା ରହୁଥିଲା।

ସେ ମହାଦେବଙ୍କର ବହୁତ ବଡ ଭକ୍ତ ଥିଲେ। ଥରେ ରୁଦ୍ରକୁ ତା ବାପା ଡାକି କି କହିଲେ କି, ତୋ ଭଉଣୀ ଏବେ ବଡ ହେଇଗଲାଣି କିଛିଦିନ ଭିତରେ ତାକୁ ବାହାଘର କରିବାର ଅଛି।

ଜମିଦାର ବାବାଙ୍କ ଠାରୁ କିଛି ପଇସା ଧାର ନେଇକି ଆସିବା ପାଇଁ ରୁଦ୍ରରୁକୁ ତା ବାପା କହିଥିଲେ। ଆଉ ସେହି ପଇସାରେ ଭଉଣୀକୁ ବାହାଘର କରିଦେବା ପାଇଁ ରୁଦ୍ରର ବାପା କହିଥିଲେ।

ରୁଦ୍ରର ଜମିଦାର ଠାରୁ ପଇସା ଆଣି ତା ବାପାଙ୍କୁ ଦେଇଥିଲା। ଆଉ କିଛିମାସ ପରେ ଭଉଣୀର ବାହାଘର ହୋଇଥିଲା। ଭଉଣୀର ବାହାଘର ପରେ ରୁଦ୍ର ବାହାରକୁ ଯାଇ ବହୁତ ପଇସା ରୋଜଗାର କରି ପୁଣି ଗାଁକୁ ଫେରିଆସିଥିଲା।

ଆଉ ତା’ପରେ ରୁଦ୍ର ଗୋଟିଏ ଦିନ ତା ବାପାଙ୍କୁ କହିଲା ଏ ପଇସା ସବୁ ନେଇଯାଉ ଆଉ ଜମିଦାରର ସବୁ ପଇସା ସୁଜି ଦିଅ। ରୁଦ୍ରର ବାପା ରୁଦ୍ରରକୁ କହିଲେ ତୁ ପଇସା ଆଣିଥିଲେ ତୁ ନିଜେ ନେଇକି ପଇସା ଦେଇଆସେ।

ରୁଦ୍ର ଯାଇ ସବୁ ପଇସା ଜମିଦାରକୁ ଯାଇ ଫେରେଇ ଦେଇଥିଲା। ଆଉ ତା’ପରେ ଜମିଦାର ରୁଦ୍ରକୁ ଏକ ପେପର୍ ଦେଲେ ଯେଉଁଥିରେ ଲେଖାଥିଲା କି “ରୁଦ୍ର ମୋର ସବୁ ଟଙ୍କା ଫେରେଇ ଦେଇଛି ଏବେ ଆଉ କିଛି ପଇସା ବାକି ନାହିଁ”।

ଜମିଦାର ରୁଦ୍ରକୁ କହିଲେ ଏହି ପେପରକୁ ଥରେ ଭଲ କରି ପଢି ନିଅ। ତା’ପରେ ରୁଦ୍ରର ଜମିଦାର ବାବାଙ୍କୁ କହିଲା ନାଁ ବାବୁ ଆପଣଙ୍କ ଉପରେ ଭରଷା ଅଛି। ଜମିଦାର ମନେ ମନେ ଭାବିଲା ରୁଦ୍ରର ଗୋଟେ ଭୋଲା ମଣିଷ ଅଟେ।

ତା’ପରେ ଜମିଦାର ଆଉ ଗୋଟେ ପେପର୍ ବାହାର କଲା ଯେଉଁଥିରେ ଲେଖାଥିଲା “ରୁଦ୍ର ମୋର ପଇସା ଏପର୍ଯ୍ୟନ୍ତ ଫେରେଇ ନାହିଁ”। କିଛିଦିନ ପରେ ଜମିଦାର ବାବୁ ରୁଦ୍ରର ଘରକୁ ଗୋଟିଏ ଲେଟର ପଠେଇଲେ। ଲେଟରଟିରେ ଲେଖାଥିଲା ଯେ, ଯଦି ମୋର ପଇସା ଠିକ୍ ସମୟରେ ନଫେରେଇ ବ ତାହାଲେ ମୁଁ କୋର୍ଟରେ କେସ କରିବି।

ଏହି ଲେଟର ଦେଖି ରୁଦ୍ର ଓ ତା’ର ବାପା ବୁଝିଗଲେ ଯେ ଜମିଦାର ବାବୁ ତାଙ୍କୁ ଫସେଇବାକୁ ଚାହୁଁଛି। କିଛିଦିନ ପରେ ଜମିଦାର ରୁଦ୍ର ଉପରେ ଜିଲ୍ଲା କୋର୍ଟରେ କେସ କରିଦେଲା। ରୁଦ୍ର କୋର୍ଟକୁ ଯିବା ପୂର୍ବରୁ ପ୍ରଥମେ ଶିବ ମନ୍ଦିର ଯିବା ପରେ କୋର୍ଟରେ ଯାଇ ହାଜିର୍ ହୋଇଥିଲା।

କୋର୍ଟରେ ଜଜ୍ ପଚାରିଲେ ରୁଦ୍ର କଣ ପାଇଁ ଆପଣ ଜମିଦାରଙ୍କ ପଇସା ଦେଇ ନାହ। ରୁଦ୍ର କହିଥିଲା “ଜଜ ସାହେବ ମୁଁ ସବୁ ପଇସା ଦେଇଦେଇଛି ଏ ଜମିଦାର ମିଛ କହୁଛି”। ଏହାପରେ ଜଜ୍ ସାହେବ୍ କହିଲେ କି ତମ ପାଖରେ କିଏ ଆଉ ସାକ୍ଷୀ ଥିଲେ କି।

ରୁଦ୍ର କହିଥିଲା ଯେ ମୋ ଶଙ୍କର ସାକ୍ଷୀ ଥିଲେ। ତାପରେ ପ୍ରମାଣ ଦେବା ପାଇଁ ଶଙ୍କର କୋର୍ଟ ରେ ଆସି ହାଜିର୍ ହୋଇଥିଲା। ରୁଦ୍ର ଜମିଦାରଙ୍କ ସବୁ ପଇସା ଫେରାଇ ଦେଇଥିଲେ ବୋଲି ଶଙ୍କର କହିଥିଲା। ଏହାପରେ ଜଜ୍ ଶଙ୍କରକୁ କହିଥିଲେ କି ଏହାର କିଛି ପ୍ରମାଣ ଅଛି କି।

ଶଙ୍କର କହିଥିଲା ଯେ ଜମିଦାର ଯେଉଁଠି ବସନ୍ତି ତାହାର ଡାହାଣ ପଟେ ଏକ ଲାଲ ରଙ୍ଗର ପୁସ୍ତକରେ ପ୍ରକୃତ ପେପର ଟି ରହିଛି। ଏହାପରେ ପୋଲିସ ସେହି ପେପର ଖୋଜି ଆଣି ଜଜ୍ ସାହେବ୍ କୁ ଦେଇଥିଲେ। ତେବେ ବନ୍ଧୁଗଣ ପ୍ରକୃତରେ ସେହି ଶଙ୍କର ଜଣକ ହେଉଛି ପ୍ରଭୁ ମହାଦେବ।

Leave a Reply

Your email address will not be published. Required fields are marked *