ରାଜ୍ୟ ଖବରଭାଇରାଲ ଭିଡିଓ

ଏବେ ଚର୍ଚ୍ଚା ଘେରରେ ଡିଜିଟାଲ ହେଲଥ କାର୍ଡ, ଆପଣ ଏହାକୁ ଘରେ ବି ଏହି ପ୍ରକ୍ରିୟାରେ ତିଆରି କରି ପାରିବେ, ଜାଣନ୍ତୁ କେମିତି

ଏବେ ଚାରିଆଡ଼େ ଡିଜିଟାଲ ହେଲଥ କାର୍ଡ କୁ ନେଇ ଚର୍ଚ୍ଚା ଚାଲିଛି । ଆମ ଦେଶ ରେ ସରକାର ସବୁବେଳେ ଲୋକ ମାନକ ସୁବିଧା ପାଇଁ ବହୁତ୍ କିଛି ଯୋଜନା କରିଥାନ୍ତି । ବହୁତ୍ ଲୋକ ତାର ସୁବିଧା ପାଇଥାନ୍ତି । ଆସନ୍ତୁ ଜାଣିବା ସେ ସମ୍ପର୍କିତ ସମ୍ପୂର୍ଣ୍ଣ ଖବର ।

ସମସ୍ତେ ନିଜ ଶରୀର ତଥା ନିଜ ସ୍ୱାସ୍ଥ୍ୟ ପାଇଁ ବହୁତ ସଜାଗ ରହିଥାନ୍ତି । ହେଲେ ବର୍ତ୍ତମାନ ସ୍ଥିତି ରେ ବିଭିନ୍ନ ଲୋକ ଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧ ବହୁତ ସମସ୍ୟା ଦେଖା ଯାଉଛି । ତେବେ ଗୋଟେ ମେଡିକାଲ ରୁ ଆଉ ଗୋଟେ ମେଡିକାଲ ଯିବାକୁ ହେଲେ ପୁରୁଣା ସ୍ୱାସ୍ଥ୍ୟ ସମସ୍ୟା ର କାଗଜ ବା ରିପୋର୍ଟ ସବୁ ସାଙ୍ଗରେ ନେବାକୁ ହୁଏ ।

କିଛି ପ୍ରେସକୋସନ ହଜିଗଲେ ବହୁତ ଅସୁବିଧା ହୁଏ । ତେବେ ସେହି ସବୁ ସମସ୍ୟା ର ସମାଧାନ ହୋଇପାରିଛି । ସରକାର ଏକ ନୂଆ ଯୋଜନା କରିଛନ୍ତି ଯାହା ହଉଛି ଡିଜିଟାଲ ହେଲଥ କାର୍ଡ । ଏହି କାର୍ଡ ରେ ସବୁ ବ୍ୟକ୍ତି ନିଜ ନିଜ ସ୍ୱାସ୍ଥ ର ସମସ୍ତ ବିବରଣୀ ରଖି ପାରିବେ । ଯେଉଁଠି ଚାହିଁଲେ ବି ଅର୍ଥାତ ଯେଉଁ ଡକ୍ଟର କୁ ପୁରୁଣା ରିପୋର୍ଟ କିଛି ଦେଖେଇବାକୁ ଚାହୁଁଥିଲେ ଏହି କାର୍ଡ ର କିଛି ଖାସ ନମ୍ବର ସାହଯ୍ୟ ରେ ଦେଖେଇ ହେବ।

ଏହା ଛଡା ସରକାର ଙ୍କ ବହୁତ ଯୋଜନା ସମ୍ପର୍କରେ ଜାଣି ହେବ । ରୋଗୀ ଓ ଚିକିତ୍ସା ର ସମସ୍ତ ବିବରଣୀ ଏହି କାର୍ଡ ରେ ସୁରକ୍ଷିତ ରହିବ । ତେବେ ଆପଣ ମନେ ନିଜ ମୋବାଇଲ ରେ କିମ୍ବା ଯେକୌଣସି ସର୍ଭିସ ସେଣ୍ଟର ଯାଇ ନିଜ ର ଡିଜିଟାଲ ହେଲଥ କାର୍ଡ କରି ପାରିବେ । ଆପଣ ମାନକୁ ନିଜ ର ନାମ ,ଜନ୍ମ ତାରିଖ,ଫୋନ ନମ୍ବର ଭଳି କିଛି ତଥ୍ୟ ଦେବାକୁ ହେବ । ଫୋନ ରେ ଆପଣ ସମସ୍ତ ସର୍ତ୍ତ କୁ ପଢି ଏହି କାର୍ଡ କରି ପାରିବେ ।ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ଜାଣି ପାରିବେ ।

Leave a Reply

Your email address will not be published. Required fields are marked *