Odisha ରେ ଚାଞ୍ଚଲ୍ୟ ଏହି ଗାଁ ରେ ଘର କାନ୍ଥ ରୁ ବାହାରିଲେ ତମ୍ବା ନାଗ ସାପ ହୃଦୟରୁ Har Har Mahadeb

ଠାକୁରଘରେ ରଖା ଯାଇଥିଲା ଆସବାବପତ୍ର,ସବୁଦିନ ତାକୁ ସଫା କରାଯାଉଥିଲା, ହଠାତ୍ ସୋମବାର ଦିନ ଠାକୁର ଘର ସଫା କଲାବେଳେ କାନ୍ଥ ରେ ଏକ ତମ୍ବା ନାଗ ଆବିଭାର୍ବ ହୋଇଥିବା ଦେଖୁଥିଲେ ଘର ଲୋକେ।

ଯାହା ଏବେ ସମଗ୍ର ତେଲକୋଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେଲକୋଇ ବ୍ଲକ ନୂଆଗଡ ଗ୍ରାମର ଆରତ ବିନ୍ଧାଣୀଙ୍କ ସ୍ତ୍ରୀ ଆରତୀ ବିନ୍ଧାଣି।

ଗତ ସୋମବାର ଦିନ ଠାକୁର ଘର ସଫା କରୁଥିଲା ବେଳେ ଘରର କୋଣରେ ରଖା ଯାଇଥିବା ବାକ୍ସ ପାଖକୁ ସଫା କରୁଥିଲେ। ଠିକ ଏହି ସମୟରେ ସେ ଏକ ନାଗ ଦେଖି ଡରିଯାଇଥିଲେ।

ବାକ୍ସ୍ ଉଠେଇଲା ବେଳେ ତମ୍ବା ଧାତୁରେ ଗଢ଼ା ଯାଇଥିବା ଏକ ନାଗ ସାପ କାନ୍ଥରୁ ବହାରିଥିବାର ଦେଖିଥିଲେ। କାର୍ତ୍ତିକ ମାସ ପରି ପୁଣ୍ୟ ମାସ ରେ ଏଭଳି ଘଟଣା ଦେଖି ଘରେ ସ୍ଵୟଂ ନାଗ ଦେବତା ଆବିର୍ଭାବ ହୋଇଥିବା ନେଇ ଆଶା କରିଥିଲେ ପୁରା ପରିବାର।

ଖାଲି ସେତିକି ନୁହେଁ ପୂଜା ଅର୍ଚ୍ଚନା ରେ ବି ଲଗିପଡିଥିଲେ। ବର୍ତମାନ ଆଖ ପାଖ ଲୋକମାନଙ୍କର ମଧ୍ୟ ନାଗ ଦେବତାଙ୍କ ଦର୍ଶନ ପାଇଁ ଭିଡ଼ ଲାଗିଛି।

ପୁର୍ବରୁ କେବେ ଠାକୁର ଘରେ ତମ୍ବା ନାଗ ଦେଖିନାହାନ୍ତି ବୋଲି ଆରତିଙ୍କ ପରିବାର ଲୋକ କହିଛନ୍ତି।

ନାଗ ଥିବା ସ୍ଥାନରେ ମାଟି କାନ୍ଥରୁ ଝୁଣା ପରି ପଦାର୍ଥ ମଧ୍ୟ ବାହାରୁଛି।ହୁଏତ,ଏହାର କାରଣ ଅନ୍ୟ କିଛି ହୋଇପାରେ,କିନ୍ତୁ ଏ ଘଟଣା ପ୍ରଘଟ ହେବା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।

Leave a Comment

Your email address will not be published. Required fields are marked *

Scroll to Top