ମନୋରଞ୍ଜନ

ଛାଡ଼ପତ୍ର ପାଇଥିବା ଓଲିଉଡ ଇଣ୍ଡଷ୍ଟ୍ରି ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆପଣ ଜାଣିଛନ୍ତିକି ଆପଣଙ୍କର ଓଡିଶାରେ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀମାନେ ଦୁଇ ଦୁଇଟି ବିବାହ କରିଛନ୍ତି, ଯାହା ବିଷୟରେ ସମସ୍ତେ ଜନସାଧାରଣ ଅବଗତ ନାହାନ୍ତି। ଆଜି ଆମେ ଆପଣଙ୍କୁ ଆମ ଓଲିଉଡ ଇଣ୍ଡଷ୍ଟ୍ରିର ଅଭିନେତା ଓ ଅଭିନେତ୍ରୀଙ୍କର ପ୍ରଥମ ସ୍ତ୍ରୀ ଓ ସ୍ଵାମୀଙ୍କ ବିଷୟରେ କହିବୁ।

ଚନ୍ଦନ:- ଚନ୍ଦନଙ୍କର ଅନେକ ଫିଲ୍ମ ଆପଣ ଓଲିଉଡ ଇଣ୍ଡଷ୍ଟ୍ରିରେ ଦେଖିବାକୁ ପାଇଥିବେ। ଚନ୍ଦନ ୨୦୦୫ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିଛିଦିନ ପରେ ତାଙ୍କର ପାରିବାରିକ ଅଶାନ୍ତି ଦେଖାଦେଇଥିଲା। ଏବଂ ସେ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ। ଏବଂ ଦ୍ଵିତୀୟ ବିବାହ କରିଥିଲେ। ବର୍ତ୍ତମାନ ସମୟରେ ତାଙ୍କର ଏକ ଛୋଟ ପୁଅ ମଧ୍ୟ ଅଛି।

ରଚନା ବାନାର୍ଜୀ:- ୯୦ଦଶକରେ ସୁନ୍ଦର ଅଭିନୟ କରି ଓଡିଶାବାସୀଙ୍କର ମନ କିଣିଥିଲେ ରଚନା ବାନାର୍ଜୀ। ରଚନା ସିଦ୍ଧାନ୍ତ ୨୦୦୩ ମସିହାରେ ବିବାହ କରିଥିଲେ। ତାଙ୍କର ବିବାହ ବେଶୀ ଦିନ ତିଷ୍ଠି ନଥିଲା। ୨୦୦୪ ମସିହାରେ ସେମାନେ ଅଲଗା ହୋଇଯାଇଥିଲେ। ଏହାପରେ ରଚନା ସବୁଦିନ ପାଇଁ ଓଡିଶା ଛାଡି କଲିକତା ଚାଲିଯାଇଥିଲେ ଓ ସେଠାରେ ପ୍ରବଳ ବାସୁ ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ସମୟରେ ତାଙ୍କର ଗୋଟିଏ ପୁଅ ଅଛି।

ଅନୁ ଚୌଧୁରୀ:- ୨୦୦୬ ମସିହାରେ ସନ୍ଦିପ ମିଶ୍ରଙ୍କୁ ବିବାହ କରିଥିଲେ। କିନ୍ତୁ ତାଙ୍କର ସ୍ଵାମୀ ତାଙ୍କୁ ଅଭିନୟ ପାଇଁ ମନା କରିଥିଲେ, ସେଥିପାଇଁ ସେ ତାଙ୍କର ସ୍ଵାମୀଙ୍କୁ ଛାଡପତ୍ର ଦେଇଥିଲେ। ଓ ୨୦୧୦ ମସିହାରେ ବିଶାଲ ବର୍ମାଙ୍କୁ ଅନୁ ଚୌଧୁରୀ ବିବାହ କରିଥିଲେ।

Leave a Reply

Your email address will not be published. Required fields are marked *