ମନୋରଞ୍ଜନ

ରାସ୍ତା ରେ ଗଲାବେଳେ ପାଇଲେ ATM , ଉଠେଇଲେ 24,000 ଟଙ୍କା, ବିବେକ ବାଧା ଦେବାରୁ ଫେରାଇ ଦେଲେ..

ଆଜି ବି ଏହି ସମାଜରେ ମଣିଷ ପଣିଆ ବଞ୍ଚି ରହିଛି।ବ୍ୟକ୍ତି ଜଣଙ୍କ ହେଉଛନ୍ତି ବିଶ୍ଵ ରଞ୍ଜନ ପାତ୍ର।ତାଙ୍କର ଏ ଟି ଏମ୍ କାର୍ଡ ରାସ୍ତାରେ ପଡି ଯାଇଥିଲା।ଏବଂ ସେଥିରେ ୨୪ ହଜାର ଟଙ୍କା ଥିଲା। ଏଟିଏମ୍ କାର୍ଡ ର ପଛପଟେ ପାସୱାଡ୍ ବି ଲେଖା ଯାଇଥିଲା।ସେ ଚିନ୍ତାରେ ଥିଲେ।

କାରଣ ଯିଏ ସେହି କାର୍ଡ ପାଇବେ ସେ ଆଉ ଫେରେଇବେ ନାହିଁ।ଗୋଟେ ଦିନ ତାଙ୍କୁ କଲ୍ ଆସିଲା।ସେ କହିଲେ ଆସିକି ଏଟିଏମ୍ କାର୍ଡ ଟା ନେଇ ଯାଆନ୍ତୁ।ଘଟଣାଟି ଘଟିଛି ଭୁବନେଶ୍ୱର ଲକ୍ଷ୍ମୀ ସାଗର ଥାନା ଅଞ୍ଚଳରେ। ଗତ ସୋମବାର ଦିନ ବିଜେପି ନଗର ଏକ ପାର୍କ ରେ ଏଟିଏମ୍ ଟି ପଡ଼ିଯାଇଥିଲା।

ସେ ପାର୍କ ପାଖ ରାସ୍ତା କଡ଼ରୁ ଦୁର୍ଗା ଚରଣ ଦାସ ନାମକ ଜଣେ ବ୍ୟକ୍ତି ପାଇଥିଲେ।ଏବଂ ଲୋଭରେ ଟଙ୍କା ମଧ୍ୟ ଉଠେଇ ଦେଇଥିଲେ।କିନ୍ତୁ ପରେ ତାଙ୍କ ବିବେକ ତାଙ୍କୁ ବାଧା ଦେଲା।ଉଠେଇ ଥିବା ପଇସା ଓ ଏଟିଏମ୍ ନେଇ ଥାନାରେ ହସ୍ତାନ୍ତର କରିଥିଲେ।

ନିଜ ମୋବାଇଲ ନମ୍ବର୍ ଦେବା ସହିତ ତାଙ୍କର ସମ୍ପୂର୍ଣ୍ଣ ଠିକଣା ଓ ବିବରଣୀ ଦେଇଥିଲେ।ଯାହାକୁ ସୋସିଆଲ ମିଡିଆରେ ଅପଲୋଡ଼ କରାଯାଇଥିଲା।ପୋଲିସ ଙ୍କ ସହାୟତାରେ କାର୍ଡ ଟି କୁ ପ୍ରକୃତ ମାଲିକଙ୍କୁ ଫେରାଇ ଦିଆ ଯାଇଥିଲା।ତାଙ୍କ ଏଟିଏମ୍ କାର୍ଡ ପାଇ ଖୁସି ହୋଇ ଦୁର୍ଗା ଚରଣ ଙ୍କୁ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *