ଦିନେ ସାରା ଭାରତ ରେ IFS ଟପ୍ପର ହେଇ ଚର୍ଚ୍ଚା ର ପରିସର କୁ ଆସିଥିଲେ DFO ସଂଗ୍ରାମ କେଶରୀ, ହେଲେ ଝିଅ ସହ ସମ୍ପର୍କ ଲାଗି ସର ଓଡ଼ିଶା ରେ ବିବାଦୀୟ ହେଇ ପଡିଛନ୍ତି, ଆସନ୍ତୁ ଦେଖିବା ସେଇ ପୁରୁଣା ଭିଡିଓ ଯେତେବେଳେ DFO ହେଇଥିଲେ ସାରା ଭାରତ ରେ ଟପ୍ପର

ଆପଣ ମାନେ ଏଇ ୨ ମାସ ହେବ ସୌମ୍ୟ ଙ୍କ କେସ ଲାଗି ବିଦ୍ୟା , DFO ସଂଗ୍ରାମ ତଥା ଅନ୍ୟାନ୍ୟ ଲୋକ ଙ୍କୁ ଜାଣିବାକୁ ପାଇଲେ, ତେବେ କ୍ରାଇମ୍ ବ୍ରାଞ୍ଚ ର ତଦନ୍ତ ତ ଏଯାଏ ଚାଲିଛି, ଏହା କେତେ ଯେ ସୌମ୍ୟ ଙ୍କ ମୃତ୍ୟୁ ରହସ୍ୟ କୁ ଉନ୍ମୋଚନ କରିବ ତାହା ଭଗବାନ୍ ଜାଣିଛନ୍ତି, ଆଜି ଆମେ ସେସବୁ ବିଷୟ ରେ ନ କହି DFO ଙ୍କ କଥା କହିବୁ

କଣ ଆପଣ ମାନେ ଜାଣିଛନ୍ତି କି ବର୍ତ୍ତମାନ ର ଗଜପତି DFO ଜଣେ ସେଲୁନ କରିଥିବା ବାପା ଙ୍କ ପୁଅ, ଚଳିବାକୁ କଷ୍ଟ ଆଉ ଖାଇବାକୁ ପ୍ରତିଦିନ ସଂଘର୍ଷ ଭିତରେ ଆଜକୁ ୧୦ ବର୍ଷ ଆଗରୁ ସଂଗ୍ରାମ ସାରା ଭାରତ ରେ IFS ଟପ୍ପର ହେଇଥିଲେ , ଏହା କୌଣସି ସାଧାରଣ କଥା ନୁହଁ

ବିନା କୌଣସି କୋଚିଂ, ବିନା କୌଣସି ଟ୍ରେନି ଅଥବା ବିନା କୌଣସି ଟ୍ରାୟେଲ ରେ ପ୍ରଥମ ଥର ପରୀକ୍ଷା ରେ ସେ ଏହି କାରନାମା କରିଥିଲେ, ସାରା ଭାରତ ରେ ଟପ୍ପର ହେବାରେ ସେ ଦୂତିୟ ଓଡ଼ିଆ, ତାଙ୍କ ବାପା ଜଣେ ସେଲୁନ ଦୋକାନୀ , ସୀମିତ ଚଳିବା ରେ ସେ ଏହି କାମ କରି ଦେଖାଇଛନ୍ତି

ତାଙ୍କ ୧୦ ବର୍ଷ ପୁରୁଣା ଭିଡିଓ ଆମେ ପାଇଲୁ ଯେଉଁଥିରେ ସେ ଓଡ଼ିଶା ଆଉ ଦେଶ ପାଇଁ ବହୁତ୍ କିଛି କରିବେ ବୋଲି କହିଛନ୍ତି, ଆଉ ଏହା ସହ କଠିନ ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ ବୋଲି ମଧ୍ୟ କହିଛନ୍ତି, ତାଙ୍କ କଠିନ ଅଧ୍ୟବସାୟ କୁ ଆମେ ତରିଫ ନ କରି ରହି ପାରୁନୁ ହେଲେ ଏବେ ତାଙ୍କ ଛବି ରେ କଳା ଦାଗ ଲାଗି ସାରିଛି,

ଯେମିତି ଗୋଟେ ଧଳା କାଗଜ ରେ ଗୋଟେ ବୁନ୍ଦା କଲା ସ୍ୟାହି ପଡିଗଲେ ସବୁ ସେଇ କଲା ସ୍ୟାହୀ କୁ ଦେଖନ୍ତି ସେମିତି ଏଇ କିଛି ଦିନ ର ଘଟଣା ଭିତରେ ତାଙ୍କ ଛବି ବିଲକୁଲ ବିଗିଡି ସାରିଛି, କେବେ ସୌମ୍ୟ ଙ୍କ ମୃତ୍ୟୁ ରେ ଜଡିତ, କେବେ ବିଦ୍ୟା ଙ୍କ ସହ ସମ୍ପର୍କ, କେବେ ଜଙ୍ଗଲ ମାଫିଆ ଙ୍କ ସହ ଲିଙ୍କ ଏମିତି କେତେ କଣ ଅଭିଯୋଗ

ତେବେ ଏତେ କଷ୍ଟ କରି ସଫଳତା ପାଇଥିବା ମଣିଷ ଟା ଏମିତି ବରବାଦ ଆଡ଼କୁ ଗତି କରୁଥିବା ଦେଖି ସତରେ ମନ କଷ୍ଟ ହେଉଛି, ଯାହା ହେଉଛି ହେଉ ସୌମ୍ୟ ଙ୍କୁ ନ୍ୟାୟ ମିଲୁ ଏହା ଆମର ଦାବି…

Leave a Comment