ରାଜ୍ୟ ଖବର

ପାଣ୍ଡିଆନ ଯଦି ଇଲେକ୍ସନ ଲଢ଼ିବେ ବିଜେଡି ବର୍ବାଦ ହୋଇଯିବ!

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ରାଜନୀତିକୁ ନେଇ ଆସୁଥିବା ଖବର ପାଇପାରିବେ । ଆପଣମାନେ ସମସ୍ତେ ଏବେ ଏହି ଭିଡିଓ ମାଧ୍ୟମରେ ନିର୍ବାଚନକୁ ନେଇ

ଜଣେ ବ୍ୟକ୍ତିଙ୍କୁ ମିଡ଼ିଆ ଭାଇ କିଛି ପ୍ରଶ୍ନ କରିଛନ୍ତି ଆଉ ଏହାର ଉତ୍ତର ସେ ଦେଇଛନ୍ତି । ଏବେ ଏହାକୁ ନେଇ ଏବେ ଖବର ଆସିଥିବା ବେଳେ ଆଗକୁ ନିର୍ବାଚନରେ କଣ ହେବ ତାହା ଜଣାପଡ଼ିବ । ଏବେ ଭୋଟ ର ଆଉ କିଛି ମୂଲ୍ୟ ନାହିଁ ।

ଭୋଟ କିଣା ହେଉଛି । ଏହି ବ୍ୟକ୍ତି ଜଣଙ୍କୁ ମିଡ଼ିଆ ପ୍ରଶ୍ନ କରିଛନ୍ତି କି ଯଦି ବିଜେଡି ପକ୍ଷରୁ ଭି କେ ପାଣ୍ଡିଆନ ନିର୍ବାଚନରେ ଛିଡ଼ା ହେବେ ତାହେଲେ ତାଙ୍କୁ ଭୋଟ ଦେବ ? ଏହାପରେ ବ୍ୟକ୍ତି ଜଣକ କହିଛନ୍ତି କି ଭୋଟ ତ କିଣା ହେବ ଆଉ ଦେବେ କଣ । ଟଙ୍କା ଦୁନିଆ ଅଛି । ଖଣି ପଇସା, କୋଇଲା ପଇସା, ବାଲି ପଇସା କେତେ ଟଙ୍କା ଅଛି ।

୧୯୯୦ ମସିହାରେ ବିଜୁ ପଟ୍ଟନାୟକଙ୍କ ସମୟରେ କମ୍ ଟଙ୍କା ଖର୍ଚ୍ଚ ହେଉଥିଲା । ୨ ଲକ୍ଷ ଟଙ୍କା ଦେଇ ଲଢ଼େଇ କରୁଥିଲେ । ବର୍ତ୍ତମାନ ସବୁ ଏମଏଲଏ ଘରେ ଅନେକ ଟଙ୍କା ମିଳିବ । ସବୁ ଏମଏଲଏଙ୍କ ଘରେ ୫୦୦ କୋଟି ୧୦୦୦ କୋଟି ଟଙ୍କା ବାହାରିବ ।

ଯୁଆଡ଼େ ଦେଖିବେ ନବୀନଙ୍କ ସହାୟତା । ଯେଉଁ କାମରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା ଦରକାର ସେହି କାମରେ ସହାୟତା ମିଳୁ ନାହିଁ କିନ୍ତୁ କ୍ଳବ୍ ଘର, ଖଟି, ମନ୍ଦିର, ମଠ ଏବଂ ଯେଉଁ ସ୍ଥାନକୁ ଲୋକମାନେ ଯାଉ ନାହାନ୍ତି ସେହି ଜିନିଷ ତିଆରି ହେଉଛି ।

ମୁଖ୍ୟମନ୍ତ୍ରୀ ସହାୟକ ଯୋଜନା କରାଯାଇଛି କାରଣ କର୍ମୀ ନେବେ ଆଉ ନିର୍ବାଚନରେ ଜିତିବା ପାଇଁ ଟଙ୍କା ବାଣ୍ଟିବେ । ଏହା ହେଉଛି ବିଜେଡିର ନିର୍ବାଚନ ପ୍ୟାକେଜ । ମୁଖ୍ୟମନ୍ତ୍ରୀ ସହାୟକ ଯୋଜନାରେ ଓଡ଼ିଶାବାସୀଙ୍କର ଜମା ବି ଲାଭ ନାହିଁ । ଏହା ହେଉଛି ୨୦୧୯ ମସିହା ପରି ନିର୍ବାଚନ ପ୍ୟାକେଜ । ଏଥିରେ ଓଡ଼ିଶାର ବିକାଶ ହେଉ ନାହିଁ ।

ବିଜେଡି ନିର୍ବାଚନ ଲଢ଼ିବା ପାଇଁ କୋଟି କୋଟି ଟଙ୍କା ଦେଇଦେବେ । ପଣ୍ଡିଆନଙ୍କୁ ନେତା କରିବାକୁ ଏବେ ସମସ୍ତେ କହୁଛନ୍ତି । ସେ ଚୁପ୍ ରହି ଯାଉଛନ୍ତି ନହେଲେ କିଛି ଅସୁବିଧା ହେବ । ଏହି ବ୍ୟକ୍ତି ଜଣକ ମୋ ଦଳର ଜଣେ ନେତା ଅଟନ୍ତି ।

ସେ ମୋ ଦଳ ବିଷୟରେ ମଧ୍ୟ କହିଛନ୍ତି । ବିଜେଡି ସରକାର କାମ କରି ନାହିଁ । ବାର୍ଦ୍ଧକ୍ୟ ଭତ୍ତା ବଢ଼ି ନାହିଁ କି ଦରକାର କାମ ବିଜେଡି କରି ନାହିଁ । ସମୟ ଆସିବ ସାରା ଭାରତବର୍ଷର ସମସ୍ତ ଗଣିତର ଆକଳନ ଭୁଲ କରି ବିଜେଡି ବିପର୍ଯ୍ୟୟର ସାମ୍ନା କରିବ ଆଉ ଏଥିରେ ମୁଖ୍ୟ ଦାୟୀ ପାଣ୍ଡିଆନ ହେବେ ।

Leave a Reply

Your email address will not be published. Required fields are marked *