Special Report

ଅହଂକାରୀ ପାଣ୍ଡ୍ୟା କୁ ଗୋଇଠା ମା-ରି ବାହାର କଲା ମୁମ୍ବାଇ ପରବର୍ତ୍ତି ମ୍ୟାଚ୍ ରୁ ରୋହିତ ହେବେ ଅଧିନାୟକ..

ବର୍ତମାନ କ୍ରିକେଟ ଜଗତ ରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଅହଙ୍କାର ରେ ବୁଡି ରହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ ର ଅଧିନାୟକ ହାର୍ଦ୍ଧିକ ପାଣ୍ଡିଆ।ବରିଷ୍ଠ ଖେଳାଳି ଙ୍କୁ କରୁଛନ୍ତି ଅସମ୍ମାନ।ରୋହିତ ଙ୍କ ପରେ ମାଲିଙ୍ଗା।ଅଧିନାୟକ ହେବା ପରଠାରୁ ବଢ଼ିଯାଇଛି କି ଗର୍ବ ଏଭଳି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ବରିଷ୍ଠ ଖେଳାଳି ମାନେ ନା ପସନ୍ଦ କରୁଥିବାର ଦେଖିବାକୁ ମିଳିଛି। ଫିଲ୍ଡ ମଝି ରେ ବରିଷ୍ଠ ଖେଳାଳି ଙ୍କୁ କରୁଛନ୍ତି ଅସମ୍ମାନ।

ପ୍ରଥମେ ହିଟ୍ ମ୍ୟାନ ରୋହିତ ଶର୍ମା,ଏହାପରେ ମାଲୀଙ୍ଗା।ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଏହି ଭିଡିଓ ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।ସନ୍ ରାଇଜର ହାଇଦ୍ରାବାଦ ଠାରୁ ହାରିବା ପରେ ହାର୍ଦ୍ଧିକ ପାଣ୍ଡିଆ ଙ୍କୁ ଆଲିଙ୍ଗନ କରିବା ପାଇଁ ଆସିଥିଲେ ମାଲୀଙ୍ଗା।ହେଲେ ହାର୍ଦ୍ଧିକ ପାଣ୍ଡିଆ ନ ଦେଖିଲା ଭଳି ଠେଲି ପଳାଇ ଯାଇଥିଲେ।କିଛି ନ ହେଲେ ବି ସେହି ସ୍ଥାନ ରେ ହାର୍ଦ୍ଧିକ ପାଣ୍ଡିଆ ହାତ ମିଳାଇ ପାରିଥାନ୍ତେ।

ହେଲେ ତାହା ନ କରି ରାଗ ତମ ତମ ହୋଇ ଠେଲି ପଳାଇ ଥିଲେ ହାର୍ଦ୍ଧିକ ପାଣ୍ଡିଆ।ମାଲୀଙ୍ଗା ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ ର ବୋଲିଂ କୋଚ୍।ତେବେ ନିଜ ଟିମ୍ ର କୋଚ ଙ୍କୁ ଠେଲି ସନ୍ ରାଇଜର ହାଇଦ୍ରାବାଦ ଟିମ୍ ର ଖେଳାଳି ଓ ସପୋର୍ଟ ଷ୍ଟାଫ୍ ଙ୍କ ସହିତ ହାତ ମିଲାଉ ଥିବା ଭିଡିଓ ରେ ଦେଖିବାକୁ ମିଳିଥିଲା।କେବଳ ଏହି ଗୋଟିଏ ଘଟଣା ନୁହେଁ ମ୍ୟାଚ୍ ପୂର୍ବରୁ ବୋଲିଙ୍ଗ କୋଚ୍ ମାଲୀଙ୍ଗା ଓ ଆସିଷ୍ଟାଣ୍ଟ କୋଚ୍ ଚେୟାର ରେ ବସି ଚାଟିଂ କରୁଥିଲେ।

ଆଉ ଏହି ସମୟରେ ହାର୍ଦ୍ଧିକ ପାଣ୍ଡିଆ ସେଠାରେ ପହଞ୍ଚି ଥିଲେ।ଆସିଷ୍ଟାଣ୍ଟ ସିଟ ଛାଡ଼ି ଥିଲେ ହେଲେ ମାଲୀଙ୍ଗା କିନ୍ତୁ ଚେୟାର ଛାଡ଼ି ପଳାଇ ଥିଲେ।ଶେଷ ରେ ପାଣ୍ଡିଆ ଉକ୍ତ ଚେୟାର ରେ ବସିଥିଲେ।ବରିଷ୍ଠ ଖେଳାଳି ହିସାବ ରେ ମାଲୀଙ୍ଗା ଙ୍କୁ ବସିବା ପାଇଁ କହିବା ବଦଳ ରେ ଓଲଟା ତାଙ୍କ ଚେୟାର ଦଖଲ କରିବା ନେଇ ହାର୍ଦ୍ଧିକ ପାଣ୍ଡିଆ ଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରଶଂସକ।

Leave a Reply

Your email address will not be published. Required fields are marked *