ରାଜ୍ୟ ଖବରଭାଇରାଲ ଭିଡିଓ

ଲୋକମାନେ ଏପରି କଲେ ମାସ୍କର ପୁନଃବ୍ୟବହାର, ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

କରୋନା ସଂକ୍ରମଣ କାରଣରୁ ସମସ୍ତଙ୍କୁ ମୁହଁରେ ମାସ୍କ ଲଗାଇବାର ଅଭ୍ୟାସ ହୋଇଯାଇଛି | କିଛି ଲୋକ କପଡାରେ ତିଆରି ସାଧା ମାସ୍କ ପିନ୍ଧୁଛନ୍ତି ତ କେହି କେହି ବ୍ରାଣ୍ଡେଡ ମାସ୍କ ଏବଂ ଆଉ କିଛି ଲୋକ N95 ମାସ୍କ ପିନ୍ଧୁଛନ୍ତି | ସାଧାରଣତଃ ଲୋକମାନେ ମାସ୍କକୁ କିଛି ଦିନ ପର୍ଯ୍ୟନ୍ତ ବ୍ୟବହାର କରିବାପରେ ସାବଧାନତାର ସହିତ ଫିଙ୍ଗି ଦେଇଥାନ୍ତି | ମାସ୍କକୁ ଇଆଡ଼େ ସିଆଡେ ଫିଙ୍ଗିବା ବଦଳରେ ଭଲ ଭାବରେ ପ୍ୟାକ କରି ଡଷ୍ଟବିନରେ ପକାଇବା ଉଚିତ | କିନ୍ତୁ ଏହା ଭାରତ ଅଟେ! ଏହି ଭାଇରଲ ଭିଡିଓରେ ଦେଖନ୍ତୁ, ଲୋକମାନେ ମାସ୍କକୁ ବି ମଜାଳିଆ ଷ୍ଟାଇଲରେ ପୁନଃବ୍ୟବହାର କରୁଛନ୍ତି |

କେବେହେଲେ ଦେଖିନଥିବେ ମାସ୍କର ଏହିପରି ପୁନଃବ୍ୟବହାର :-

ଭାରତରେ ଯୁଗାଡ଼ର କୌଣସି ଅଭାବ ନାହିଁ | ସରକାର କରୋନା ସଂକ୍ରମଣଠାରୁ ରକ୍ଷା ପାଇବା ପାଇଁ ମାସ୍କ ଲଗାଇବା ବାଧ୍ୟତାମୂଳକ କରିଦେଲେ | ତେଣୁ ଲୋକମାନେ ମଧ୍ୟ ଏହାକୁ ବ୍ୟବହାର କଲେ ଏବଂ ବ୍ୟବହାର ପରେ ଫିଙ୍ଗିବା ବଦଳରେ ଅଲଗା କାମରେ ଲଗାଇବା ଆରମ୍ଭ କରିଦେଲେ | ଆଇପିଏସ ଅଫିସର ରୁପିନ ଶର୍ମା ସୋସିଆଲ ମିଡ଼ିଆ ସାଇଟ ଟ୍ୱିଟରରେ ମଜାଳିଆ ଭିଡିଓ ସେୟାର କରିଛନ୍ତି | ଏହି ଭିଡିଓରେ ଦେଖାଯାଇପାରେ ଯେ ମାସ୍କକୁ କେଉଁ କେଉଁ ଉପାୟରେ ବ୍ୟବହାର କରାଯାଇପାରେ |

ସୋସିଆଲ ମିଡ଼ିଆ ସାଇଟ ଟ୍ୱିଟରରେ ଏହି ଭଳି ଭିଡିଓ ବହୁତ ଟ୍ରେଣ୍ଡ କରିଥାଏ | ମାସ୍କ ପୁନଃବ୍ୟବହାର ପରି ଏହି ଭିଡିଓରେ କେହି ଜଣେ ମାସ୍କକୁ କୁଣ୍ଡ କରିଦେଲେ ତ ଆଉ କେହି ଡାଇପର କରିଦେଲେ, କେହି ଏହାକୁ ପକ୍ଷୀମାନଙ୍କର ଦୋଳି ବନାଇ ଦେଲା ତ ଆଉ କେହି ମୁଣ୍ଡରେ ଟୋପି କରିଦେଲା | ଆଇପିଏସ ଅଫିସର ରୁପିନ ଶର୍ମା ଭିଡିଓ ସହିତ କ୍ୟାପସନରେ ଲେଖିଛନ୍ତି – ଭାରତୀୟ ଲୋକମାନେ… ଶେଷ ପର୍ଯ୍ୟନ୍ତ ଛାଡ଼ିନଥାନ୍ତି ! ଏପରି କେବଳ ଭାରତରେ ହିଁ ହୋଇପାରେ |

ଭିଡିଓରେ ଆସିଲା ମଜାଳିଆ କମେଣ୍ଟ :-

ଏହି ମଜାଳିଆ ଭିଡିଓରେ କମେଣ୍ଟ ମଧ୍ୟ ଗୋଟିଏ ପରେ ଗୋଟିଏ ଆସି ଚାଲିଛି | ଅନେକ ଲୋକ ବହୁତ ମଜାଳିଆ କମେଣ୍ଟ ଦେଉଛନ୍ତି | ଏଥିମଧ୍ୟରୁ କିଛି ଲୋକ ଏଥିରୁ ବେଷ୍ଟ ଉପାୟକୁ ନିଜେ ଆପଣେଇବାର କଥା କହୁଛନ୍ତି ତ ଆଉ କିଛି ଲୋକ ଭାରତୀୟଙ୍କ ବୁଦ୍ଧିକୁ ଖୁବ ପ୍ରଶଂସା କରୁଛନ୍ତି |

Leave a Reply

Your email address will not be published. Required fields are marked *