ରାଜ୍ୟ ଖବରଭାଇରାଲ ଭିଡିଓ

ଆଫ୍ରିକୀୟ ବାରହାସିଙ୍ଘା ଉପରେ କୁମ୍ଭୀର କଲା ଆ-କ୍ର-ମ-ଣ, ବଞ୍ଚାଇବା ପାଇଁ ଦୌଡ଼ି ଆସିଲେ ଜଳହସ୍ତୀ ଏବଂ ତାପରେ

ଦୁନିଆରେ ମଣିଷ ଏକମାତ୍ର ଜୀବ ହୋଇଥାଏ, ଯିଏ କି ଅନ୍ୟକୁ ବିପଦରେ ଦେଖିଲେ ସାହାଯ୍ୟ କରିବାପାଇଁ ଆଗେଇ ଆସିଥାଏ | କିନ୍ତୁ ଜଙ୍ଗଲରେ ଏପରି କମ ଦେଖିବାକୁ ମିଳିଥାଏ | ଯେଉଁଠାରେ ଯଦି କୌଣସି ଶି-କା-ରୀ ଅନ୍ୟ ପଶୁ ଉପରେ ଆ-କ୍ର-ମ-ଣ କରେ,ସେତେବେଳେ ସମସ୍ତେ ସେଠାରୁ ପଳାଇଯାନ୍ତି ଏବଂ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରନ୍ତି | କିନ୍ତୁ ସୋସିଆଲ ମିଡିଆରେ ଆମକୁ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଚିନ୍ତା କରିବେ ଯେ କେବଳ ମଣିଷ ନୁହେଁ ବରଂ ପଶୁମାନେ ମଧ୍ୟ ଅନ୍ୟ ପଶୁର ଜୀବନ ବଞ୍ଚାଇବା ପାଇଁ ଶି-କା-ରୀ ସହିତ ଲ-ଢେ-ଇ କରିଥାନ୍ତି |

ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଗୋଟିଏ କୁମ୍ଭୀର ଏକ ଆଫ୍ରିକୀୟ ବାରହାସିଙ୍ଘାକୁ ଧରିନେଇଛି ଏବଂ ଠିକ ସେତିକିବେଳେ ଦୁଇଟି ଜଳହସ୍ତୀ ସେଠାରେ ପହଞ୍ଚି ଯାନ୍ତି |`ତାପରେ କଣ ହେଲା ଏହା ଆପଣମାନେ ଭିଡିଓରେ ଦେଖିପାରିବେ | ଏହି ଭିଡିଓକୁ କୄଗର ସାଇଣ୍ଟିଗ୍ସ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରୁ ସେୟାର କରାଯାଇଛି | ଯାହାକୁ ବର୍ତ୍ତମାନ ସୁଦ୍ଧା ୭୦ ଲକ୍ଷରୁ ଅଧିକଥର ଦେଖାଗଲାଣି | ଏହି ଭିଡିଓରେ ଆପଣ ଦେଖିପାରିବେ ଯେ କୌଣସି ଏକ ସ୍ଥାନରେ ଗୋଟିଏ ହ୍ରଦରେ ଆଫ୍ରିକୀୟ ବାରହାସିଙ୍ଘା ପାଣି ପିଇବାକୁ ଯାଇଛି | ସେ ପାଣି ପିଇବା ସମୟରେ ହ୍ରଦ ଭିତରକୁ ପଶି ଯାଇଛି |

ଠିକ ସେତିକିବେଳେ ହ୍ରଦରେ ଥିବା ଗୋଟିଏ କୁମ୍ଭୀର ତାଉପରେ ଆ-କ୍ର-ମ-ଣ କରିଦିଏ | କୁମ୍ଭୀର ବାରହାସିଙ୍ଘାର ଗୋଡ ଧରିନିଏ ଏବଂ ତାକୁ ହ୍ରଦକୁ ଟାଣିନେଇ ଯିବାକୁ ଚେଷ୍ଟା କରେ | କିନ୍ତୁ ବାରହାସିଙ୍ଘା ନିଜର ସବୁ ଶକ୍ତି ଲଗାଇ ଦିଏ ଏବଂ କୁମ୍ଭୀର ତାକୁ ନେଇପାରେ ନାହିଁ | ଏହିପରି ଭାବେ ବାରହାସିଙ୍ଘା ହ୍ରଦରୁ ବାହାରକୁ ପଳାଇ ଆସେ | କିନ୍ତୁ କୁମ୍ଭୀର ତାରା ଗୋଡ଼କୁ ଏତେ ଜୋରରେ ଧରିଥାଏ ଯେ ସେ ଛାଡ଼ୁନଥାଏ | ବାରହାସିଙ୍ଘା ନିଜର ଜୀବନ ବଞ୍ଚାଇବା ପାଇଁ ସବୁ ଶକ୍ତି ଲଗାଇଦିଏ | ସେହିପରି କୁମ୍ଭୀର ମଧ୍ୟ ନିଜ ଶି-କା-ର ପାଇଁ ବାରହାସିଙ୍ଘାକୁ ଟାଣୁଥାଏ |

ଏହି ସମୟରେ କୁମ୍ଭୀର ବାରହାସିଙ୍ଘାକୁ ଟାଣିନେଇ ପାଣି ଭିତରକୁ ନେଇଯାଏ, ଠିକ ସେତିକିବେଳେ ଦୁଇଟି ଜଳହସ୍ତୀଙ୍କ ନଜର ସେମାନଙ୍କ ଉପରେ ପଡେ | ଜଳହସ୍ତୀ ବାରହାସିଙ୍ଘାର ଜୀବନ ବଞ୍ଚାଇବାକୁ ଚାଲି ଆସନ୍ତି ଏବଂ ପ୍ରଥମେ ସେମାନେ ଦୂରରେ ଥାଇ ଏହି ଘଟଣାକୁ ନିରୀକ୍ଷଣ କରନ୍ତି | କିନ୍ତୁ କୁମ୍ଭୀର ବାରହାସିଙ୍ଘାକୁ ପାଣି ଭିତରକୁ ଟାଣିବାମାତ୍ରେ ଗୋଟିଏ ଜଳହସ୍ତୀ ତା ଉପରେ ଆ-କ୍ର-ମ-ଣ କରିଦିଏ ଏବଂ ବାରହାସିଙ୍ଘା ମୁକ୍ତ ହୋଇଯାଏ | ଏହାପରେ ବାରହାସିଙ୍ଘା ହ୍ରଦ ବାହାରକୁ ଚାଲିଯାଏ ଏବଂ କୁମ୍ଭୀର ପାଣିରୁ ଗାଏବ ହୋଇଯାଏ |

Leave a Reply

Your email address will not be published. Required fields are marked *