ରାଜ୍ୟ ଖବର

Phon pe ବ୍ୟବହାର କରୁଥିଲେ ଏବେଠୁ ହୁଅନ୍ତୁ ସାବଧାନ ଆପଣବି ଫସିପାରନ୍ତି ଏମିତି ଶୁଣନ୍ତୁ ଏହି ଠକର call record କିପରି ଆପଣେଇଛନ୍ତି ଲୁଟିବାର ନୂଆ ଫର୍ମୁଲା

ଚଳିତ ସମୟରେ ସାଇବର ଠକେଇ ଏକ ସାଧାରଣ ଘଟଣା ପାଲଟିଛି।ପ୍ରତିଦିନ କୌଣସି ନ କୌଣସି ମାଧ୍ୟମରେ ସାଇବର ଠକ ମାନେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ତେବେ ନିକଟରେ ଏହି ଭଳି ଏକ ଘଟଣା ସାମ୍ନାକୁ ଆସିଛି।

ଜଣେ ଠକ ଫୋନ ପେ ମାଧ୍ୟମରେ କୁଟିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ବୁଦ୍ଧିମାନ ବ୍ୟକ୍ତି ଠକ କୁ ଚିହ୍ନିଯାଇଥିଲେ ଏଵଂ ଠକ ସହ ନିଜର କଲଟିକୁ ରେକର୍ଡ କରିଦେଇଥିଲେ।ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ୍ ହେବାରେ ଲାଗିଛି।

ଠକ ଜଣଙ୍କ ବ୍ୟକ୍ତିକୁ ଫୋନ କରି ଫୋନ ପେ ରେ କ୍ୟାସବ୍ୟାକ୍ ଜିତିଥିବା କଥା କହିଥିଲା। ବ୍ୟକ୍ତି ଜଣଙ୍କ ଫୋନ ପେ ର ଅଫର୍ ସେକ୍ସନ ରେ ସେଭଳି କୌଣସି ଅଫର୍ ପାଇନଥିଲେ ।

ପରେ ଠକ ଜଣଙ୍କ ବ୍ୟକ୍ତି ଙ୍କ ଫୋନ ପେ କୁ ଏକ ପେମେଣ୍ଟ ରିକ୍ୟୁଏଷ୍ଟ୍ ପଠାଇ ନୋଟିଫିକେଶନ ଚେକ୍ କରିବାକୁ କହିଥିଲା ଏବଂ ସେଥିରେ ଥିବା ଆଇଡି ରେ ଟଙ୍କା ପଠାଇବାକୁ କହିଥିଲା। ଠକ ବ୍ୟକ୍ତିଙ୍କୁ ମୂର୍ଖ ବନାଇବାପାଇଁ କହିଥିଲା ଯେ ଏହି ଟଙ୍କା ତାଙ୍କ ଆକାଉଣ୍ଟରେ ଜମା ହେବ।

କିନ୍ତୁ ବ୍ୟକ୍ତିଜଣଙ୍କ ପୂର୍ବରୁ ଏଥିପ୍ରତି ସଚେତନ ଥିବାରୁ ଏହା କରିନଥିଲେ ଏବଂ ଠକକୁ ଗାଳି କରି କଲ୍ ରେକର୍ଡ ଓ ତଥ୍ୟ ପୋଲିସକୁ ଦେବାକୁ କହି ଠକେଇ ବିଷୟରେ ପଚାରିଥିଲେ।

କିନ୍ତୁ ଠକ ହସି ହସି କହିଥିଲା ଯେ ସେ ଖୋଦ୍ ପୋଲିସ କର୍ମଚାରୀଙ୍କ ଠାରୁ ମଧ୍ୟ ଲକ୍ଷାଧିକ ଟଙ୍କା ଲୁଟ୍ କରିସାରିଛି। ଅନେକ ପୋଲିସ ତାଙ୍କୁ ଖୋଜୁଥିଲେ ମଧ୍ୟ କେହି ତାଙ୍କର କିଛି କରିପାରିବେ ନାହିଁ।

ସେ ଲୋକଙ୍କ ତଥ୍ୟ ହାସଲ କରି ବଡଲୋକଙ୍କୁ ଟାର୍ଗେଟ କରନ୍ତି ଓ ଏହାଦ୍ବାରା ମାସିକ ଲକ୍ଷାଧିକ ଟଙ୍କା ଲୁଟ କରନ୍ତି।

Leave a Reply

Your email address will not be published. Required fields are marked *